ଡାକ୍ତରୀମାଇନା କରୁନାହାନ୍ତି, ସିସିଟିଭି ଲଗେଇ ନାହାନ୍ତି 

ଭୁବନେଶ୍ୱର, ୧୭।୯(ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ଭରତପୁର ଥାନା ଏପରି ସୁନ୍ଦର ଭାବେ ନିର୍ମାଣ କରାଯାଇଛି ବାହାରୁ ଦେଖିଲେ ତାହା ଏକ ହୋଟେଲ୍‌ ଭଳି ଲାଗୁଛି। ଏହି ଥାନା ନିର୍ମାଣରେ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଇଥିବା ସତ୍ତ୍ୱେ ଏଠାରେ ପୀଡ଼ିତଙ୍କୁ ନ୍ୟାୟ ମିଳୁ ନାହିଁ ବରଂ  ଅନ୍ୟାୟ ଓ ଅତ୍ୟାଚାର କରାଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ଶନିବାର ବିଳମ୍ବିତ ରାତିରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ସହ ଯାହାସବୁ ଘଟିଯାଇଛି, ତାକୁ ଦେଖିଲେ ସ୍ପଷ୍ଟ ବୁଝାପଡୁଛି। ଏହି ଘଟଣାରେ ପୋଲିସ୍‌ ନିଜ ଭୁଲ୍‌କୁ ଲୁଚାଇବା ଲାଗି ସବୁ ପ୍ରକାର ନିୟମ କାନୁନକୁ ଭଙ୍ଗ କରିଦେଇଥିବା ଅଭିଯୋଗ ହୋଇଛି।
ଏପରିକି ଶନିବାର ବିଳମ୍ବିତ ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ଏହି ଘଟଣାକୁ ଭିନ୍ନରୂପ ଦେବା ଲାଗି ପୋଲିସ୍‌ ପକ୍ଷରୁ ଭରପୂର ଉଦ୍ୟମ କରାଯାଇଛି। ଯେପରିକି ରବିବାର ସକାଳୁ ଉଭୟ ଗୁରୁଭନ୍ସ  ଏବଂ ଅଙ୍କିତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନେଇ ତାଙ୍କ ଡାକ୍ତରୀମାଇନା କରି ରିପୋର୍ଟ ସଂଗ୍ରହ କରାଯାଇଥିଲା। ସେହି ରିପୋର୍ଟରେ ମଧ୍ୟ ଅଙ୍କିତାଙ୍କୁ ଆକ୍ରମଣ କରାଯାଇଥିବା ଉଲ୍ଲେଖ ଥିଲା। ହେଲେ ଅଙ୍କିତାଙ୍କୁ କୋର୍ଟଚାଲାଣ କରିବା ପୂର୍ବରୁ ପୋଲିସ୍‌ କ୍ୟାପିଟାଲ ହସ୍ପିଟାଲରୁ ଏକ ଭୁଲ୍‌ ରିପୋର୍ଟ ସଂଗ୍ରହ କରି ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ଦାଖଲ କରିଛି, ଯାହା ପୋଲିସ୍‌ର ଦୋଷ ଦୁର୍ବଳତା ଲୁଚିଯାଇ ଅଙ୍କିତାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ସେଭଳି ଉଦ୍ୟମ ଥାନା ପକ୍ଷରୁ କରାଯାଇଥିବା ଅଙ୍କିତାଙ୍କ ବାପା ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏହାସହ ତୁରନ୍ତ ଅଙ୍କିତାଙ୍କୁ ପୋଲିସ୍‌ ଯେଭଳି ନିର୍ମମ ଭାବେ ଆକ୍ରମଣ କରିଛି ତା’ର ଠିକ୍‌ ଡାକ୍ତରୀମାଇନା କରିବା ଲାଗି ସେ ଦାବି କରିଛନ୍ତି।
ଅନ୍ୟପଟେ ଅନେକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଭରତପୁର ଥାନାରେ କ୍ୟାମେରା ନାହିଁ ବୋଲି ରବିବାର ଥାନା ଭାରପ୍ରାପ୍ତ ଅଧିକାରୀ ଦୀନକୃଷ୍ଣ ମିଶ୍ର କହିଛନ୍ତି। ସେକଥା ମଧ୍ୟ ଏହି ଘଟଣାରେ ଆହୁରି ସନ୍ଦେହ ଘନୀଭୂତ କରିଛି। ମିଳିଥିବା ସୂଚନା ମୁତାବକ, କିଛିଦିନ ତଳେ ଏହି ଥାନାରେ ହାଇରିଜୋଲ୍ୟୁଶନ କ୍ୟାମେରା ଲଗାଯାଇ ଉଦ୍‌ଘାଟନ କରାଯାଇଥିବା ଉକ୍ତ ଥାନାର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ତେଣୁ ଯଦି ଥାନାରେ ସିସିଟିଭି ଅଛି ତେବେ ଏହାର ପୂର୍ବଦିନର ସମସ୍ତ ଘଟଣା ସେଥିରେ କଏଦ ଥିବ। ତେଣୁ କେଉଁ ପରିସ୍ଥିତିରେ ଥାନା ଭାରପ୍ରାପ୍ତ ଅଧିକାରୀ ସେଠାରେ ସିସିଟିଭି ନାହିଁ ବୋଲି କହିଲେ ତାହା ମଧ୍ୟ ସନ୍ଦେହ ଯାତ କରିଛି।
ଅନ୍ୟପକ୍ଷରେ ପୋଲିସ୍‌ ଅଧିକାରୀମାନେ ସବୁକିଛି ନିୟମାନୁଯାୟୀ କରିବା ଲାଗି ସେମାନଙ୍କୁ ଅଧିକାର ଦିଆଯାଇଛି। ହେଲେ ଜଣେ ଆର୍ମି ଅଫିସରଙ୍କୁ ଅଟକ ରଖିବା ଏବଂ ତାଙ୍କୁ ହାଜତରେ ପୂରାଇବା ଲାଗି ଯେଉଁ ନିୟମ ରହିଛି ଭରତପୁର ଥାନାର କର୍ମଚାରୀମାନେ ତାକୁ ଉଲ୍ଲଂଘନ କରିଛନ୍ତି। ନିୟମ ଅନୁଯାୟୀ ଗୁରୁଭନ୍ସ ସିଂ ଜଣେ ମେଜର ର଼୍ୟାଙ୍କର ଅଫିସର। ତାଙ୍କୁ ହାଜତରେ ରଖିବା ଲାଗି ଜଣେ ଏସ୍‌ପି ପାହ୍ୟାର ଅଧିକାରୀ ଆସିବା କଥା। ତାଙ୍କୁ ଅଟକ ରଖିବା ପୂର୍ବରୁ ତାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍‌ ଗିରଫ ପରଓ୍ବାନା ପ୍ରଦାନ କରିଥିବେ କିମ୍ବା ତାଙ୍କ ବିରୋଧରେ ହତ୍ୟା କିମ୍ବା ବଳାତ୍କାର ଭଳି ସଙ୍ଗୀନ ମାମଲା ରୁଜୁ ହୋଇଥିବା ଦରକାର। ହେଲେ ଏସବୁ କିଛି ନ ଥାଇ ତାଙ୍କ ପ୍ୟାଣ୍ଟ, ଶାର୍ଟ ଏବଂ ଜୋତା ଖୋଲି ତାଙ୍କୁ ଅତ୍ୟନ୍ତ ଅପମାନିତ କରି ୪ ଘଣ୍ଟା ଅଟକ ରଖାଯାଇଥିଲା। ଯଦି ପୋଲିସ୍‌ ଏହି ନିୟମରେ କିଛି ଖିଲାପି କରିଛି ତେବେ ଏହା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ହେବ ବୋଲି ପ୍ରଶ୍ନ ଉଠିଛି। ଅଙ୍କିତାଙ୍କ ବାପା ତଥା ଓଡ଼ିଶା ଷ୍ଟେଟ୍‌ ଏକ୍ସ ସର୍ଭିସ୍‌ ଆସୋସିଏଶନର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ପ୍ରଧାନ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, ତୁରନ୍ତ ଏହି ଘଟଣାରେ ଥାନାର ଆଇଆଇସି ଏବଂ ଅନ୍ୟ କର୍ମଚାରୀମାନଙ୍କୁ ସସ୍‌ପେଣ୍ଡ କରାଯାଉ। ଜଣେ ଆର୍ମି ଅଫିସର ଅଭିଯୋଗ କରିବାକୁ ଯାଇଥିଲେ ଓଲଟା ତାଙ୍କୁ ମାରିକି ଗିରଫ କରିଦେଉଛନ୍ତି। ଯଦି ଏତେ ପୋଲିସ୍‌ କର୍ମଚାରୀଙ୍କୁ ଏମାନେ ଦୁଇ ଜଣ ମରାମରି କଲେ ତେବେ ସିସିଟିଭି ଫୁଟେଜ ମାଗିବାକୁ କହିବାରୁ କାହିଁକି ଲାଗି ନ ଥିବା କହୁଛନ୍ତି। ସୁପ୍ରିମକୋର୍ଟ ଗାଇଡ୍‌ଲାଇନ ଅନୁଯାୟୀ ସିସିଟିଭି କ୍ୟାମେରା ଥାନାରେ ନିଶ୍ଚିତ ଭାବେ ଲାଗିବା ଦରକାର। ଏମାନେ ସୁପ୍ରିମକୋର୍ଟ ନିୟମର ଉଲ୍ଲଂଘନ କରିଛନ୍ତି। ଏହା ଏକ ପ୍ରକାର ଜଙ୍ଗଲରାଜ। ପୋଲିସ୍‌ ଡ୍ରେସ୍‌ରେ ଏମାନେ ଗୁଣ୍ଡାରାଜ ଚଳାଇଛନ୍ତି। ଜଣେ ଆର୍ମି ଅଫିସରଙ୍କ ଅବସ୍ଥା ଯଦି ଏମିତି, ତେବେ ସାଧାରଣ ଲୋକ କ’ଣ ନ୍ୟାୟ ପାଇବେ। ଏମିତି ହେଲେ ଆଗକୁ କେହି ସେନାରେ ମଧ୍ୟ ଯୋଗ ଦେବେନି। ଦେଶକୁ ରକ୍ଷା କରିବା ଲାଗି ନିଜ ଜୀବନ ଦେଉଥିବା ଅଫିସର ସହିତ ଏଭଳି ଜଘନ୍ୟକାଣ୍ଡ ଘଟୁଥିବା ବେଳେ ଉପର ଅଫିସରମାନେ ନୀରବ ରହୁଛନ୍ତି ବୋଲି ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ ଯେ, ଶନିବାର ରାତି ପ୍ରାୟ ୧୨ଟା ୩୦ ମିନିଟ୍‌ରେ ଗୁରୁଭନ୍ସ ଏବଂ ଅଙ୍କିତା ତାଙ୍କ ଗାଡିରେ ପଟିଆରୁ ଫେରୁଥିବା ସମୟରେ କିଛି ଯୁବକ ସେମାନଙ୍କୁ ଅଟକାଇ ମରାମରି କରିଥିଲେ। ଏହାପରେ ସେମାନେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସି ପହଞ୍ଚିଥିଲେ। ହେଲେ ଥାନାରେ ଯେମିତି ସେମାନଙ୍କୁ ନ୍ୟାୟ ମିଳିବା କଥା ନ ମିଳିବାରୁ ସେମାନେ କିଛି ପ୍ରଶ୍ନ ଉଠାଇଥିଲେ। ଏହାପରେ ଅଭିଯୋଗ କରିବାକୁ ଆସିଥିବା ଗୁରୁଭନ୍ସ ଏବଂ ଅଙ୍କିତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା। ଗୁରୁଭନ୍ସ ଜଣେ ମେଜର ପାହ୍ୟାର ଆର୍ମି ଅଫିସର ହେବା ସତ୍ତ୍ୱେ ତାଙ୍କ ପ୍ୟାଣ୍ଟ, ଶାର୍ଟ, ଜୋତା ଖୋଲି ତାଙ୍କୁ ହାଜତରେ ପୂରାଇ ଦେଇଥିଲେ। ଅନ୍ୟପଟେ ଅଙ୍କିତାଙ୍କୁ ପ୍ରବଳ ମାରିବା ସହିତ ତାଙ୍କ ଡ୍ରେସ୍‌ ମଧ୍ୟ ଖୋଲି ଦେଇଥିଲେ। ଏହାପରେ ରବିବାର ଅଙ୍କିତାଙ୍କୁ କୋର୍ଟ ଚାଲାଣ କରିବା ଲାଗି ପୋଲିସ୍‌ କର୍ମଚାରୀମାନେ ଭୁଲ୍‌ ହସ୍ପିଟାଲ ରିପୋର୍ଟ ଆଣିଥିବା ଅଭିଯୋଗ ମଧ୍ୟ ହୋଇଛି। ଅଙ୍କିତାଙ୍କ ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଅନ୍ୟପଟେ ଏହି କଥାରେ ପୋଲିସ୍‌ ନିଜ ଭୁଲ୍‌ ଲୁଚାଇବା ଲାଗି ସମସ୍ତ ପ୍ରକାର କ୍ଷମତାର ଅପବ୍ୟବହାର କରିଚାଲିଛି।

Enter your email to get our daily news in your inbox.

All Right Reserved By Dharitri.Com

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?