ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ନିଜ ବିଷୟରେ ଏହି ୪ କଥା; ଖୁସିରେ ରହିବେ…

ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି କାହାକୁ ବି କହିବା ଉଚିତ୍‌ ନୁହେଁ। ଆସନ୍ତୁ ଜାଣିବା ସେ ବିଷୟରେ …

-ଆଚାର୍ଯ୍ୟ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଖରାପ ଅଛି। ସେ ବ୍ୟବସାୟରେ କ୍ଷତି ସହୁଛନ୍ତି। ତାଙ୍କର ଆର୍ଥିକ କ୍ଷତି ଘଟିଛି, ତେବେ ତାଙ୍କୁ ଏ ବିଷୟରେ କାହାରିକୁ କହିବା ଉଚିତ୍‌ ନୁହେଁ। ବ୍ୟକ୍ତିର ଆର୍ଥିକ ପରିସ୍ଥିତି ବିଷୟରେ ଜାଣିବା ପରେ ଲୋକମାନେ ସାହାଯ୍ୟ କରିବାକୁ ଭୟ କରନ୍ତି। କେବଳ ଏତିକି ନୁହେଁ, ଯଦି ଲୋକମାନେ ଜାଣନ୍ତି ଯେ ଜଣେ ବ୍ୟକ୍ତି ଆର୍ଥିକ ସଙ୍କଟରେ ଅଛନ୍ତି ତେବେ ସେମାନେ ସେହି ବ୍ୟକ୍ତିଙ୍କଠାରୁ ଦୂରେଇ ଯିବା ଆରମ୍ଭ କରନ୍ତି। ଏହି କାରଣରୁ ଏହିପରି ଜିନିଷଗୁଡିକ ଗୁପ୍ତ ରଖିବା ଉଚିତ ବୋଲି ସେ କହିଛନ୍ତି।

-ଚାଣକ୍ୟ କୁହନ୍ତି, ଜଣେ ବ୍ୟକ୍ତି ନିଜର ଦୁଃଖକୁ ଗୁପ୍ତ ରଖିବା ଉଚିତ୍‌। ଏହି କଥା କହିବା ପରେ ଦୁଃଖିଲୋକଙ୍କୁ ଅନ୍ୟମାନେ ପରିହାସ କରନ୍ତି। ଏହାଦ୍ୱାରା ଅଧିକ ବିବ୍ରତ ହୋଇପାରନ୍ତି। ତେଣୁ, ତୁମର ମନର ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରିବା ଠାରୁ ଦୂରେଇ ରହିବା ଉଚିତ।
-ଏକ ପଦରେ ଚାଣକ୍ୟ ମହିଳାଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ପତ୍ନୀଙ୍କ ଅଭ୍ୟାସ ବିଷୟରେ ଅନ୍ୟ ବ୍ୟକ୍ତିଙ୍କୁ କହି ନ ଥାଏ। ସ୍ବାମୀ-ସ୍ତ୍ରୀଙ୍କ କଥା କାହାକୁ କହିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅସୁବିଧାରେ ପଡ଼ିପାରନ୍ତି।
– ଏହାଛଡ଼ା ଚାଣକ୍ୟ କୁହନ୍ତି, ଯଦି କେହି ଆପଣଙ୍କୁ ଅପମାନ କରିଛି ତେବେ ସେ ବିଷୟରେ କାହାକୁ କହିବା ଉଚିତ ନୁହେଁ। ଯଦି କୌଣସି ସମୟରେ କିମ୍ବା ସ୍ଥାନରେ ଅପମାନଜନକ କଥାର ସମ୍ମୁଖୀନ ହେଉଛନ୍ତି, ତେବେ ଏହା ବିଷୟରେ କାହାକୁ କୁହନ୍ତୁ ନାହିଁ । ଏହାଦ୍ୱରା ଅନ୍ୟମାନଙ୍କ ଆଗରେ ନିଜ ସମ୍ମାନ ହ୍ରାସ ପାଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ସାହିତ୍ୟକୁ ଏକ ଅନ୍ବେଷଣ ଭାବେ ଗ୍ରହଣ କରିବା ଆବଶ୍ୟକ’

ଓଡ଼ିଆ ଭାଷା ସାହିତ୍ୟକୁ ସ୍ବତନ୍ତ୍ର ଅବଦାନ ଦେଇଛନ୍ତି ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା। ୧୯୮୫ ଜୁଲାଇ ୧ରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଗୁରୁଜିଭଟ୍ଟା ଗ୍ରାମରେ ଜନ୍ମଗ୍ରହଣ...

ହୃଦ୍‌ରୋଗ ଓ କ୍ୟାନସର ଦୂର କରେ ଅଶ୍ୱଗନ୍ଧା

ଅଶ୍ୱଗନ୍ଧାରେ ନାନା ଔଷଧୀୟ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଜଭୁତ କରିବାକୁ ଚାହୁଁଥିଲେ ଅଶ୍ବଗନ୍ଧା ବ୍ୟବହାର କରନ୍ତୁ। ଅଶ୍ୱଗନ୍ଧାର ଫଳ, ଫୁଲ...

ଜାତକରେ ମଙ୍ଗଳ ଦୋଷ ଅଛି କି? ବିବାହରେ ଉପୁଜିପାରେ ନାନାଦି ବାଧା; ଦୂର କରିବାର ଉପାୟ ଜାଣନ୍ତୁ…

ଜ୍ୟୋତିଷ ଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶିଙ୍କ ବିଷୟରେ ଅଧ୍ୟୟନ କରାଯାଇଥାଏ। ବ୍ୟକ୍ତିର ଜନ୍ମ ଏବଂ ସମୟ ଆଧାରରେ ତାର ରାଶି ନିର୍ଧାରିତ କରାଯାଏ।...

କରୋନା ପ୍ରତିରୋଧକ ଔଷଧ ଯୋଗୁ ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ: ସାଇଟୋକାଇନ୍‌ ଷ୍ଟ୍ରମ୍‌ ହେଉଛି ଘାତକ…

ଓ୍ବାଶିଂଟନ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, କରୋନାରୁ ଆକ୍ରାନ୍ତ ରକ୍ଷା ପାଇଲେ ବି...

ସ୍ବଭାବକୁ ପ୍ରଭାବିତ କରେ ସୋସିଆଲ ସାଇଟ୍‌

ଏବେ ତ ହାଇଟେକ୍‌ ଯୁଗ। ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ବ୍ୟବହାର ଆଜିକାଲି ସାଧାରଣ କଥା ହୋଇଗଲାଣି। କେବଳ ଯୁବପିଢ଼ି ନୁହଁନ୍ତି, ଅନେକ ବର୍ତ୍ତମାନ ସୋସିଆଲ ସାଇଟ୍‌ ସହ...

ଏଭଳି ହେଉଛି କି, ଶୀଘ୍ର ପିଲାଙ୍କୁ ନିଅନ୍ତୁ ହସ୍ପିଟାଲ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ନୂଆ ଷ୍ଟ୍ରେନ୍‌ର ନୂଆ ଲକ୍ଷଣ ଏବଂ ୩ ଗୁଣା ଅଧିକ ବେଗରେ...

ଚିକିତ୍ସା ବିଜ୍ଞାନକୁ ସହଜ କରିଛି ରେଡିଓଲୋଜି

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଏକ୍ସ-ରେ ଦ୍ୱାରା ରେଡିଓଲୋଜି ସହଜ ହୋଇପାରିଛି। ୧୮୯୫ ନଭେମ୍ବର ୮ରେ ୱିଲହେଲମ...

ଅଣ୍ଟା ବ୍ୟଥା ହେଉଥିଲେ..

ଅଣ୍ଟା ବ୍ୟଥା ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଆପଣେଇ ପାରିଲେ ଏଥିରୁ...

Advertisement
Archives

Model This Week