Posted inଜାତୀୟ

‘ହିନ୍ଦୁ ନ ଥିଲେ ଚୋଳବଂଶୀ’

ଚେନ୍ନାଇ,୮ା୧୦: ଚୋଳବଂଶୀ ରାଜାମାନେ ହିନ୍ଦୁ ନ ଥିଲେ କି ସେମାନଙ୍କ ଶାସନ କାଳରେ ହିନ୍ଦୁ ନାମରେ କୌଣସି ଧର୍ମ ନ ଥିଲା ବୋଲି ଅଭିନେତା କମଲ ହାସନ କହିଛନ୍ତି, ଯାହାକୁ ନେଇ ବିବାଦ ଉଠିଛି। କମଲ ହାସନଙ୍କ ମତରେ ଭଇନାଭମ୍‌, ଶୈବମ୍‌ ଓ ବୈନାଭମ୍‌ ନାମରେ ୩ଟି ଧର୍ମ ଚୋଳ ରାଜବଂଶ ଅମଳରେ ଥିଲା। ବ୍ରିଟିଶ୍‌ମାନେ ଭାରତକୁ ଶାସନ କରିବା ସମୟରେ ଥୁଥୁକୁଡ଼ିର ନାମ ପରିବର୍ତ୍ତନ କରି ଟୁଟିକୋରିନ୍‌ କଲାଭଳି ହିନ୍ଦୁ ଶବ୍ଦର ପ୍ରଚଳନ ସେମାନଙ୍କ ଦ୍ୱାରା କରାଯାଇଛି, ଯାହାର ପ୍ରକୃତ ଅର୍ଥ ବ୍ରିଟିଶମାନେ ମଧ୍ୟ ଜାଣି ନ ଥିବା ସେ ପ୍ରକାଶ କରିଛନ୍ତି।
ମଣିରତ୍ନମଙ୍କ ପାନ୍‌ ଇଣ୍ଡିଆ ଫିଲ୍ମ ‘ପୋନ୍ନିୟିନ ସେଲଭାନ୍‌-୧’ ରିଲିଜ୍‌ର ଗୋଟିଏ ଦିନ ପରେ ଜାତୀୟ ପୁରସ୍କାର ବିଜେତା ଭେଟ୍ରିମାରାନ କହିଥିଲେ, ଚୋଳବଂଶୀ ହିନ୍ଦୁ ନ ଥିଲେ, କିନ୍ତୁ ଭାଜପା ଆମ ପରିଚୟକୁ ଚୋରି କରିବାକୁ ଚାହୁଁଛି। ଏହାପୂର୍ବରୁ ଗୈରିକ ଦଳ ତାମିଲ କବି ତିରୁବ୍ବଲୁବରଙ୍କୁ ନେଇ ଧ୍ରୁବୀକରଣ ରାଜନୀତି କରିଆସିଛି। ଆମେ ଏହାକୁ ଆଦୌ ବରଦାସ୍ତ କରିବୁ ନାହିଁ ବୋଲି ସେ କହିଥିଲେ। ଏହାପରେ ଭେଟ୍ରିମାରାନଙ୍କୁ ସମର୍ଥନ କରି କମଲ ନିଜ ମନ୍ତବ୍ୟ ରଖିଛନ୍ତି। ଅନ୍ୟପକ୍ଷେ ଭାଜପା ନେତା ଏଚ୍‌. ରାଜା ଏହାର ବିରୋଧ କରିଛନ୍ତି। ଚୋଳବଂଶୀ ରାଜା ହିନ୍ଦୁ । ଭେଟ୍ରିମାରାନଙ୍କ ପରି ଇତିହାସରେ ବିଜ୍ଞ ନୁହେଁ ବୋଲି ଭାଜପା ନେତା ସେ କହିଛନ୍ତି। ଚୋଳ ରାଜାଙ୍କ ଶାସନକାଳରେ ଦୁଇଟି ଚର୍ଚ୍ଚ ଓ ଗୋଟିଏ ମସ୍‌ଜିଦ୍‌ ତିଆରି କରିଥିଲେ। ରାଜାଙ୍କ ଶାସନକୁ ନେଇ ତାମିଲନାଡୁରେ ବିବାଦ ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୧୯ରେ ଫିଲ୍ମ ନିର୍ଦ୍ଦେଶକ ରଣଜିତ ଚୋଳବଂଶୀ ଶାସକ ଦଳିତମାନଙ୍କ ଉପରେ ଅତ୍ୟାଚାର କରୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଉପସ୍ଥିତି ଇସ୍ରୋ ପାଇଁ ହେଲା ଅଶୁଭ:କୁମାରସ୍ବାମୀ

ବେଙ୍ଗାଲୁରୁ,୧୩।୯: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି. କୁମାରସ୍ବାମୀ ଏକ ବିବାଦୀୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରମ ଲ୍ୟାଣ୍ଡର ଅବତରଣ ଦେଖିବା ପାଇଁ ଇସ୍ରୋ ସେଣ୍ଟରଠାରେ...

୬ ଦିନ ପୂର୍ବରୁ ଶୀତ ଅଧିବେଶନ ଶେଷ

ନୂଆଦିଲ୍ଲୀ,୨୪।୧୨(ପି.ଟି.): ଚାଇନା ସହ ସୀମା ବିବାଦ ଉପରେ ଆଲୋଚନା ଲାଗି ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବିକୁ ନେଇ ବାରମ୍ବାର ମୁଲତବୀ ମଧ୍ୟରେ ଧାର୍ଯ୍ୟ ସମୟର ୬...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୭ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ମେଜର(ଅବସରୀପ୍ରାପ୍ତ) ଯଶୱନ୍ତ ସିଂଙ୍କର ରବିବାର ସକାଳ ପ୍ରାୟ ୬ଟା ୫୫ ମିନିଟରେ...

ମୋଦି ସରକାର ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ରହିବେ : ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏକ ନିଆରା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୨୫...

୭୬ ଘଣ୍ଟା ଖାଦ୍ୟ ପ୍ରସ୍ତୁତ କରି ରେକର୍ଡ କଲେ ଲତା

ଭୋପାଳ,୭।୯: ମଧ୍ୟ ପ୍ରଦେଶ ରିବା ଅଞ୍ଚରରେ ଥିବା ସେଫ୍‌ ଲତା ଟଣ୍ଡନ ଦୀର୍ଘ ୭୬ ଘଣ୍ଟା ଧରି ରୋଷେଇ କରିବା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି...

ଦକ୍ଷିଣ କଶ୍ମୀରରେ ଏନକାଉଣ୍ଟର, ଅନେକ ସ୍ଥାନରେ ଇଣ୍ଟରନେଟ ବନ୍ଦ

ଶ୍ରୀନଗର,୯ ।୪: ଦକ୍ଷିଣ କଶ୍ମୀରର ୨ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ବେଳେ ପ୍ରଥମ ଏନକାଉଣ୍ଟର ଅନନ୍ତନାଗର ସିରହମାରେ ଚାଲିଛି...

ସୀମାରେ ପାକିସ୍ତାନୀ ଡ୍ରୋନ୍‌

ଫିରୋଜପୁର,୧୪।୧: ପଞ୍ଜାବର ଭାରତ-ପାକିସ୍ତାନ ସୀମାରେ ପୁଣିଥରେ ଏକ ପାକିସ୍ତାନୀ ଡ୍ରୋନ୍‌ ସୋମବାର ରାତିରେ ଦେଖାଯାଇଥିବା ସୂଚନା ମିଳିଛି। ସୀମାରେ ମୁତୟନ ଥିବା ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ)ର...

ବେସରକାରୀ ଚାକିରୀରେ ସ୍ଥାନୀୟ ଯୁବକଙ୍କ ପାଇଁ ୭୫ ପ୍ରତିଶତ ପଦବୀ ସଂରକ୍ଷିତ

ଚଣ୍ଡିଗଡ଼,୩।୩ : ହରିୟାଣାରେ ଯୁବକଙ୍କ ପାଇଁ ବେସରକାରୀ କାକିରୀରେ ୭୫ ପ୍ରତିଶତ ପଦବୀ ସଂରକ୍ଷିତ ରହିବ। ତେବେ ମାସିକ ୫୦ ହଜାରରୁ କମ୍‌ ଦରମା ମିଳୁଥିବା...

Advertisement
Archives

Model This Week