ହୁମା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କ ଠାରେ ଫେରାଦ ହେଲେ ୧୫ ୱାର୍ଡ ସଭ୍ୟ, ଜାଣନ୍ତୁ କାହିଁକି…

ଗଞ୍ଜାମ/ଛତ୍ରପୁର (ବିଦ୍ୟାଧର ସାହୁ, ଦିଲ୍ଲୀପ ସାମଲ ) ୧୭।୧୦ : ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ ସରପଞ୍ଚ ଜାନକୀ ଦାସଙ୍କ ବିରୁଦ୍ଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ଏନେଇ ଉକ୍ତ ପଞ୍ଚାୟତର ୧୫ ଜଣ ୱାର୍ଡ ସଭ୍ୟ ଶୁକ୍ରବାର ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳଙ୍କୁ ଭେଟି ସରପଞ୍ଚଙ୍କ ଉପରୁ ଅନାସ୍ଥା ହରାଇ ଥିବା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତ ଆଇନ ଅନୁଯାୟୀ ସମସ୍ତ ଉନ୍ନୟନ କାର୍ଯ୍ୟ ସ୍ତିରୀକୃତ ନିସତୀ ପ୍ରକାରେ କରିବା ପାଇଁ ବିଧି ବ୍ୟବସ୍ଥା ଥିଲେ ହେଁ ସରପଞ୍ଚ ଏହାକୁ ଉଲଘଂନ କରୁଥିବା ଦାବି ପତ୍ରରେ ଉଲେଖ ରହିଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅର୍ଥ ହେର ଫେର, ହୁମା ହାଟରୁ ପଞ୍ଚାୟତକୁ ଆସୁଥିବା ବାର୍ଷିକ ୫୦ ଲକ୍ଷ ଟଙ୍କା ଏବଂ ହାଟ ଟିକସ ବାବଦକୁ ଆସୁଥିବା ୨୫ ଲକ୍ଷ ଟଙ୍କା ଆତ୍ମସାତ ଆଦି ଦାବି ପତ୍ରରେ ଦର୍ଶାଯାଇଛି । ସରପଞ୍ଚଙ୍କ ମନମୂଖୀ ଶାସନ ଯୋଗୁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଛି ବୋଲି ୱାର୍ଡ ସଭ୍ୟ ମାନେ ଉପଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏନେଇ ପ୍ରଥମେ ନ୍ୟାୟବ ସରପଞ୍ଚ ମିଥୁନ ପରିଡାଙ୍କ ବାସଭବନରେ ୧୫ ଜଣ ୱାର୍ଡ ସଭ୍ୟଙ୍କ ଉପସ୍ଥିତରେ ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ୱାର୍ଡମେମ୍ବର ସାଗର ପରିଡା ଅନାସ୍ଥା ପ୍ରସ୍ତାବ ଦେଇଥିବା ବେଳେ ସୁଜ୍ଞାନୀ ମାଳି ସମର୍ଥନ କରିଥିଲେ। ଉପଜିଲାପାଳଙ୍କୁ ଭେଟିବା ବେଳେ ୱାର୍ଡମେମ୍ବର ବିଳାସିନୀ ଦାସ, ରଞ୍ଜିତା ଛଟେଇ,ସାବିତ୍ରୀ ପରିଡା,ଟୁନା ଦାସ,ବବିତା ବେହେରା,ସୁରେନ୍ଦ୍ର ଛଟେଇ,ଆରତୀ ବେହେରା,ସନ୍ତୋଷ ରେଡି, ସୁଦର୍ଶନ ପରିଡା,ନେତ୍ର ବିଶ୍ୱାଳ,କୃଷ୍ଣ ଚନ୍ଦ୍ର ପରିଡା, ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?