ପୂଜାକୁ ନେଇ କମିଛି ଉତ୍ସାହ, ଉଦ୍ଦୀପନା

ବଅଁରପାଳ,୧୨ା୧୦(ଡି.ଏନ.ଏ.):  କରୋନା ସମୟ ହୋଇ ନ ଥିଲେ ଏତେବେଳକୁ ଦୁର୍ଗାପୂଜା ପାଇଁ ମଣ୍ଡପ ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥାନ୍ତା। ମିନାବଜାର, ଦୋଳି ଲାଗିବା ସ୍ଥାନ ମଧ୍ୟ ପ୍ରସ୍ତୁତ ହେଉଥାନ୍ତା। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କେଉଁଠୁ କଳାକାର ଆସିବେ ଓ କେତେଦିନ ଧରି ଏହା ଚାଲିବ ତାହା ମଧ୍ୟ ସ୍ଥିରହୋଇ ସାରିଥାନ୍ତା। ଅନ୍ୟ ମଣ୍ଡପକୁ ଟକ୍କର ଦେବା ଭଳି ବଜେଟ୍‌ କରାଯାଇ ଭସାଣି ପାଇଁ ବଡ଼ ଆୟୋଜନ କରାଯାଇଥାନ୍ତା। କିନ୍ତୁ ଚଳିତବର୍ଷ ପୂଜା ଯେତେ ପାଖେଇ ଆସୁଛି ଆୟୋଜକଙ୍କଠାରୁ ଅଞ୍ଚଳବାସୀଙ୍କ ଯାଏ ସମସ୍ତଙ୍କ ମନରେ ନିରାଶା ଭରିଯାଉଛି। ପୂର୍ବର ଉତ୍ସାହ ଉଦ୍ଦୀପନା ଆଉ ଦେଖାଯାଉ ନାହିଁ ବୋଲି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର କେତେକ ପୂଜା କମିଟି କର୍ମକର୍ତ୍ତା ମତପ୍ରକାଶ କରିଛନ୍ତି।
କର୍ମକର୍ତ୍ତାମାନଙ୍କ କହିବା ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ଆରମ୍ଭ ପରଠାରୁ ଏପରି ସ୍ଥିତିରେ ଯେ ପୂଜା ପାଳନ ହେବ ସେ ନେଇ କେହି ଭାବିପାରି ନ ଥିଲେ। ବିଶେଷକରି ପୂଜା ପୂର୍ବରୁ ଏହି ମହାମାରୀ ଉପରେ ବିଜୟ ପାଇହେବ ବୋଲି ଆଶା କରାଯାଉଥିଲା। ତେଣୁ ପ୍ରତିବର୍ଷ ପରି ଧୁମ୍‌ଧାମରେ ମା’ ଦୁର୍ଗାଙ୍କ ସହ ଅନ୍ୟାନ୍ୟ ପୂଜା ପାଇଁ ଅନୁମତି ମିଳିବ ବୋଲି ବିଶ୍ୱାସ ଥିଲା। କିନ୍ତୁ ସଂକ୍ରମଣର ଦ୍ରୁତଗତି ଦେଖି ସରକାର କଟକଣାକୁ ଅଧିକ କୋହଳ କରିନାହାନ୍ତି। ବିନା ଶ୍ରଦ୍ଧାଳୁରେ ଓ ନିରାଡ଼ମ୍ବରରେ ଆୟୋଜନକୁ ଅନୁମତି ଦେଇଛନ୍ତି। ତେଣୁ କେବଳ ପରମ୍ପରା ବା ବିଧି ରକ୍ଷା ପାଇଁ ଯାହା କିଛି କରାଯିବ। କରୋନା ପାଇଁ ଏଥର ପୂଜାଋତୁ ମାଡ଼ ଖାଇଯିବା ବଅଁରପାଳ ଅଞ୍ଚଳର ସବୁ ବର୍ଗର ଲୋକଙ୍କୁ ବେଶ୍‌ ବାଧିବ। କାରଣ ଏହି ସମୟକୁ ସାଧାରଣ ଲୋଙ୍କଠାରୁ ବ୍ୟବସାୟୀଙ୍କ ଯାଏ ସମସ୍ତେ ଅପେକ୍ଷା କରିଥାନ୍ତି। ବଅଁରପାଳର ପୂଜା କମିଟିଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କାର ବଜେଟ୍‌ କରି ନାନା ଆୟୋଜନ କରିଥାନ୍ତି। ଗୋଟିଏ ଗୋଟିଏ କମିଟି ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ଏଥିରେ ଆକର୍ଷଣୀୟ ମଣ୍ଡପ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ମିନାବଜାର, ଦୋଳି, ମେଳା ଆଦିର ବ୍ୟବସ୍ଥା କରାଯାଇଥାଏ। ପୂଜା ପରି ଭସାଣି ପାଇଁ ମଧ୍ୟ ସ୍ବତନ୍ତ୍ର ବଜେଟ୍‌ ଥାଏ। ଏଥିରେ ରାଜ୍ୟର ବଛା ବଛା ବାଦ୍ୟ ଦଳ ସହ ଘୋଡ଼ାନାଚ, ଦଣ୍ଡନୃତ୍ୟକୁ ସାମିଲ କରାଯାଇଥାଏ। ମୋଟ୍‌ ଉପରେ ପୂଜା ଆରମ୍ଭରୁ ଶେଷ ଯାଏ ଏହାକୁ ଯେପରି ଆକର୍ଷଣୀୟ ବା ମନଲୋଭା କରାଯାଇପାରିବ ତାହା ଉପରେ ଅୟୋଜକମାନଙ୍କ ପକ୍ଷରୁ ଜୋର୍‌ ଦିଆଯାଇଥାଏ। ହେଲେ ଚଳିତବର୍ଷ କରୋନା କଟକଣା ଉଭୟ ଆୟୋଜକ ଓ ଜନସାଧାରଣଙ୍କୁ ଏଥିରୁ ବଞ୍ଚିତ କରିଛି।

ସରକାରୀ କଟକଣା ମାନିବୁ
ଚଳିତବର୍ଷ ଆଡ଼ମ୍ବର ସହକାରେ ପୂଜା ପାଳନ ହେବନାହିଁ। ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରାଯିବ। ଦୀର୍ଘ ୧୫ ବର୍ଷ ହେଲା ଏହି ମଣ୍ଡପରେ ପୂଜା କରାଯାଇ ଆସୁଥିବାରୁ ଏଥର କେବଳ ପରମ୍ପରା ରକ୍ଷା କରାଯିବ।
– ସଂଗ୍ରାମ ମିଶ୍ର, ସଭାପତି, ହୁଲୁରୁସିଂହା ଦୁର୍ଗାପୂଜା କମିଟି

୭ ଜଣଙ୍କ ମଧ୍ୟରେ ପୂଜା ସୀମିତ
ନାଲ୍‌କୋ ଅଞ୍ଚଳରେ ଗୋଟିଏ ମଣ୍ଡପ ହୁଏ। ତଥାପି ଜାକଜମକ କିଛି କମ୍‌ ନ ଥାଏ। କିନ୍ତୁ ଏବର୍ଷ କଟକଣା ମାନି ମାତ୍ର ୭ ଜଣଙ୍କ ଉପସ୍ଥିତିରେ ପୂଜା କରାଯିବ। ୪ ଫୁଟର ମୂର୍ତ୍ତି ମଧ୍ୟ ନିର୍ମାଣ ଚାଲିଛି।
– ମଣିରଞ୍ଜନ ପଟ୍ଟନାୟକ, ସଭାପତି, ନାଲ୍‌କୋ ସାର୍ବଜନୀନ ପୂଜା କମିଟି

ଭସାଣି ହେବନାହିଁ
୨୦ରୁ ଅଧିକ ସଭ୍ୟଙ୍କୁ ନେଇ କମିଟି ପକ୍ଷରୁ ଏଠାରେ ଦୁର୍ଗାପୂଜା କରାଯାଇ ଆସୁଛି। ସାଜସଜ୍ଜା ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଯାଏ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ। କିନ୍ତୁ ଏଥର କରୋନା ଯୋଗୁ ଭସାଣି ହେବନାହିଁ।
– ଅଭୟ କୁମାର ସିଂହ, କୁଲାଡ଼ ଆଦର୍ଶ ବିହାର ପୂଜା କମିଟି

ଆୟୋଜନ ସମ୍ପୂର୍ଣ୍ଣ ନିରାଡ଼ମ୍ବର
କମିଟିରେ ସଭ୍ୟ ସଂଖ୍ୟା ୩୦। ପ୍ରତ୍ୟକ ବର୍ଷ ପୂଜାରେ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଏ। ମାତ୍ର ଚଳିତବର୍ଷ ସମ୍ପୂର୍ଣ୍ଣ ନିରାଡ଼ମ୍ବରରେ ପୂଜା ପାଳନ କରାଯିବ।
– ଟିକି ସାମଲ, ସଭାପତି, ନୂଆହତା ସିଂହ ବାହିନୀ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?