ଆଉ ହେବନି ସ୍କିନ୍‌ ଡ୍ରାଏ

ତ୍ୱଚା ଡ୍ରାଏ ହେବା ଦ୍ୱାରା ଏହାର ଉଜ୍ଜ୍ୱଳତା ଏବଂ ସୌନ୍ଦର୍ଯ୍ୟ କମିଥାଏ। ବିଶେଷକରି ଶୀତରେ ଏହି ସମସ୍ୟା ଅଧିକ ଦେଖାଦିଏ। ଯଦି ଆପଣ ବି ଏଭଳି ସମସ୍ୟା ପାଇଁ ଚିନ୍ତିତ, ତେବେ ଜାଣିରଖନ୍ତୁ ତ୍ୱଚାକୁ ନରମ ଚିକ୍କଣ ରଖିବାର କେତୋଟି ସରଳ ଉପାୟ…

ଶୋଇବା ପୂର୍ବରୁ ପ୍ରତିଦିନ ଶରୀରରେ ଅଳ୍ପ ନଡିଆ ତେଲ ମସାଜ୍‌ କରନ୍ତୁ। ଏହା ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ସହ ଗ୍ଲୋ ମଧ୍ୟ ବଢ଼ାଇବ। ଏହା ବଦଳରେ ବାଦାମ ତେଲ କିମ୍ବା ଅନ୍ୟ ତେଲ ବି ବ୍ୟବହାର କରିପାରିବେ।

ଯଦି ଗାଧୋଇବା ପରେ ତ୍ୱଚା ଡ୍ରାଏ ହେଉଛି, ତେବେ ପାଣିରେ ମଧ୍ୟ କିଛି ବୁନ୍ଦା ତେଲ ମିଶାଇ ଗାଧାନ୍ତୁ, ଏହା ଆପଣଙ୍କ ତ୍ୱଚାକୁ ଅଧିକ ସମୟ ପର୍ଯ୍ୟନ୍ତ ଡ୍ରାଏ ହେବାକୁ ଦେବନାହିଁ। ମନେରଖନ୍ତୁ, ଗାଧୋଇବା ପରେ ଟାଓ୍ବେଲ୍‌ରେ ଆଦୌ ରଗଡ଼ି ରଗଡ଼ି ପୋଛି ହୁଅନ୍ତୁ ନାହିଁ। ଗାଧୋଇବା ପରେ ମଧ୍ୟ ବଡିଲୋଶନ କିମ୍ବା ମଶ୍ଚରାଇଜର୍‌ ଲଗାଇଲେ ଉପକୃତ ହେବେ।

ଡେଡ୍‌ ସେଲ୍‌ ବାହାର କରିବା ଲାଗି ଏକ୍ସଫୋଲିଏଟ୍‌ କରନ୍ତୁ। ଏଥିପାଇଁ ଫ୍ରୁଟ୍‌ ଏନ୍‌ଜାଇମ୍‌ କ୍ଲିଞ୍ଜର ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ବିଶେଷକରି ପାଇନାପଲ୍‌, ପମ୍‌କିନ୍‌, ପପୟା କ୍ଲିଞ୍ଜର ଡେଡ୍‌ ସ୍କିନ୍‌ ଦୂର କରି ଡ୍ରାଏନେସ୍‌ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ।

ଉଷୁମ ପାଣିରେ ଗାଧୋଇବାକୁ ଏଦିନେ ଅନେକେ ପସନ୍ଦ କରନ୍ତି, ହେଲେ ଆପଣ ଜାଣନ୍ତିକି ଏଥିରେ ଗାଧୋଇବା ଦ୍ୱାରା ଚର୍ମର ପ୍ରାକୃତିକ ତୈଳାଂଶ ହ୍ରାସ ପାଇ ଶୁଷ୍କ ହୋଇଯାଏ। ତେଣୁ ଯଦି ଉଷୁମ ପାଣିରେ ଗାଧୋଉଛନ୍ତି, ତେବେ ତୁରନ୍ତ ତେଲ କିମ୍ବା ମଶ୍ଚରାଜର ଲଗାଇବାକୁ ଭୁଲନ୍ତୁ ନାହିଁ।

ଅନେକ ସମୟରେ ତ୍ୱଚା ଡ୍ରାଏ ହୋଇ କୁଣ୍ଡେଇ ହୋଇଥାଏ, ଯାହାକୁ ଦୂର କରିବା ଲାଗି କ୍ଷୀର ବ୍ୟବହାର କରିପାରିବେ। ଉକ୍ତ ସ୍ଥାନରେ କ୍ଷୀର ଲଗାଇ କିଛି ସମୟ ଛାଡି ଦିଅନ୍ତୁ ଏବଂ ଧୀରେ ଧୀରେ ମସାଜ୍‌ କରନ୍ତୁ ଏବଂ ପାଣିରେ ଧୋଇ ଦିଅନ୍ତୁ। ଏଥିରେ ମହୁ ମଧ୍ୟ ମିଶାଇଲେ ତାହା ପ୍ରାକୃତିକ ମଶ୍ଚରାଇଜରର କାମ କରିବ। ତା’ଛଡା ଏହା ତ୍ୱଚାର ଗ୍ଲୋ ବଢ଼ାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri