କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳ

କେନ୍ଦ୍ରାପଡ଼ା,୧୮ା୧(ଜଗନ୍ନାଥ ଧଳ)ଜାନୁଆରୀ ମାସ ରାତି ସମୟରେ ବାହାରେ ପ୍ରବଳ ଥଣ୍ଡା। ଚାରିଆଡେ କୁହୁଡି ବର୍ଷୁଛି। କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକର ଏକ ଔଷଧ ଦୋକାନ ପିଣ୍ଡାରେ ଜଣେ ମହିଳା ମୁଣ୍ଡ ତଳେ କିଛି କପଡା ଦେଇ ଶୋଇଛନ୍ତି। ଖଡିଅଙ୍ଗସ୍ଥିତ ମେଡିକାଲ ଛକରେ ମଧ୍ୟ ଏହି ଦୃଶ୍ୟ। ବାଘା ନାମକ ଜଣେ ନିରାଶ୍ରୟ ବ୍ୟକ୍ତି ସାରା ରାତି ରାସ୍ତା କଡରେ ଶୋଇଥିବା ଦେଖିବାକୁ ମିଳୁଛି। ଏପରି ଘଟଣା ଗୋଟିଏ ଅଥବା ଦୁଇଟି ଦୃଶ୍ୟ ମଧ୍ୟରେ ଏହା ସୀମିତ ନୁହେଁ। ସହରର ପ୍ରତ୍ୟେକ ସ୍ଥାନରେ ଏପରି ନିରାଶ୍ରୟଙ୍କୁ ରାତ୍ରୀଯାପନ କରୁଥିବା ଦେଖିବାକୁ ମିଳୁଛି। ତେବେ ପୌରଞ୍ଚଳରେ ରାତ୍ର ଆଶ୍ରୟ ସ୍ଥଳ ରହିଥିବା କାଗଜପତ୍ର ଓ ବିଜ୍ଞାପନରେ ଦେଖିବାକୁ ମିଳୁଛି। ମାତ୍ର ଏହି ନିରାଶ୍ରୟଙ୍କୁ ରାତ୍ର ଆଶ୍ରୟ ସ୍ଥଳ ସ୍ଥାନକୁ ନେବା ପାଇଁ କୌଣସି ବନ୍ଦୋବସ୍ତ ନାହିଁ। ସହରାଞ୍ଚଳ ୱାର୍ଡ କଲ୍ୟାଣ କମିଟି ଅଥବା ପୌର ପ୍ରଶାସନର ଏଥିପ୍ରତି ନଜର ନାହିଁ। ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ଆତ୍ମିୟତା ନ ଥିବା ଯୋଗୁ ଗତ ୫ ବର୍ଷ ପୂର୍ବେ କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ରାତ୍ର ଆଶ୍ରୟସ୍ଥଳ କାମରେ ଲାଗୁ ନ ଥିବା ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।
ପୌର ସଂସ୍ଥା ପକ୍ଷରୁ ଗତ ୨୦୧୮ରେ ହଜାରିବଗଚା ଠାରେ ଏକ ରାତ୍ର ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ଏଥିରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟ ହୋଇଛି। ଆଶ୍ରୟ ସ୍ଥଳରେ ୨୦ ପୁରୁଷ ଓ ୧୦ ମହିଳା ରହିବା ପାଇଁ ବ୍ୟବସ୍ଥା ଅଛି। ଏଥିସହିତ ରହଣୀ ସମୟରେ ସମ୍ୟକ ଖାଦ୍ୟ ବ୍ୟବସ୍ଥା ରଖାଯାଇଛି। ଏପରିକି ଏହି ଆଶୟସ୍ଥଳରେ ବାହାରୁ ବଦଳି ହୋଇ ଆସିଥିବା କର୍ମଚାରୀଙ୍କ ସ୍ବଳ୍ପକାଳୀନ ରହଣୀ ପାଇଁ ସୁଦୃଶ୍ୟ କୋଠରୀ ଅଛି। ଏହା ସତ୍ୱେ ଆଶ୍ରୟ ସ୍ଥଳରେ ରାତ୍ର ରହଣୀ ସଂଖ୍ୟା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏସମ୍ପର୍କରେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ଖଡିଅଙ୍ଗର ମନୋଜ କୁମାର ସିଂହ, ଫକିରାବାଦର ଓବେଦା ପ୍ରମୁଖ କହିଛନ୍ତିଯେ, ପୌର ସଂସ୍ଥାର ପରିକଳ୍ପନା ଅନୁଯାୟୀ ରାତ୍ର ଆଶ୍ରୟସ୍ଥଳର ଉପଯୋଗ ନାହିଁ। ୨୦୧୮ରେ ଏହି ଆଶ୍ରୟସ୍ଥଳ ନିର୍ମାଣ ଅସହାୟ ବ୍ୟକ୍ତିଙ୍କ ରହିବା ପାଇଁ ଉଦ୍ଦିଷ୍ଟ ହୋଇଥିଲା। ନିକଟରେ ଜିଲା ମୁଖ୍ୟ ଚିକିତ୍ସାଳୟ ଥିବାରୁ ରୋଗୀଙ୍କ ଆତ୍ମୀୟମାନେ ନିକଟସ୍ଥ ପିଣ୍ଡାରେ ଶୋଉଥିବା ଦୃଶ୍ୟକୁ ବନ୍ଦ ପାଇଁ ଏହା ନିର୍ମାଣ ହୋଇଥିଲା। ଏତିସହିତ ସହର ମଧ୍ୟରେ ବହୁ ଲୋକ ବାହାର ସ୍ଥାନରେ ରହୁଥିବାରୁ ଯୋଜନା ଫଳ ପ୍ରଦ ହେବ ବୋଲି ଆଶା କରା ଯାଉଥିଲା। ପ୍ରଥମ ବର୍ଷ ଏପରି ନିରାଶ୍ରୟ ବ୍ୟକ୍ତିଙ୍କୁ ଖୋଜି ଆଶ୍ରୟସ୍ଥଳକୁ ନେବା ପାଇଁ ଏକ ସେଚ୍ଛାସେବୀ ସଂଗଠନକୁ ନିଯୁକ୍ତ କରା ଯାଇଥିଲା। ତେବେ କୌଣସି କାରଣରୁ ଏହି ସ୍ବେଚ୍ଛାସେବୀ ସଂଘଠନ ଓହରି ଯାଇଥିବାରୁ ରାତ୍ର ଆଶ୍ରୟସ୍ଥଳ ଫାଙ୍କା ପଡୁଛି। ଏତିପ୍ରତି ସଚେତନତା ନ ଥିବାରୁ ଏହାର ଉପଯୋଗ ହୋଇ ପାରୁନାହିଁ। ସହରାଞ୍ଚଳରେ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଅଛି। ସେହିପରି ୱାର୍ଡ କଲ୍ୟାଣ କମିଟି ଗଠନ ହୋଇଛି। ପୌର କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେଲେ ରାତ୍ର ଆଶ୍ରୟସ୍ଥଳର ଲକ୍ଷ୍ୟ ପୂରଣ ହୋଇପାରିବ। ଅନ୍ୟଥା ବେଡ୍‌ ପାଇଁ କିଣା ଯାଇଥିବା ଖଟ, ତକିଆ ଆଗାମୀ ଦିନରେ ନଷ୍ଟ ହେବ ବୋଲି ସେମାନେ ମତ ଦେଇଛନ୍ତି। ଏସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ ବିଶ୍ୱାଳ କହିଛନ୍ତିଯେ, ରାତ୍ର ଆଶ୍ରୟସ୍ଥଳ ଅସହାୟ ବ୍ୟକ୍ତିଙ୍କ ପାଇଁ ଏକ ବରଦାନ। ଏହାକୁ ସୁପରିଚାଳନା ଓ ସୁବ୍ୟବସ୍ଥିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଶ୍ରୟସ୍ଥଳର ପରିଚାଳନା ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ରକ୍ଷଣାବେକ୍ଷଣ ପାଇଁ ପୌର ସଂସ୍ଥା ପକ୍ଷରୁ ଅର୍ଥ ବ୍ୟୟ କରାଯାଉଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?