Posted inଜାତୀୟ

ରାମମନ୍ଦିର ନିର୍ମାଣ ଦ୍ୱାରା କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ: ମୋହନ ଭାଗବତ

ପୁଣେ,୨୧ା୧୨: ରାମ ମନ୍ଦିର ନିର୍ମାଣ କରି କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଗୁରୁବାର ପୁଣେଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି। ‘ବିଶ୍ୱଗୁରୁ ଭାରତ’ ଶୀର୍ଷକ ବକ୍ତୃତାମାଳାରେ ଉଦ୍‌ବୋଧନ ଦେବାବେଳେ ଭାଗବତ କହିଥିଲେ, ରାମମନ୍ଦିର ହିନ୍ଦୁମାନଙ୍କ ବିଶ୍ୱାସର ଏକ ବିଷୟ। ରାମମନ୍ଦିର ନିର୍ମାଣ ହେବା ଉଚିତ ବୋଲି ହିନ୍ଦୁମାନେ ବିଶ୍ୱାସ କରୁଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ କେତେଜଣ ବ୍ୟକ୍ତି ହିନ୍ଦୁମାନଙ୍କ ନେତା ହୋଇପାରିଛନ୍ତି ବୋଲି ଏକ ଧାରଣା ସୃଷ୍ଟି କରିଛନ୍ତି। ତେବେ ତାହା କରି, କେହି ହିନ୍ଦୁ ନେତା ହୋଇଯିବେ ନାହିଁ।
ଦେଶର ବିଭିନ୍ନ ଭାଗରେ ମନ୍ଦିର-ମସ୍‌ଜିଦ ବିବାଦ ବଢ଼ିବାରେ ଲାଗିଥିବାରୁ ଭାଗବତ ଚିନ୍ତାବ୍ୟକ୍ତ କରିଛନ୍ତି। ନୂଆ ନୂଆ ସ୍ଥାନରେ ମନ୍ଦିର-ମସ୍‌ଜିଦ ବିବାଦ ଛିଡ଼ା କରାଯାଉଛି। ଏହା ଗ୍ରହଣୀୟ ନୁହେଁ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ କହିଛନ୍ତି। ସବୁଦିନ ଏଭଳି ବିବାଦ
ମନ୍ଦିର-ମସ୍‌ଜିଦ ବିବାଦ …
ମୁଣ୍ଡ ଟେକୁଛି। ସେଗୁଡ଼ିକୁ କିପରି ଅନୁମତି ଦିଆଯାଉଛି ବୋଲି ଭାଗବତ ପ୍ରଶ୍ନ କରିଛନ୍ତି। ଭାରତରେ ବହୁବର୍ଷ ଧରି ବିଭିନ୍ନ ଧର୍ମ, ଜାତି ଓ ବିଚାରଧାରାର ଲୋକମାନେ ସଦ୍‌ଭାବନାର ସହ ବସବାସ କରିଆସୁଛନ୍ତି। ସମାବେଶୀ ସମାଜ ସପକ୍ଷରେ ମତ ରଖି ଭାଗବତ କହିଥିଲେ, ଭାରତ ସଦ୍‌ଭାବନା ସହ ଏକତ୍ର ରହିପାରିଥିବା ବିଶ୍ୱକୁ ଦେଖାଇବାକୁ ହେବ। ବିଶ୍ୱ ଦ୍ୱାରା ଗୃହୀତ ହୋଇପାରିବା ଭଳି ଦେଶରେ ସଦ୍‌ଭାବନାର ଏକ ମଡେଲ ବିକଶିତ କରିବାକୁ ହେବ।
ସୂଚନାଯୋଗ୍ୟ, ବିଭିନ୍ନ ମସ୍‌ଜିଦ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ କରାଯାଇଥିବା ଅଭିଯୋଗ କରି ସେଗୁଡ଼ିକର ସର୍ଭେ ପାଇଁ ଅଦାଲତରେ ଦାବି କରାଯାଉଛି। ଗତ ୧୨ ତାରିଖରେ ସୁପ୍ରିମକୋର୍ଟ ଦେଶବ୍ୟାପୀ ଏକ ନିର୍ଦ୍ଦେଶନାମା ଜାରି କରି ଏଭଳି ନୂଆ ମାମଲା ଗ୍ରହଣ ନ କରିବା ଏବଂ ମସ୍‌ଜିଦ ତଳେ ମନ୍ଦିର ଢାଞ୍ଚା ଥିଲା କି ନାହିଁ ସର୍ଭେ କରାଇବାକୁ ନିର୍ଦ୍ଦେଶ ନ ଦେବା ପାଇଁ ଅଦାଲତଗୁଡ଼ିକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri