ଆଉ ହେବନି ସ୍କିନ୍‌ ଡ୍ରାଏ

ତ୍ୱଚା ଡ୍ରାଏ ହେବା ଦ୍ୱାରା ଏହାର ଉଜ୍ଜ୍ୱଳତା ଏବଂ ସୌନ୍ଦର୍ଯ୍ୟ କମିଥାଏ। ବିଶେଷକରି ଶୀତରେ ଏହି ସମସ୍ୟା ଅଧିକ ଦେଖାଦିଏ। ଯଦି ଆପଣ ବି ଏଭଳି ସମସ୍ୟା ପାଇଁ ଚିନ୍ତିତ, ତେବେ ଜାଣିରଖନ୍ତୁ ତ୍ୱଚାକୁ ନରମ ଚିକ୍କଣ ରଖିବାର କେତୋଟି ସରଳ ଉପାୟ…

ଶୋଇବା ପୂର୍ବରୁ ପ୍ରତିଦିନ ଶରୀରରେ ଅଳ୍ପ ନଡିଆ ତେଲ ମସାଜ୍‌ କରନ୍ତୁ। ଏହା ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ସହ ଗ୍ଲୋ ମଧ୍ୟ ବଢ଼ାଇବ। ଏହା ବଦଳରେ ବାଦାମ ତେଲ କିମ୍ବା ଅନ୍ୟ ତେଲ ବି ବ୍ୟବହାର କରିପାରିବେ।

ଯଦି ଗାଧୋଇବା ପରେ ତ୍ୱଚା ଡ୍ରାଏ ହେଉଛି, ତେବେ ପାଣିରେ ମଧ୍ୟ କିଛି ବୁନ୍ଦା ତେଲ ମିଶାଇ ଗାଧାନ୍ତୁ, ଏହା ଆପଣଙ୍କ ତ୍ୱଚାକୁ ଅଧିକ ସମୟ ପର୍ଯ୍ୟନ୍ତ ଡ୍ରାଏ ହେବାକୁ ଦେବନାହିଁ। ମନେରଖନ୍ତୁ, ଗାଧୋଇବା ପରେ ଟାଓ୍ବେଲ୍‌ରେ ଆଦୌ ରଗଡ଼ି ରଗଡ଼ି ପୋଛି ହୁଅନ୍ତୁ ନାହିଁ। ଗାଧୋଇବା ପରେ ମଧ୍ୟ ବଡିଲୋଶନ କିମ୍ବା ମଶ୍ଚରାଇଜର୍‌ ଲଗାଇଲେ ଉପକୃତ ହେବେ।

ଡେଡ୍‌ ସେଲ୍‌ ବାହାର କରିବା ଲାଗି ଏକ୍ସଫୋଲିଏଟ୍‌ କରନ୍ତୁ। ଏଥିପାଇଁ ଫ୍ରୁଟ୍‌ ଏନ୍‌ଜାଇମ୍‌ କ୍ଲିଞ୍ଜର ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ବିଶେଷକରି ପାଇନାପଲ୍‌, ପମ୍‌କିନ୍‌, ପପୟା କ୍ଲିଞ୍ଜର ଡେଡ୍‌ ସ୍କିନ୍‌ ଦୂର କରି ଡ୍ରାଏନେସ୍‌ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ।

ଉଷୁମ ପାଣିରେ ଗାଧୋଇବାକୁ ଏଦିନେ ଅନେକେ ପସନ୍ଦ କରନ୍ତି, ହେଲେ ଆପଣ ଜାଣନ୍ତିକି ଏଥିରେ ଗାଧୋଇବା ଦ୍ୱାରା ଚର୍ମର ପ୍ରାକୃତିକ ତୈଳାଂଶ ହ୍ରାସ ପାଇ ଶୁଷ୍କ ହୋଇଯାଏ। ତେଣୁ ଯଦି ଉଷୁମ ପାଣିରେ ଗାଧୋଉଛନ୍ତି, ତେବେ ତୁରନ୍ତ ତେଲ କିମ୍ବା ମଶ୍ଚରାଜର ଲଗାଇବାକୁ ଭୁଲନ୍ତୁ ନାହିଁ।

ଅନେକ ସମୟରେ ତ୍ୱଚା ଡ୍ରାଏ ହୋଇ କୁଣ୍ଡେଇ ହୋଇଥାଏ, ଯାହାକୁ ଦୂର କରିବା ଲାଗି କ୍ଷୀର ବ୍ୟବହାର କରିପାରିବେ। ଉକ୍ତ ସ୍ଥାନରେ କ୍ଷୀର ଲଗାଇ କିଛି ସମୟ ଛାଡି ଦିଅନ୍ତୁ ଏବଂ ଧୀରେ ଧୀରେ ମସାଜ୍‌ କରନ୍ତୁ ଏବଂ ପାଣିରେ ଧୋଇ ଦିଅନ୍ତୁ। ଏଥିରେ ମହୁ ମଧ୍ୟ ମିଶାଇଲେ ତାହା ପ୍ରାକୃତିକ ମଶ୍ଚରାଇଜରର କାମ କରିବ। ତା’ଛଡା ଏହା ତ୍ୱଚାର ଗ୍ଲୋ ବଢ଼ାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜ୍‌ମା ରୋଗୀଙ୍କ ପାଇଁ ଉପକାରୀ କନ୍ଦମୂଳ

କନ୍ଦମୂଳରେ ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏବଂ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହା ଶରୀରକୁ ଗମ୍ଭୀର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ନାକ, ଶ୍ୱାସନଳୀ...

ମଣିଷକୁ ଭିତରୁ ଭାଙ୍ଗି ଦିଏ ଏହି ୪ ଦୁଃଖ, ସଳଖି ଛିଡ଼ା ହେବା ହୋଇପଡେ କଷ୍ଟକର; ଜାଣନ୍ତୁ..

ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ଧନ, ମାନ-ସମ୍ମାନ, ସୁଖଶାନ୍ତି ଏବଂ ବୈବାହିକ ଜୀବନକୁ ନେଇ ଅନେକ...

ସୌନ୍ଦର୍ଯ୍ୟ ବଢ଼ାଏ ଅଦା, କିଭଳି ଜାଣନ୍ତୁ…

ଅଦା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ। ଆପଣ ଅଦାର ଅନେକ ଔଷଧୀୟ ଗୁଣ ସମ୍ପର୍କରେ ଆଗରୁ ଜାଣିଥିବେ। ମାତ୍ର ଏହାର ବ୍ୟବହାର ଦ୍ୱାରା ସୌନ୍ଦର୍ଯ୍ୟ ବଢ଼ିଥାଏ ବୋଲି...

କୋଲୋରେକ୍ଟାଲ୍‌ କ୍ୟାନସର୍‌ ଆଶଙ୍କାକୁ ହ୍ରାସ କରାଏ ଭିଟାମିନ୍‌-ଡି

ଏକ ଅନ୍ତଃରାଷ୍ଟ୍ରୀୟ ଗବେଷଣାରୁ ଜଣାପଡ଼ିଛି ଯେ, ଶରୀରରେ ଭିଟାମିନ୍‌-ଡି’ର ଉଚ୍ଚସ୍ତର କୋଲୋରେକ୍ଟାଲ୍‌ କ୍ୟାନସର୍‌ ଆଶଙ୍କାକୁ ହ୍ରାସ କରିଥାଏ। ଏହାର ଗବେଷଣା ହାର୍ଭାର୍ଡ ଟିଏଚ୍‌ ଚାନ୍‌ ସ୍କୁଲ୍‌...

ପଢ଼ା ସହ ଜବ୍‌

ପାଠପଢ଼ା ପରେ ଭଲ ଜବ୍‌ଟିଏ ପାଇବାର ଲକ୍ଷ୍ୟ କାହାର ବା ନ ଥାଏ! ହେଲେ କେବେ ଜଣେ ଭଲ ଶିକ୍ଷାର୍ଥୀକୁ ସଫଳ ହେବାରେ ଅର୍ଥ ବାଧକ...

କେଉଁ ଓଠ ପାଇଁ କିଭଳି ଟାଇପ୍‌ର ଲିପ୍‌ଷ୍ଟିକ୍‌? ଜାଣନ୍ତୁ…

ନାରୀଙ୍କ ସୌନ୍ଦର୍ଯ୍ୟର ଏକ ପ୍ରମୁଖ ଅଂଶ ହେଉଛି ସେମାନଙ୍କ ଓଠ। ଆଉ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥିରେ ଲିପ୍‌ଷ୍ଟିକ୍‌ ଲଗାଇବା ଯେତିକି ଜରୁରୀ,...

ବାଣ୍ଟିଲେ ବଢ଼େ ଖୁସି

ଧନସମ୍ପତ୍ତି ଥାଇ ମଧ୍ୟ କିଛି ବ୍ୟକ୍ତି ଖୁସି ନ ଥାନ୍ତି। ତେବେ ପ୍ରକୃତ ଖୁସି ମିଳିଥାଏ ଅନ୍ୟ ସହ ଖୁସି ବାଣ୍ଟିବାରେ। ଏଭଳି ଅନେକ ରାସ୍ତା...

ଘରେ ଏମିତି ଭାବେ ରଖୁଛନ୍ତି କି ଜୋତା : ମାଡ଼ି ଆସିବ ବିପଦ

ବାସ୍ତୁ ଅନୁଯାୟୀ, ସମସ୍ତ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ଜୋତା ଏବଂ...

Advertisement
Archives

Model This Week