ବିଶ୍ୱର ନେତୃତ୍ୱ ନେବେ ଭାରତର ପ୍ରଧାନମନ୍ତ୍ରୀ, ଅଷ୍ଟ୍ରେଲିଆ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୭।୧୦: ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟୋନୀ ଆବଟ୍ ଶୁକ୍ରବାର ୨୦୨୫ରେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ଭାରତର। ଆଗାମୀ ୪୦-୫୦ ବର୍ଷ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଆମେରିକାଠାରୁ ‘ମୁକ୍ତ ବିଶ୍ୱର ନେତା’ର ପଦବୀ ଗ୍ରହଣ କରିପାରନ୍ତି। ସେ ଭାରତକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରତିଦ୍ୱନ୍ଦ୍ୱୀ ଏବଂ ଅଷ୍ଟ୍ରେଲିଆର ଏକ ଦୃଢ଼ ଓ ବିଶ୍ୱସନୀୟ ଅଂଶୀଦାର ଭାବେ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦେଇଛନ୍ତି।

ଆବବଟ୍ କହିଛନ୍ତି, ୨୦୨୨ରେ ଅଷ୍ଟ୍ରେଲିଆ ଓ ଗତ ମାସରେ ବ୍ରିଟେନ ସହିତ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି ଏକ ସଙ୍କେତ ଯେ ଗଣତାନ୍ତ୍ରିକ ବିଶ୍ୱ ଚାଇନାଠାରୁ ଦୂରେଇ ଯାଉଛି। ସେ ଭାରତ-ଚାଇନା, ପାକିସ୍ତାନ ଓ ଆମେରିକା ସହ ସମ୍ପର୍କର ବିଶ୍ଳେଷଣ କରି କହିଛନ୍ତି, ଚାଇନାର ‘ବିଶ୍ୱ ଆଧିପତ୍ୟ’ ଲକ୍ଷ୍ୟକୁ ନିୟନ୍ତ୍ରଣ କରିବାରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିପାରେ।

ଆବଟ୍ କହିଛନ୍ତି, ଭାରତ ହେଉଛି ଚାଇନାର ପ୍ରତିଦ୍ୱନ୍ଦ୍ୱୀ। ଏହା ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ଏହାର ବିକାଶ ତ୍ୱରାନ୍ୱିତ ହେଉଛି। ଭାରତର ତିନୋଟି ପ୍ରମୁଖ ସୁବିଧା ହେଉଛି- ଗଣତନ୍ତ୍ର, ଆଇନର ଶାସନ ଓ ଇଂରାଜୀ ଭାଷା, ଯାହା ଏହାକୁ ଅର୍ଥନୈତିକ ଓ ସାମରିକ ଅଗ୍ରଗତି ପାଇଁ ପ୍ରସ୍ତୁତ କରୁଛି।

ୟୁକ୍ରେନ ଯୁଦ୍ଧକୁ ଉଲ୍ଲେଖ କରି ଆବଟ୍ କହିଛନ୍ତି, ଯଦି ୟୁକ୍ରେନ ନାଟୋର ସଦସ୍ୟ ହୋଇଥାନ୍ତା, ତେବେ ରୁଷିଆର ଆକ୍ରମଣ ହୋଇନଥାନ୍ତା। ସେହିପରି, ଆମେରିକାର ରୁଷିଆ ତୈଳ କିଣିବା ପାଇଁ ଭାରତ ଉପରେ ୨୫% ଟାରିଫ ଏକ ଭୁଲ ଥିଲା ବୋଲି ସେ ମତ ଦେଇଛନ୍ତି। ସେ ଆମେରିକାକୁ ପାକିସ୍ତାନ ଅପେକ୍ଷା ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?