କ୍ଷତିପୂରଣ ମିଳିନି, ମେମୁ ଟ୍ରେନ୍‌ ବି ଚାଲିଲା ନାହିଁ

କେନ୍ଦ୍ରାପଡ଼ା,୧୪ା୧୨(ଜଗନ୍ନାଥ ଧଳ)ଆଗକୁ ସାଧାରଣ ନିର୍ବାଚନ ଆସୁଛି। କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ ମଜଭୁତ ପାଇଁ ପ୍ରୟାସ ଚାଲିଛି। ଜିଲାର ଆର୍ଥିକ ବୃଦ୍ଧି ପାଇଁ କୃଷି, ଶିଳ୍ପ ପ୍ରତି ଧ୍ୟାନ ଦେବା ସହିତ କ୍ଷେତକୁ ଜଳ ପରିଚାଳନା, ସବୁ ପଞ୍ଚାୟତକୁ ରାସ୍ତା, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ବାସ୍ଥ୍ୟ, ଆବାସ ପରି ମୌଳିକ ସମସ୍ୟା ପ୍ରସଙ୍ଗ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଗଡିବା ସ୍ବପ୍ନ ପୂରଣକୁ ନେଇ ନେତାମାନେ ବୟାନବାଜି ଜାରି ରଖିଛନ୍ତି। ଅପରପକ୍ଷେ ଅଧିଗ୍ରହଣ ହୋଇଥିବା ଜମିର ସ୍ବତ୍ୱାଧିକାରୀଙ୍କୁ ସମ୍ପୂର୍ଣ୍ଣ କ୍ଷତିଭରଣା ହୋଇନାହିଁ। ସେହିପରି କେନ୍ଦୁଝରରୁ ପାରାଦୀପ ପର୍ଯ୍ୟନ୍ତ ମେମୁ ଟ୍ରେନ ଚଳାଚଳ ପାଇଁ ଘୋଷଣା ସତ୍ତ୍ୱେ ଏହା କାର୍ଯ୍ୟକାରୀ ହୋଇନାହିଁ।
ଏ ସମ୍ପର୍କରେ ବୁଦ୍ଧଜୀବୀ ଗଣେଶ ଚନ୍ଦ୍ର ସାମଲ, ନିହାର ରଞ୍ଜନ ପ୍ରଧାନ, ଶିବାଶିଷ ମହାନ୍ତି, ପ୍ରତାପ କୁମାର ମହାନ୍ତି ପ୍ରମୁଖ କୁହନ୍ତି, ହରିଦାସପୁର ପାରାଦୀପ ରେଳପଥ ପାଇଁ ୧୯୯୮ ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଫାଟକବିହୀନ ଏହି ରେଳପଥ ନିର୍ମାଣ ପାଇଁ ସମ୍ପ୍ରତି ରେଳ ବିକାଶ ନିଗମ ଲିମିଟେଡ ୨୯ ପ୍ରତିଶତ, ସାଗରମାଳା ଡେଭଲପମେଣ୍ଟ କମ୍ପାନୀ ଲିମିଟେଡ ୨୭ ପ୍ରତିଶତ, ରାଜ୍ୟ ସରକାର ୧୯ ପ୍ରତିଶତ, ଓଡ଼ିଶା ମାଇନିଂ କର୍ପୋରେଶନ ଲିମିଟେଡ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ୧୭.୬୧ ପ୍ରତିଶତ, ବିଭିନ୍ନ ଖଣି ଓ ଇସ୍ପାତ୍‌ କମ୍ପାନୀ ଅଂଶୀଦାର ଅଛନ୍ତି। ପୂର୍ବରୁ ଏହି ସ୍ପେଶାଲ ପରପୋଜ ଭେଇକିଲ (ଏସ୍‌ପିଭି)ରେ ଥିବା ପୋସ୍କୋ ଓହରି ଯାଇଛି। ପାରାଦୀପ ପୋର୍ଟ ସହିତ ବିଭିନ୍ନ ଖଣି ଅଞ୍ଚଳକୁ ଯୋଡି ପଣ୍ୟ ପରିବହନ ପାଇଁ ଏହି ରେଳପଥ ନିର୍ମାଣ ହୋଇଥିଲା। କେନ୍ଦ୍ରାପଡ଼ା ଜିଲାର ୩୯ କି.ମି. ରେଳପଥ ପାଇଁ ଡେରାବିଶ, କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ୪୭ଟି ଗ୍ରାମର ମୋଟ ୮୨୭.୬୨୦ ଏକର ଜମି ଅଧିଗ୍ରହଣ ହୋଇଛି ା ରେଳପଥ ମଧ୍ୟରେ ଥିବା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ଜମି ଅଧିଗ୍ରହଣ ସମୟରେ ମୋଟ ୧୮୬୦ଟି କ୍ଷତିପୂରଣ ମାମଲା ଆଗକୁ ଆସିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୮୪୬ ମାମଲା ଥିଲା। ଏଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲାର ୩୭୩ ମାମଲାରୁ ୩୩୫ଟି ମାମଲା ଶେଷ ହୋଇଥିବା ବେଳେ ୩୮ ମାମଲା କୋର୍ଟରେ ଅଛି। ବଳକା ୪୭୩ ମାମଲା ମଧ୍ୟରୁ ୪୧୬ ମାମଲା ରେଳ କର୍ତ୍ତୃପକ୍ଷଙ୍କ ତୃଣମୂଳସ୍ତରରେ ଉଦ୍ୟମ ଜାରି ରହଛି। ଜମି ବାବଦ କ୍ଷତିପୂରଣ ପାଇଁ ନ ଥିବା ଲୋକଙ୍କ ସ୍ବରରେ ଏହି ରାଜନେତାମାନେ କେବେ ସାମିଲ ହୋଇନାହାନ୍ତି।
ସେହିପରି ଫାଟକବିହୀନ ରେଳପଥ ପାଇଁ ଭୂମିସ୍ତରଠାରୁ ୧୫ ଫୁଟ୍‌ ଉଚ୍ଚ ନିର୍ମାଣ ହୋଇଛି। ମାତ୍ର ନିୟମିତ ସାଇଫ୍‌ନ ନ ଥିବାରୁ ଚାଷୀଙ୍କ ଜଳ ନିଷ୍କାସନ ଓ ସେଚନ ଏକ ସମସ୍ୟା ହୋଇଛି। ଉପଯୁକ୍ତ ସମୟରେ ରେଳପଥ ନିର୍ମାଣ ନ ହେବା କାରଣରୁ ଏହି ଜିଲାରେ ହେବାକୁ ଥିବା ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ହୋଇପାରିଲା ନାହିଁ। କେନ୍ଦ୍ର ସରକାରଙ୍କ ଅନୁଦାନ, ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ସବୁ ଦଳୀୟ ନେତାଙ୍କ ଊଣାଅଧିକ ଉଦ୍ୟମ ଅଛି। ଏହି ରେଳପଥ ପ୍ରାରମ୍ଭିକ ସମୟରେ ପଣ୍ୟ ପରିବହନ ପାଇଁ ନିର୍ମାଣ ହୋଇଥିଲେ ମଧ୍ୟ ଯାତ୍ରୀବାହୀ ରେଳ ଚଳାଚଳ ହେବ ବୋଲି ସଂସଦରେ ଆଲୋଚନା ହୋଇଛି। ଏପରି କି ଉତ୍କଳମଣି ଯୁବକ ସଂଘ ଆବାହକ ଗୌତମ ବେହେରାଙ୍କୁ ପାରାଦୀପରୁ କେନ୍ଦୁଝର ପର୍ଯ୍ୟନ୍ତ ଏକ ମେମୁ ଟ୍ରେନ ଚାଲିବା ପାଇଁ ପ୍ରକ୍ରିୟା ଜାରି ରହିଥିବା ଡେପୁଟି ଚିଫ୍‌ ଅପରେଶନ୍ସ ମ୍ୟାନେଜର ଡିଆର ପାଉଲ ଚିଠି (ନଂ-୯୫/୨୨)ରେ ଦର୍ଶାଇଛନ୍ତି। ଏହାସତ୍ତ୍ୱେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ରାଜନେତା ଏନେଇ କସରତ ଆରମ୍ଭ କରିଛନ୍ତି ବୋଲି ବିଶ୍ଲେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?