ପୋଲିସ ଉପରେ ଭରସା ନାହିଁ: ଜୟନାରାୟଣ

ଭୁବନେଶ୍ୱର,୪ା୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ପୋଲିସ ଗୁଳିରେ ମୃତ୍ୟୁ ହେବା ପରେ ବିଧାୟକ ଓ ମନ୍ତ୍ରୀମାନେ ସତର୍କ ହୋଇ ପଡ଼ିଛନ୍ତି। ପୋଲିସ ଉପରେ ସେମାନଙ୍କର ଭରସା ପାଉନାହିଁ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ନିଜର ପିଏସ୍‌ଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇ ଦେଇଛନ୍ତି ା ଏନେଇ ପ୍ରତିକ୍ରିୟାରେ ସେ କହିଛନ୍ତି, ଓଡ଼ିଶା ପୋଲିସ ଉପରେ ତାଙ୍କର ଭରସା ନାହିଁ। ତେଣୁ ସେ ସରକାର ଦେଇଥିବା ପିଏସଓ ଫେରାଇ ଦେଉଛନ୍ତି। ସେ କୌଣସି ସୁରକ୍ଷା ଓଡ଼ିଶା ପୋଲିସଠାରୁ ନେବେନାହିଁ। ସେ ଆହୁରି କହିଛନ୍ତି, ସରକାରଙ୍କ ପାଖରେ ଥିବା ପୋଲିସ ଅଧିକାରୀ ଏବେ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ। ତେଣୁ ଓଡ଼ିଶା ପୋଲିସ ଉପରେ ତାଙ୍କର ଆଉ ଆସ୍ଥା ଓ ଭରସା ନାହିଁ।
ରାଜ୍ୟ ପୋଲିସକୁ ଜୟନାରାୟଣଙ୍କ ନିନ୍ଦାକୁ ଓଡ଼ିଶା ପୋଲିସ ଅଫିସର ଆସୋସିଏଶନ ଏବଂ ଓଡ଼ିଶା ହାବିଲଦାର, କନ୍‌ଷ୍ଟେବଲ, ସିପାହି ମହାସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଓଡ଼ିଶା ହାବିଲଦାର, କନ୍‌ଷ୍ଟେବଲ, ସିପାହି ମହାସଂଘ ସାଧାରଣ ସମ୍ପାଦକ ପଞ୍ଚାନନ ବେହେରା କହିଛନ୍ତି, ଜଣେ ଉଚ୍ଚପଦସ୍ଥ ନେତାଙ୍କ ଏଭଳି ବୟାନ ଅତ୍ୟନ୍ତ ନିନ୍ଦନୀୟ। ଏହି ମନ୍ତବ୍ୟ ଦ୍ୱାରା ୯୦ ହଜାର ପୋଲିସ କର୍ମଚାରୀଙ୍କ ମନୋବଳ ଦୁର୍ବଳ ହେବ। ଓଡ଼ିଶା ପୋଲିସ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ୨୪ ଘଣ୍ଟା କାର୍ଯ୍ୟ କରୁଛି। ବିରୋଧୀ ଦଳ ନେତା ଏଭଳି ବୟାନ ଦେବା ଅନୁଚିତ। ଜୟନାରାୟଣ ତାଙ୍କ ବୟାନକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଜୟନାରାୟଣଙ୍କ ମନ୍ତବ୍ୟକୁ ବରିଷ୍ଠ ପୋଲିସ ଅଧିକାରୀ ନାପସନ୍ଦ କରିଛନ୍ତି। ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଯୋଗୁ ଅନେକ ରାଜନେତାଙ୍କ ଜୀବନ ରକ୍ଷା ହୋଇପାରିଛି। ଜଣେ ପୋଲିସ ଅଧିକାରୀଙ୍କ ଭୁଲ ଯୋଗୁ ରାଜ୍ୟର ସମସ୍ତ ପୋଲିସଙ୍କୁ ଦୋଷୀ କହିବା ଓ ଅପରାଧପ୍ରବଣ କହିବା କେତେଦୂର ଠିକ୍‌। ଜୟନାରାୟଣ ବିରୋଧୀ ଦଳ ନେତା ଅଛନ୍ତି, ତାଙ୍କ ମୁହଁରୁ ଏଭଳି କଥା ସଭ୍ୟ ସମାଜଙ୍କୁ ଭୁଲ୍‌ ବାର୍ତ୍ତା ଦେଉଛି। ତାଙ୍କ ମନ୍ତବ୍ୟ ପୋଲିସର ମନୋବଳକୁ ଦୁର୍ବଳ କରିବା ଆଶଙ୍କା ରହିଛି। ବାରମ୍ବାର ପୋଲିସକୁ ସମାଲୋଚନା କରିବାରୁ ଜୟନାରାୟଣ କ୍ଷାନ୍ତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?