ଆଉ ରକ୍ଷା ନାହିଁ, ଏବେ ଏଭଳି ବ୍ୟାପୁଛି କରୋନା…

ଓ୍ବାଶିଂଟନ/ଲଣ୍ଡନ,୧୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ପୂର୍ବରୁ କରୋନା ଭୁତାଣୁ ସଂକ୍ରମଣ ବାୟୁରେ ହୋଇ ନ ଥାଏ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଥିଲେ। ତେବେ ଏବେ ଆମେରିକା, ବ୍ରିଟେନ୍‌ ଏବଂ କାନାଡ଼ର ୬ ଜଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ରିପୋର୍ଟ ବେଶ୍‌ ଚିନ୍ତା ଜନକ ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ବାୟୁରେ ବ୍ୟାପୁ ନାହିଁ ବୋଲି କୌଣସି ବଳିଷ୍ଠ ପ୍ରମାଣ ନାହିଁ। କରୋନାର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହା ଜଣାପଡୁଛି ଯେ, ଭୁତାଣୁ ବାୟୁରେ ହିଁ ବ୍ୟାପୁଛି। ଏହି ରିପୋର୍ଟ ଲାସେଣ୍ଟ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ପ୍ରତିକାରେ କରୋନା ଭୁତାଣୁ ବାୟୁରେ ବ୍ୟାପୁଥିବାର ୧୦ ଟି କାରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭୁତାଣୁର ସୁପର ସ୍ପ୍ରେଡର ଗୁଣ ଏହା ବାୟୁରେ ବ୍ୟାପୁଥିବାକୁ ପ୍ରମାଣିତ କରୁଛି। ସେହିପରି ଆକ୍ରାନ୍ତଙ୍କୁ ହୋଟେଲରେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଥିବା ରୁମ୍‌ର ପାଖ ରୁମ୍‌ରେ ଥିବା ସୁସ୍ଥ ଲୋକଙ୍କଠାରେ ମଧ୍ୟ କରୋନା ଭୁତାଣୁ ଦେଖିବାକୁ ମିଳିବା ବିଷେଶଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ସେହିପରି ପିଞ୍ଜରାରେ ବନ୍ଦ ଥିବା ପ୍ରାଣୀଙ୍କଠାରେ ମଧ୍ୟ କରୋନା ଭୁତାଣୁ ଚିହ୍ନଟ ହୋଇଛି। କରୋନା ଯେ ବାୟୁ ବାହିତ ଏହା ସ୍ବତଃ ସୂଚିତ କରୁଛି ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦,୨୬୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୧୦,୨୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ୧୧, ୮୪,୧୭୪ ଆକ୍ରାନ୍ତ ସୁସ୍ଥ ହୋଇଥିବା  ରାଜ୍ୟ...

ଜୁନ୍‌ ୨୪ରେ ମୋଦି-ପୁଟିନ୍‌-ଜିନ୍‌ପିଙ୍ଗ ଭେଟ…

ନୂଆଦିଲ୍ଲୀ/ମସ୍କୋ/ବେଜିଂ, ୨୮।୫ : ୟୁକ୍ରେନ ଯୁଦ୍ଧ ଏବଂ ଲଦାଖ ସୀମାରେ ଚାଇନା ପକ୍ଷରୁ ଉତ୍ତେଜନା ସୃଷ୍ଟି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା...

ଭାରତର ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଆମେରିକା ଗାୟିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୬ା୮: ଏକ ନୂତନ ଶୈଳୀରେ ‘ଜନ ଗଣ ମନ’ ଏବଂ ‘ଓମ୍‌ ଜୟ ଜଗଦୀଶ ହରେ’ ଗାଇଥିବା ଆମେରିକାର ପ୍ରସିଦ୍ଧ ଗାୟିକା ମେରି ମିଲବେନ ଭାରତ...

ଇଟାଲିରେ ଯୁବବର୍ଗଙ୍କ ପାଇଁ ଆବଶ୍ୟକ ପଡୁଛି ଭେଣ୍ଟିଲେଟର: ମାସ୍କ୍‌-ଗ୍ଳୋଭସ୍ ପିନ୍ଧିଥିବା ଡାକ୍ତର ବି କରୋନା ପଜିଟିଭ୍‌

ରୋମ, ୪ ।୪: ଇଟାଲିରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଭେଣ୍ଟିଲେଟରର ଆବଶ୍ୟକତା ପଡୁଥିବାରୁ ସରକାରଙ୍କ ଚିନ୍ତା...

ସ୍ଥିର ହେଲା ନଓ୍ବାଜ ଶରିଫଙ୍କ ପାକିସ୍ତାନ ଫେରିବା ତାରିଖ

ଇସଲାମାବାଦ,୧୭।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ସ୍ବଦେଶ ଫେରିବେ। ଏବେ ଏହାର ତାରିଖ ସ୍ଥିର ହୋଇଥିବା ଜଣାପଡିଛି। ନଓ୍ବାଜଙ୍କ ଭାଇ ଶେହବାଜ ଶରିଫ ଏହି...

ଚଳିତ ବର୍ଷ ଚାକିରି ସଂଖ୍ୟା ୫.୨ କୋଟି କମିବ, ୨.୧ କୋଟିରୁ ଅଧିକ ହେବେ ବେରୋଜଗାର …

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ସଂକ୍ରମଣ ଯୋଗୁ ଦିନ କୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଚଳିତ ୨୦୨୨ରେ କରୋନା ମହାମାରୀ...

ଚାଇନାକୁ କଡ଼ା ବାର୍ତ୍ତା ଦେଲେ ରାଜନାଥ

ଓ୍ବାଶିଂଟନ,୧୫।୪: ଭାରତର କେହି କ୍ଷତି କଲେ ଆମେ କଦାପି ଛାଡ଼ିବୁ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚାଇନାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି।...

ଚାଷୀଙ୍କ ଉପରେ ଲାଠିମାଡ଼

ଚଣ୍ଡିଗଡ଼, ୧୭।୫: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ରବିବାର ଯୋଗଦେଇଥିବା ଏକ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ଏଥିରେ...

Advertisement
Archives

Model This Week