ପ୍ରକଳ୍ପ ପାଖରେ ଜମି ପଡ଼ିଆ

ଢେଙ୍କାନାଳ ଅଫିସ, ୨୬।୭:  ଲୁଚକାଳି ଖେଳୁଛି ମୌସୁମୀ। ଅନାବୃଷ୍ଟି ପାଇଁ ଶ୍ରାବଣରେ ଶୁଖିଲା ପଡ଼ିଛି ଜମି। ଅନିୟମିତ ଲଘୁଚାପ ବର୍ଷା ଚାଷକୁ ନିଅଣ୍ଟ ହେଉଥିବାବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଏସବୁ ଭିତରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ବିଦ୍ୟୁତ୍‌ ବିଭ୍ରାଟ। ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍‌ ସେଚ ପ୍ରକଳ୍ପଗୁଡ଼ିକୁ ସ୍ଥାଣୁ କରିଦେଇଛି। ଫଳରେ ପ୍ରକଳ୍ପ ପାଖରେ ଥାଇ ସୁଦ୍ଧା ପଡ଼ିଆ ପଡ଼ିଛି ଏକର ଏକର ଜମି । ବିଦ୍ୟୁତ୍‌ ବିଭାଗର ଏଭଳି ମନମୁଖି କାର୍ଯ୍ୟ ଖରିଫ ଚାଷରେ ବାଧକ ସାଜିଥିବାବେଳେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଅଞ୍ଚଳର ଚାଷୀ।
ମୌସୁମୀ ଆସିଛି। ମହାମାରୀ ସମୟରେ ଭୁଶୁଡ଼ି ପଡ଼ିଥିବା ପରିବାରର ଆର୍ଥିକ ବ୍ୟବସ୍ଥାକୁ ସଜାଡ଼ିବାକୁ ପାଗ ଭିଡ଼ିଛି ଚାଷୀ। ତେବେ ଜମି ପାଖରେ ଥିବା ସେଚ ପ୍ରକଳ୍ପ କାମରେ ନ ଆସିବା ବେଲଟିକିରି ଗ୍ରାମର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମରେ ଉଠା ଜଳସେଚନ ବିଭାଗ ପକ୍ଷରୁ ବିଜୁ କୃଷି ବିକାଶ ଯୋଜନାରେ ଗଭୀର ନଳକୂପ ଖନନ କରାଯାଇଛି। ଏଥିରେ ଖର୍ଚ୍ଚ ହୋଇଛି ୨୬ଲକ୍ଷ ୮୦ହଜାର ଟଙ୍କା। ପ୍ରକଳ୍ପରୁ ଜମିକୁ ଜଳଯୋଗାଣ ଲାଗି ୬୩ କେଭିଏ କ୍ଷମତାସମ୍ପନ୍ନ ସ୍ବତନ୍ତ୍ର ଟ୍ରାନ୍ସଫର୍ମର ଲଗାଯାଇଛି। କିନ୍ତୁ ୩ ମାସ ହେଲା ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଜମିକୁ ଜଳଯୋଗାଣ ହୋଇପାରୁନାହିଁ। ଫଳରେ ୪୦ ଏକର ଜମିରେ ଚାଷକାର୍ଯ୍ୟ ପ୍ରଭାବିତ ହୋଇଥିବା ସେଚପ୍ରକଳ୍ପର ହିତାଧିକାରୀ ଚାଷୀ ଜିତେନ୍ଦ୍ର ସାହୁ, ବିକ୍ରମ ସାହୁ, ସୁଧାଂଶୁ ନାୟକ, ଶିବପ୍ରସାଦ ବେହେରା, ମଧୁମିତା ଦେହୁରୀ, ପ୍ରଶାନ୍ତ ଗଡ଼ନାୟକ, ରବିନାରାୟଣ ଷଣ୍ଢ ପ୍ରମୁଖ ଅଭିଯୋଗ କରିଛନ୍ତି। ଚାଷୀଙ୍କ କହିବା କଥା, ସେମାନେ ପ୍ରାୟ ୪୦ ଏକର ଜମିରେ ଧାନ, ବାଇଗଣ, ବିଲାତି, ଝୁଡୁଙ୍ଗ ସମେତ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଛନ୍ତି। ଲଘୁଚାପଜନିତ ଅନିୟମିତ ବର୍ଷା ପ୍ରଥମରୁ ଚିନ୍ତା ବଢ଼ାଇଥିବାବେଳେ ସେଚ ପ୍ରକଳ୍ପ ସହାୟତାରେ ଚାଷ କାର୍ଯ୍ୟ ଆଗେଇ ନେବାକୁ ସେମାନେ ଯୋଜନା କରିଥିଲେ। ହେଲେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଜମିକୁ ପାଣି ମାଡ଼ି ପାରୁନି। ଅନେକ ଜମି ପଡ଼ିଆ ପଡ଼ିଛି। ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ, ଉଠା ଜଳସେଚନ ବିଭାଗ ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇ ଦାୟିତ୍ୱରୁ ଓହରିଯିବାକୁ ଉଦ୍ୟମ କରୁଥିବା ଚାଷୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଯୋରନ୍ଦାସ୍ଥିତ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୂତି ସାହୁ କୁହନ୍ତି, ଅଭିଯୋଗ ମିଳିବା ପରେ ବିଭାଗୀୟ କର୍ମଚାରୀଙ୍କୁ ମରାମତି କରିବାକୁ ପଠାଯାଇଥିଲା। ହେଲେ ଚାଷୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବାରୁ କର୍ମଚାରୀମାନେ ଫେରି ଆସିଥିଲେ। ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ। ଉଠା ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରବୀର ଓରାମ୍‌ କୁହନ୍ତି, ଏହା ବିଦ୍ୟୁତ୍‌ ବିଭାଗର କାମ। ଚାଷୀମାନେ ବିଧିବଦ୍ଧ ଭାବେ ଅଭିଯୋଗ କଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଖରିଫ୍‌ ଧାନ ପ୍ରଭାବିତ ହେଲାଣି
ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଜଳସେଚନ ପ୍ରକଳ୍ପ କାମ କରୁନି। ଫଳରେ ଖରିଫ୍‌ ଧାନ ସମେତ ଅନ୍ୟ ପରିବା ଚାଷ ବାଧାପ୍ରାପ୍ତ ହୋଇଛି। ଅଧିକାଂଶ ଜମି ପଡ଼ିଆ ପଡ଼ିଛି। ଅଭିଯୋଗ ସତ୍ତ୍ୱେ ବିଦ୍ୟୁତ୍‌ ବିଭାଗ ପଦକ୍ଷେପ ନେଉନାହିଁ।
-ରବିନାରାୟଣ ଷେଣ୍ଡ, ଚାଷୀ

ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି
ବିଦ୍ୟୁତ୍‌ ବିଭ୍ରାଟ ସମ୍ପର୍କରେ ଆପତ୍ତି ଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି। ବର୍ଷା ଅଭାବରୁ ବହୁକଷ୍ଟରେ କରାଯାଇଥିବା ଫସଲ ନଷ୍ଟ ହେବାକୁ ବସିଲାଣି। ତୁରନ୍ତ ସମସ୍ୟାର ସମାଧାନ ନ କଲେ ଆନ୍ଦୋଳନକୁ ଓହ୍ଲାଇବୁ।
-ଜିତେନ୍ଦ୍ର କୁମାର ସାହୁ, ଚାଷୀ

ସମାଧାନ ପାଇଁ ଆନ୍ତରିକତା ନାହିଁ
ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ପ୍ରକଳ୍ପ ପାଖରେ ଥାଇ ଜମିକୁ ପାଣି ମାଡିପାରୁନି। ଚାଷୀମାନେ ଯେଉଁ ସମସ୍ୟା ଭୋଗୁଛନ୍ତି, ତାହା ଅଧିକାରୀଙ୍କ ଆଖିରେ ପଡୁନି। ସମସ୍ୟାର ସମାଧାନ ଲାଗି ଆନ୍ତରିକତା ପ୍ରକାଶ ପାଉନାହିଁ।
-ପ୍ରଶାନ୍ତ କୁମାର ଗଡ଼ନାୟକ, ଚାଷୀ

ବିଭାଗ ମଧ୍ୟରେ ସମନ୍ବୟ ଅଭାବ
ବିଦ୍ୟୁତ୍‌ ବିଭାଗ ଏବଂ ଉଠା ଜଳସେଚନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଚାଷୀମାନେ ସମସ୍ୟା ଭୋଗୁଛନ୍ତି। ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଚାଷକାର୍ଯ୍ୟ ଆଗେଇପାରୁନି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉ।
-ବଳଭଦ୍ର ସାମଲ, ଅଞ୍ଚଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?