Posted inଫୁରସତ

୩୫୦ ବର୍ଷ ଧରି ଏହି ଗାଁର ଯୁବତୀ-ଯୁବକଙ୍କ ଘରେ ହୋଇନି ବାହାଘର, କାରଣ ଜାଣିଲେ…

ରାଜସ୍ଥାନର ବାରମର ଜିଲାରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରାୟ ୩୫୦ ବର୍ଷ ଧରି କୌଣସି ଘରେ ବିବାହ ହୋଇ ନାହିଁ। ଅର୍ଥାତ୍‌ ଗ୍ରାମର ସମସ୍ତ ଅବିବାହିତ ଯୁବତୀ-ଯୁବକଙ୍କ ବିବାହ ମନ୍ଦିରରେ ହିଁ ହୋଇଥାଏ।

ବିଶ୍ୱାସ କରାଯାଏ, ଯଦି ବିବାହ ମନ୍ଦିରରେ କରାଯାଏ ନାହିଁ, ତେବେ ବୋହୂ କିମ୍ବା ଝିଅଙ୍କ କୋଳ ପୂରିବ ନାହିଁ। ଏହି ବିଶ୍ୱାସ ହେତୁ ଆଜି ବି ଗାଁର ଯୁବତୀ ଯୁବକଙ୍କ ବିବାହ ଗାଁର ଚାମୁଣ୍ଡା ମାତା ମନ୍ଦିରରେ ହୋଇଥାଏ।

ଏହି ଗାଁର ନାଁ ଆଟି। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ। ମେଘୱାଲ ସମ୍ପ୍ରଦାୟର ଜୟପାଲ ଗୋତ୍ର ପରିବାର ଏହି ଗାଁରେ ରୁହନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଝିଅଟି ଘରର ପ୍ରାଙ୍ଗଣରେ ବିବାହ ନ ହେବା ପର୍ଯ୍ୟନ୍ତ, ପ୍ରାଙ୍ଗଣଟି କୁଆଁରୀ ବୋଲି ବିବେଚନା କରାଯାଏ। ତେଣୁ ମନ୍ଦିରରେ ସାତଫେରା ନେବା ସହ ଖାଦ୍ୟ ଏବଂ ବିଦାୟ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସମାପନ ହୁଏ। ଏପରିକି ମନ୍ଦିରରେ ଶୋଭାଯାତ୍ରା ମଧ୍ୟ ହୁଏନାହିଁ।

ପୁଅମାନଙ୍କ ବିବାହର ରୀତିନୀତି ମଧ୍ୟ ଏହି ମନ୍ଦିରରେ ସମ୍ପନ୍ନ ହୋଇଥାଏ। ମନ୍ଦିର କମିଟିର ସଭାପତି ମେହେରାମ ଜୟପାଲ କହିଛନ୍ତି, ମନ୍ଦିରରେ ଝିଅ-ପୁଅ ଉଭୟଙ୍କ ରୀତିନୀତି ମଧ୍ୟରେ ବିବାହ ସମ୍ପନ୍ନ ହୋଇଥାଏ। ବର ମନ୍ଦିରରେ ପହଞ୍ଚିବା ପରେ କନ୍ୟା ମଧ୍ୟ ମନ୍ଦିରକୁ ଆସିଥାଏ। ବିବାହ ପରଦିନ ସକାଳେ ବର ସହ ଘରକୁ ଯାଇଥାଏ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୩୫୦ ବର୍ଷ ପୂର୍ବେ ଜୈସଲମେରର ଖୁଅଡ଼ି ଗାଁର ଜୟପାଲ ଗୌତ୍ର ଲୋକ ଆତି ଗ୍ରାମରେ ବସବାସ କରିଥିଲେ। ତା’ପରେ ସେ କାଠ ତିଆରି ମାତାଜୀଙ୍କ ପ୍ରତିମୂର୍ତ୍ତି ଆଣିଥିଲେ। ଗାଁର ତତ୍କାଳୀନ ଜମିଦାର ହମିର ସିଂ ରାଠୋର ତାଙ୍କୁ ଏଠାରେ ବସବାସ କରିବାକୁ ଏକ ସ୍ଥାନ ଦେଇଥିଲେ। ପରେ ଏହି ସମ୍ପ୍ରଦାୟର ଲୋକମାନେ ଏକ ମନ୍ଦିର ସ୍ଥାପନ କରି ମାତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ।

ଗ୍ରାମବାସୀ ମନ୍ଦିରକୁ ସେମାନଙ୍କର ଗୃହ ଭାବରେ ଗ୍ରହଣ କରିନେଇଛନ୍ତି। ତେଣୁ ମନ୍ଦିରରେ ଝିଅ ଏବଂ ପୁଅମାନଙ୍କୁ ବିବାହ କରିଆସୁଛନ୍ତି। ସମୟ ସହିତ ଏହା ଏକ ପରମ୍ପରାରେ ପରିଣତ ହୋଇଗଲାଣି। ବିଗତ ୩୫୦ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି। ଏକ ବିଶ୍ୱାସ ରହିଛି ମନ୍ଦିରରେ ବିବାହ ନ କଲେ ଝିଅ କିମ୍ବା ବୋହୂ ଗର୍ଭବତୀ ହେବେ ନାହିଁ। ମାତାଙ୍କ ଆଶୀର୍ବାଦ ରହିଲେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟକ୍‌ଟକ୍‌ ହୋଇ ଫୁଟୁଛି ପାଣି; ହାତ ଯୋଡ଼ି ଆରାମରେ ବସିଲେ ଶିଶୁ; ଭିଡିଓ ଦେଖିଲେ…

ଟକ୍‌ ଟକ୍‌ ହୋଇ ଫୁଟୁଛି ପାଣି। ତା ଭିତରେ ସମାଧିସ୍ଥ ହୋଇ ବେଶ୍‌ ଆରାମରେ ବସିଛନ୍ତି ଜଣେ ଶିଶୁ। ପାଖରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ...

ଏପରି ଅଞ୍ଚଳ ଯେଉଁଠିକୁ ବରଯାତ୍ରୀ ଆସିବାକୁ କରନ୍ତି ଭୟ…

ବିବାହ ନେଇ ଯୁବତୀ ଯୁବକଙ୍କ ମନରେ ଥାଏ ଅସୁମାରୀ ସ୍ବପ୍ନ। ତେବେ ବିହାର ଭୋଜପୁରରେ ଯୁବତୀ ଯୁବକମାନେ ବିବାହ ବୟସ ହେଲେ ମଧ୍ୟ ବିବାହ କରିପାରୁ...

ଯେଉଁ ଜୀବ ଶୁଅନ୍ତି ୨୪ ରୁ ୨୨ ଘଣ୍ଟା

ନିଦ ସମସ୍ତଙ୍କ ଲାଗି ନିହାତି ଆବଶ୍ୟକ। ବିନା ଖାଦ୍ୟରେ କେହି ଅଧିକ ସମୟ ବଞ୍ଚିପାରିବ, ମାତ୍ର ଶୋଇବା ବିନା ନୁହେଁ। ବିଜ୍ଞାନ ଅନୁଯାୟୀ ଜଣେ ମଣିଷ...

ଖରାଛୁଟି: ଦିନେ ଆସୁଥିଲା ଆଞ୍ଜୁଳା ଆଞ୍ଜୁଳା ଖୁସି ନେଇ, ଏବେ ବଦଳିଯାଇଛି ସ୍ବରୂପ

ଖରାଛୁଟି!! ଆଃ!! କେବେ ସରିବ ପରୀକ୍ଷା। ଆରମ୍ଭ ହୋଇଯାଏ ଦିନଗଣିବା, ପରୀକ୍ଷାର ଶେଷ ଆଡ଼କୁ ଆଉ କ’ଣ ସତରେ ପାଠରେ ମନଲାଗେ, ମାମୁ ଘରକୁ ଯିବାର...

୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଲେ ଭାଗୀରଥି ଆମ୍ମା

ଥିରୁଭାନନ୍ତପୁରମ୍‌,୨୦।୧୧: ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ଭାଗୀରଥି ଆମ୍ମା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେରଳରେ ଘଟିଛି ଏଭଳି ନିଆରା ଘଟଣା। କେରଳ...

ଜଙ୍ଗଲରେ ମିଳିଲା ମୋବାଇଲ୍‌ ସିଗନାଲ୍‌: ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କଲେ ଛାତ୍ରୀଛାତ୍ର

ଡେରାଡୁନ୍‌, ୨୪।୬: କରୋନା ସଂକ୍ରମଣ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ସ୍କୁଲ କଲେଜ ବନ୍ଦ ହୋଇଥିବାରୁ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ା କରୁଛନ୍ତି। ତେବେ...

ଫିଲ୍ମ ଷ୍ଟାଇଲ୍‌ରେ ଛାଡ଼ପତ୍ର ଦାବି କଲେ ମହିଳା

ମିରଟ,୧୫।୩: ଉତ୍ତରପ୍ରଦେଶରେ ଜଣେ ମହିଳା ହିନ୍ଦୀ ଫିଲ୍ମ ବାଲା ଷ୍ଟୋରୀ ଷ୍ଟାଇଲ୍‌ରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଦାବି କରିଛନ୍ତି। ସେ ପରିବାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ...

କାଜୁ ବିକ୍ରି କରି ଘର ଚଳାଉଥିବା ଏହି ଝିଅ ଏବେ ଯିବେ ନାସା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଏବଂ କଠିନ ପରିଶ୍ରମ ଦ୍ୱାରା ସାରା ଜଗତକୁ ମଧ୍ୟ ଜିଣିହୁଏ। ଏହି ଉକ୍ତିଟିର ସଫଳ...

Advertisement
Archives

Model This Week