ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି ଶିଶୁ

ବୁଗୁଡ଼ା, ୨୨ା୩(ଡି.ଏନ୍‌.ଏ.): ‘ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ’ର ସ୍ଲୋଗାନ ଏବେ ବୁଗୁଡ଼ା ଅଞ୍ଚଳରେ ଫେଲ୍‌ ମାରିଥିବା ଦେଖବବାକୁ ମିଳିଛି। ୩ ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି। ଗୋଟିଏ ବି ଶିଶୁ ଯେମିତି ବିଦ୍ୟାଳୟ ଯିବାରୁ ବଞ୍ଚତ୍ତ ନହେବେ ସେଥିପ୍ରତି ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ବି ସବୁ ଫେଲ୍‌ ମାରୁଛି, ଯାହାର ନିଛକ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ମାଧପଲ୍ଲୀ ଆଦିବାସୀ ଗ୍ରାମରେ। ଏହି ଗ୍ରାମର ୨ଟି ପିଲାଙ୍କୁ ଛାଡି ଦେଲେ ଅନ୍ୟମାନେ ସ୍କୁଲ କି ଅଙ୍ଗନୱାଡି କେନ୍ଦ୍ର ଦେଖିନାହାନ୍ତି। କାରଣ ବୁଝିବାରେ ଜଣାପଡିଲା ଗାଁରେ ଅଙ୍ଗନବାଡି କେନ୍ଦ୍ର ନାହିଁ କି ସ୍କୁଲ ନାହିଁ। ଫଳରେ ଶିଶୁଙ୍କୁ ୩ କିଲୋମିଟର ଦୂର କରଚୁଲି କିମ୍ବା ଜେଏକ ଗ୍ରାମକୁ ଯିବାକୁ ପଡେ। ହେଲେ ମାଟି ରାସ୍ତା ସାଙ୍ଗକୁ ରାସ୍ତାରେ ହାତୀ ଭୟ ଯୋଗୁଁ ଏତେ ବାଟ ଚାଲି ଚାଲି ଯିବା ଶିଶୁମାନଙ୍କ ପକ୍ଷେ କଷ୍ଟସାଧ୍ୟ ହେଉଥିବାରୁ ଏହି ଗ୍ରାମର ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ର ଦେଖିନଥିବା ବେଳେ କିଛି ପିଲା ସ୍କୁଲ ମଧ୍ୟ ଦେଖିନାହାନ୍ତି। ଏହି ଗ୍ରାମରେ ରହୁଛନ୍ତି ସମୁଦାୟ ୧୮ ଆଦିବାସୀ ପରିବାର। ଗ୍ରାମର ସମସ୍ତେ ଗରିବ ଆଦିବାସୀ। ବଣ ଜଙ୍ଗଲରୁ କାଠ, ମହୁଲ ସଂଗ୍ରହ କରିବା ସହ ମୂଲ ଲାଗିଲେ ସେମାନଙ୍କ ପରିବାର ଚଳୁଛି। ପିଲାଙ୍କୁ ଏତେ ଦୂର ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ଆବାସ ଯୋଜନା ବି ଏମାନଙ୍କ ପାଇଁ ସାତ ସପନ। ଫଳରେ ଅଧିକାଂଶ ଆଦିବାସୀ ପରିବାର ଭଙ୍ଗା ଚାଳ କୁଡିଆରେ ଜୀବନ ଅତିବାହିତ କରୁଛନ୍ତି। ପିଲାମାନେ ସ୍କୁଲ ଯିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅଧିକାଂଶ ପିଲା ଅଧାରୁ ପାଠ ଛାଡି ଥିବା ବେଳେ ବହୁତ ପିଲା ସ୍କୁଲ ବାରଣ୍ଡା ଦେଖିନାହାନ୍ତି। ଏହି ଗ୍ରାମର ସାଇରମ ମଳିକ, ପୂଜା ମଳିକ, ପ୍ରଦୀପ ମଳିକ, ମନୋଜ ଜାନି, ସନ୍ତୋଷିନୀ ଜାନି ଆଜି ପର୍ଯ୍ୟନ୍ତ ସ୍କୁଲ କି ଅଙ୍ଗନୱାଡି ପିଣ୍ଡା ମାଡ଼ି ନଥିବା ବେଳେ ଦେବରାଜ ମଳିକଙ୍କ ପୁଅ ଶିବ ମଳିକ, ନାରାୟଣ ମଳିକଙ୍କ ପୁଅ ଗରୁଡ଼ ଛାଡ଼ିଦେଲେ ବସନ୍ତ ନାୟକଙ୍କ ପୁଅ ନରେନ୍ଦ୍ର ନାୟକ, ନାରାୟଣ ମଳିକଙ୍କ ପୁଅ ସାଗର ମଳିକ, ଆକାଶ ମଳିକ, ରାଜେଶ ନାୟକ, ୫ ଶ୍ରେଣୀରୁ ପାଠ ଛାଡ଼ି ଘରେ ବସିଛନ୍ତି। ସେମାନଙ୍କୁ ବୁଝାଇ ଶୁଝାଇ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ରକୁ ନେବା ପାଇଁ ଆଜି ପର୍ଯ୍ୟନ୍ତ ଶିକ୍ଷାବିଭାଗର କୌଣସି ଅଧିକାରୀ କି ଅଙ୍ଗନୱାଡି କର୍ମୀ ଗ୍ରାମକୁ ଆସି ନଥିବା କହିଛନ୍ତି ଗାଁ ସଭାପତି ବିପ୍ର ଚରଣ ମଳିକ।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?