Posted inଜାତୀୟ

ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ୟୁପିରେ କାହାରି ମୃତ୍ୟୁ ହୋଇନାହିଁ

ଲକ୍ଷ୍ନୌ,୧୬।୧୨: କୋଭିଡ୍‌-୧୯ର ଦ୍ୱିତୀୟ ଲହର ବେଳେ ଉତ୍ତରପ୍ରଦେଶ(ୟୁପି)ରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୋଇନାହିଁ। ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର। ରାଜ୍ୟ ସରକାରଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ବିରୋଧୀ।

ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦୀପକ ସିଂ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଅକ୍ସିଜେନ ଅଭାବରୁ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ଅନେକ ମନ୍ତ୍ରୀ ପତ୍ର ଲେଖିଥିଲେ। ଏହା ଛଡ଼ା ସମାନ ଅଭିଯୋଗ ଆଣିଥିଲେ ଅନେକ ଏମ୍‌ପି। ଅକ୍ସିଜେନ ଅଭାବରୁ ବହୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି।ଏହି କାରଣରୁ ପୂରା ରାଜ୍ୟରେ କେତେ ସଂଖ୍ୟାରେ ମୃତ୍ୟୁ ହୋଇଛି, ତାହା ଉପରେ ସରକାରଙ୍କ ପାଖରେ କିଛି ତଥ୍ୟ ଅଛି କି?

ଏହାର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂ କହିଛନ୍ତି, ମହାମାରୀର ଦ୍ୱିତୀୟ ଲହରରେ ୨୨,୯୧୫ ଜଣ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଅକ୍ସିଜେନ ଅଭାବରୁ ରାଜ୍ୟରେ କୌଣସି ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇନାହିଁ। କୋଭିଡ୍‌ ଯୋଗୁ ହସ୍ପିଟାଲରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କୁ ଡାକ୍ତର ମୃତ୍ୟୁ ପ୍ରମାଣପତ୍ର ଦେଇଛନ୍ତି। ମହାମାରୀ ସମୟରେ ଲୋକେ ଅନ୍ୟ ରୋଗରେ ପ୍ରାଣ ହରାଇଥିଲେ। ରାଜ୍ୟର ଯେଉଁ ସ୍ଥାନରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା, ଅନ୍ୟ ରାଜ୍ୟରୁ ସେଠାକୁ ଯୋଗାଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ଅପରାଧୀ କରୁଛନ୍ତି ତାଣ୍ଡବ, ମୁଖ୍ୟମନ୍ତ୍ରୀ ରାମ ନାମ ସତ୍ୟ ଜପୁଛନ୍ତି: ଅଖିଳେଶ

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତ ଭୁଶୁଡି ପଡିଛି। ଏଠାରେ ଅପରାଧୀ ତାଣ୍ଡବ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ନାମ ସତ୍ୟ ଜପୁଥିବା...

ଡାକ୍ତରଙ୍କୁ କରୋନା ଆକ୍ରାନ୍ତଙ୍କ ପରିବାରବର୍ଗ ଗୋଡ଼େଇ ଗୋଡ଼େଇ ପିଟିଲେ

ନୂଆଦିଲ୍ଲୀ,୨୭।୪ : ଦିଲ୍ଲୀର ଏକ ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ମଙ୍ଗଳବାର ସକାଳେ କରୋନା ଆକ୍ରାନ୍ତ ଜଣେ ୬୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାରବର୍ଗ...

ଶାହିନବାଗରେ ହାଇଡ୍ରାମା

ନୂଆଦିଲ୍ଲୀ,୨୦ା୨: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦିଲ୍ଲୀର ଶାହିନବାଗରେ ଚାଲିଥିବା ଆନ୍ଦୋଳନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ଥମିନାହିଁ। ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା...

ସିକନ୍ଦରାବାଦ୍ ହିଂସା ଘଟଣା: ମାଷ୍ଟରମାଇଣ୍ଡ ଗିରଫ

ସିକନ୍ଦରାବାଦ୍‌,୧୯।୬: ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ୍‌ ରେଳ ଷ୍ଟେଶନରେ ଘଟିଥିବା ହିଂସା ଘଟଣାରେ ପୂର୍ବତନ ସେନା କର୍ମଚାରୀ ଅବୁଲା ସୁବା ରାଓଙ୍କୁ...

ଶେୟାର ବଜାରରେ ରେକର୍ଡ, ପ୍ରଥମ ଥର ପାଇଁ ସେନସେକ୍ସ୍‌ ଟପିଲା ୫୭ ହଜାର ଅଙ୍କ…

ମୁମ୍ବାଇ,୩୧।୮: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ସେନସେକ୍ସ୍‌ ୫୭ ହଜାର ଅଙ୍କ ଟପିଛି। ପୂର୍ବାହ୍ନ ୯ଟା ୨୪ରେ...

ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଲେ ରାଜ୍ୟପାଳ

ବେଙ୍ଗାଲୁରୁ,୧୯।୭: କର୍ନାଟକ ମେଣ୍ଟ ସରକାର ଏବେ ସଂଖ୍ୟା ଗରିଷ୍ଠତା ପ୍ରମାଣକୁ ନେଇ ଏକ ପ୍ରକାର କାଠ ଗଡାରେ ଠିଆ ହୋଇଛି କହିଲେ ଭୁଲ୍‌ ହେବ ନାହିଁ।...

ଥଣ୍ଡାରେ ଥରୁଛି ଦିଲ୍ଲୀ: ଭାଙ୍ଗିଲା ୧୧୮ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୧୨: ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏଠାରେ ଶନିବାର ନ୍ୟୁନତମ ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି। ଏହା ୧୧୮ ବର୍ଷର ରେକର୍ଡ...

୨,୨୨୦ ନାବାଳକ ଗାଡ଼ି ଚାଳକଙ୍କୁ ଧରିଲା ପୋଲିସ

ହାଇଦ୍ରାବାଦ,୧୯।୬: ଦେଶରେ ବେପାରୁଆ ଗାଡ଼ି ଚାଳନା ଯୋଗୁ ପ୍ରତିଦିନ ଅଧିକ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଘଟୁଛି। ଏହାକୁ ନଜରରେ ରଖି ହାଇଦ୍ରାବାଦ ସହରରେ ପୋଲିସ ପକ୍ଷରୁ...

Advertisement
Archives

Model This Week