Advertisement
Posted inଜାତୀୟ

ବିଦ୍ୟୁତ୍‌ ନାହିଁ, ବିଲ୍‌ ୬୦ ହଜାର

ଶାମ୍‌ଲି,୨୩।୧୧: ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। କିନ୍ତୁ ଘର ପିଛା ୩୦ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିସିଟି ବିଲ୍‌ ଆସୁଛି। ଉତ୍ତର ପ୍ରଦେଶର ଶାମ୍‌ଲି ଜିଲା ଅନ୍ତର୍ଗତ ଝିନ୍‌ଝାନା ଅଞ୍ଚଳର ୧୨ ଗ୍ରାମରେ ଏଭଳି ଦେଖିବାକୁ ମିଳିଛି। ଏହାକୁ ନେଇ ସମ୍ପୃକ୍ତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ଏନେଇ କାହା ନିକଟରେ ଅଭିଯୋଗ କରିବେ ତାହା ମଧ୍ୟ ଜାଣିନାହାନ୍ତି।
କିଛି ବର୍ଷ ପୂର୍ବେ ଗଁ।ରେ ବିଦ୍ୟୁତ୍‌ ସଂଯୋଗ ପାଇଁ ମାଗଣାରେ ମିଟର ବସାଯାଇଥିଲା। ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ହୋଇଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଥିଲେ। ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ୍‌ ଯୋଗାଣ ହୋଇପାରି ନ ଥିବାବେଳେ ଘର ପିଛା ୩୦ ହଜାରରୁ ୬୦ ହଜାର ଟଙ୍କା ପଇଠ କରିବା ପାଇଁ ବିଲ୍‌ ଆସିଛି। ଏହି ଗଁ।ଗୁଡ଼ିକ ମଧ୍ୟରେ ରହିଛି ଖୋକ୍ସା, ଅଲାଉଦ୍ଦିନପୁର, ଦୁଧ୍‌ଲି, ଡେରା ଭଗୀରଥ ଓ ନୟା ଗାଓଁ। ବଓ୍ବରିଆ ସମାଜର ପଛୁଆ ଲୋକଙ୍କୁ ଆଲୋକ ଦେଖାଇ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଖୋକ୍ସା ଗ୍ରାମର ପ୍ରାୟ ୨୫୦ ଘରେ ମିଟର ବସାଯାଇଛି। ପଶ୍ଚିମାଞ୍ଚଳ ବିଦ୍ୟୁତ୍‌ ବିତରଣ ନିଗମ ଲିଃର ଶାମ୍‌ଲି ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ରାମ କୁମାର ଏହାର ତଦନ୍ତ ସହ ଗ୍ରାମବାସୀଙ୍କ ଅସୁବିଧା ଦୂର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା, ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ ଚିନ୍ତା ବଢ଼ାଉଛି ‘ବୋନ୍‌ ଡେଥ୍‌’

ମୁମ୍ବାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଆତଙ୍କ ଖେଳାଇବା ପରେ ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ହଜାର ହଜାର...

କୋଭିଡ୍‌ ମୃତକଙ୍କ ପରିବାରକୁ ପେନ୍‌ସନ

ନୂଆଦିଲ୍ଲୀ, ୩୦ା୫: କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଫାମିଲି ପେନ୍‌ସନ୍‌ ଦିଆଯିବ ବୋଲି ଶନିବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ବ୍ୟତୀତ...

ରାଷ୍ଟ୍ରପତିଙ୍କ ଝିଅ ନାଁରେ ଜାଲ୍‌ ଟୁଇଟର ଆକାଉଣ୍ଟ ଖୋଲି ଇଞ୍ଜିନିୟର ଗିରଫ

ନୂଆଦିଲ୍ଲୀ,୨୬।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀଙ୍କ ନାମରେ ଫେକ୍‌ ଟୁଇଟର ଆକାଉଣ୍ଟ ଖୋଲିଥିବା ଗ୍ରେଟର ନୋଏଡ଼ାର ଜଣେ ୪୨ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କୁ ଗୁରୁବାର...

ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଗିରଫକଲା ଏନ୍‌ଆଇଏ

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ଏବଂ ସମ୍ବେଦନଶୀଳ ଅପରାଧ ଘଟାଇବା ଲାଗି ଆତଙ୍କବାଦୀ ସଂଗଠନ ଏବଂ ଅପରାଧ ସିଣ୍ଡିକେଟ୍‌ ସହ ଷଡ଼ଯନ୍ତ୍ର ଚଳାଇବା ମାମଲାରେ...

ପୁଣି ଫେରିବ ରାମାୟଣ

ନୂଆଦିଲ୍ଲୀ,୧୪।୪: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ପରଦାକୁ ଫେରୁଛି। ପ୍ରତିଦିନ ସନ୍ଧ୍ୟା ୭ଟାରେ ଷ୍ଟାର ଭାରତରେ ଏହାକୁ ପ୍ରସାରିତ କରାଯିବ। ଏନେଇ ବୁଧବାର ଷ୍ଟାର...

ନାଗରିକ ସ୍ବତନ୍ତ୍ରତା: ଭାରତର ରେଟିଂ କମିଲା

ନୂଆଦିଲ୍ଲୀ,୪।୩: ଭାରତରେ ନାଗରିକଙ୍କ ସ୍ବତନ୍ତ୍ରତା ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମିଛି। ଆମେରିକା ସଂସ୍ଥା ଫ୍ରିଡ଼ମ୍‌ ହାଉସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା...

କେନ୍ଦ୍ରୀୟ ରାଜନୀତିରେ ଶିବରାଜଙ୍କ ଏଣ୍ଟ୍ରି: ମିଳିପାରେ ଗୁରୁ ଦାୟିତ୍ୱ !

ନୂଆଦିଲ୍ଲୀ,୧୩।୬: କେନ୍ଦ୍ରୀୟ ରାଜନୀତିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଏଣ୍ଟ୍ରି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ...

କରୋନା ଏବେ ଗାଁ ମୁହାଁ…

ନୂଆଦିଲ୍ଲୀ,୯।୫: ଦେଶର ବିଭିନ୍ନ ସହରାଞ୍ଚଳରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହୋଇଥିବାବେଳେ ଧୀରେଧୀରେ ଗ୍ରାମୀଣ ଅଞ୍ଚଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦ୍ୱିତୀୟ...

Advertisement
Archives

Model This Week