ଅଧ୍ୟକ୍ଷ ଶୂନ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆରସି) ଅଧ୍ୟକ୍ଷ ଶୂନ୍ୟ ହୋଇଛି। ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍‌ ବି.କେ. ପଟେଲଙ୍କ କାର୍ଯ୍ୟକାଳ ଜାନୁୟାରୀ ୨୨ରେ ଶେଷ ହେବା ପରେ ଏହି ପଦବୀ ଖାଲିପଡ଼ିଛି। ଏବେ କମିଶନରେ ଜଣେମାତ୍ର ସଦସ୍ୟ ଜଷ୍ଟିସ୍‌ ରଘୁବୀର ଦାସ ରହିଛନ୍ତି। ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷହେବା ପରେ ନୂତନ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ କାହାରିକୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇନାହିଁ। ଫଳରେ ମାନବାଧିକାର କମିଶନରେ କୌଣସି ନୂତନ ମାମଲା ଗ୍ରହଣ କରାଯାଇ ପାରୁନାହିଁ। ତୁରନ୍ତ ଅଧ୍ୟକ୍ଷ ପଦବୀ ପୂରଣ ନ ହେଲେ ମାମଲା ଶୁଣାଣି ନେଇ ସମସ୍ୟା ହେବ ବୋଲି ମାନବାଧିକାର କର୍ମୀମାନେ ଆଶଙ୍କା କରିଛନ୍ତି। ମିଳିଥିବା ସୂଚନା ମୁତାବକ ଅଧ୍ୟକ୍ଷ ଚୟନ କମିଟି ବୈଠକ ମଙ୍ଗଳବାର ଅପରାହ୍ନରେ ବସିବାର ଥିଲା। ତେବେ ଏହାକୁ ପରବର୍ତ୍ତୀ ସମୟକୁ ଘୁଞ୍ଚାଇ ଦିଆଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ମାନବାଧିକାର କମିଶନରେ ଜଣେ ଅଧ୍ୟକ୍ଷଙ୍କ ବ୍ୟତୀତ ୨ ଜଣ ସଦସ୍ୟଙ୍କୁ ସରକାର ନିଯୁକ୍ତି ଦେଇଥାଆନ୍ତି। ସଦସ୍ୟ ଜଷ୍ଟିସ ଅସୀମ ଅମିତାଭ ଦାସଙ୍କ କାର୍ଯ୍ୟକାଳ ୨୦୨୨ ଅଗଷ୍ଟ ମାସରୁ ଶେଷ ହୋଇଛି। ସେବେଠାରୁ ଏହି ପଦବୀ ଖାଲି ପଡ଼ିଥିଲେ ମଧ୍ୟ ତାହାକୁ ପୂରଣ କରାଯାଇନାହିଁ। ମାନବାଧିକାର କମିଶନରେ କେବଳ ଜଣେ ସଦସ୍ୟ ରହିଛନ୍ତି।
ବୈଠକ ନେଇ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ବୈଠକରେ ଯୋଗଦେବାକୁ କୁହାଯାଇଥିଲା। ବିରୋଧୀ ଦଳରୁ ଏକମାତ୍ର ସଦସ୍ୟ ହୋଇଥିଲେ ମଧ୍ୟ ତାଙ୍କ କଥାର ଗୁରୁତ୍ୱ ରହୁ ନାହିଁ। ଚୟନ କମିଟି ବୈଠକରେ ଯୋଗଦେବାର ମାନେ କ’ଣ। ସରକାର ଯାହାଙ୍କୁ ଚାହିଁବେ ତାଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇ ଦେବେ। ଆମ ଉପସ୍ଥିତିର କୌଣସି ଗୁରୁତ୍ୱ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ସପ୍ତାହରେ ମାଟ୍ରିକ୍‌ ପରୀକ୍ଷାଫଳ: ଆଜି ତାରିଖ ଘୋଷଣା

ଭୁବନେଶ୍ୱର,୪ା୭(ବ୍ୟୁରୋ): ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାରିଖ ଘୋଷଣା କରିବେ। ମାଧ୍ୟମିକ...

ଦୁର୍ଘଟଣାରେ ମାମୁ-ଭଣଜା ମୃତ, ଭାଣିଜୀ ଗୁରୁତର

ମାଲକାନଗିରି,୨୩।୫: ମାଲକାନଗିରି ଜିଲା ଗୌଡ଼ଗୁଡ଼ାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାମୁ ଓ ଭଣଜାଙ୍କ ମୃତ୍ୟୁ ଘଟିଛି। ସେହିପରି ଭାଣିଜୀ ଗୁରୁତର ଆହତ ହୋଇଛନ୍ତି।...

ମାସେ ବଢ଼ିଲା ଇ-ଇପିକ୍‌ ଡାଉନ୍‌ଲୋଡ୍‌ ଅବଧି

ଭୁବନେଶ୍ୱର,୧ା୨(ବ୍ୟୁରୋ): ଭାରତର ନିର୍ବାଚନ ଆୟୋଗ ଗତ ୨୫ ତାରିଖ ଜାତୀୟ ଭୋଟର ଦିବସରେ ନୂଆ ମତଦାତାଙ୍କ ପାଇଁ ଇଲେକ୍‌ଟ୍ରୋନିକ୍ସ ଭୋଟର ପରିଚୟପତ୍ର(ଇ-ଇପିକ୍‌)ର ଶୁଭାରମ୍ଭ କରିଥିଲେ। ଏହା...

ଖୋଳ ତାଳର ବାଜିଗର ନୟନ

ତେଲକୋଇ, ୧।୧୦(ଡି.ଏନ.ଏ.)-କଳା ସମର୍ପିତ ହୋଇଛନ୍ତି କଳାକାର ବାଜିଗର। ଅପହଞ୍ଚ ଅଞ୍ଚଳରେ ତାଙ୍କର ବେଶ ଆଦୃତ ତାଙ୍କ କଳାକୁ ନେଇ। ଛୋଟ ବୟସରୁ ଏହି କଳାକୁ ନେଇ...

୧୩ ଜିଲାକୁ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଦୁଇଦିନ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ,...

ଘୂର୍ଣ୍ଣିବଳୟ:ବଢ଼ିଲା ବାତ୍ୟା ଆଶଙ୍କା

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ...

ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା ବେଳେ ଗଲା ରୋଗୀଙ୍କ ଜୀବନ

କଟକ ଅଫିସ, ୧ା୧୦: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ...

ବୋଲେରୋ ଧକ୍କାରେ ଶିଶୁ ମୃତ: କନ୍‌ଷ୍ଟେବଳ ଗାଡ଼ି ଚଳାଉଥିବା ସନ୍ଦେହ

କେନ୍ଦୁଝର,୧୧।୧୨(ନି.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ରାଇସୁଆଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ଏକ ବୋଲେରୋ ଧକ୍କାରେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ ଘଟିଛି।...

Advertisement
Archives

Model This Week