ପରୀର କୌଣସି ହାଡ଼ ନିଖୋଜ ନାହିଁ, ସରୋଜର ଗାମୁଛା ବଡ଼ ପ୍ରମାଣ ଦେବ: ବୋଥ୍ରା

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ପରୀ ଅପହରଣ ଓ ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଏହି ମାମଲାରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗୁରୁବାର ବଡ଼ ସୂଚନା ଦେଇଛନ୍ତି। ଗଣମାଧ୍ୟମର ପରୀର ବାକି ହାଡ଼ କୁଆଡେ ଗଲା ପ୍ରଶ୍ନରେ ସେ କହିଛନ୍ତି, ପରୀର କୌଣସି ହାଡ଼ ଗାଏବ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ଼ ମିଳି ନ ଥିବା କୁହାଯାଇନି। ବିଶେଷଜ୍ଞ ଡ଼ାକ୍ତରମାନେ ହାଡ଼ ମିଳି ନ ଥିବା ନେଇ କିଛି କହିନାହାନ୍ତି। ଦେହାବଶେଷ ମିଳିବା ପରେ ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ କରାଯାଇଥିଲା। ଡିଏନ୍‌ଏ ଟେଷ୍ଟ କରିବା ପାଇଁ ଡାକ୍ତରମାନେ କିଛି ହାଡ଼ ପଠାଇଥିଲେ ବୋଲି ସେ କହିଛନ୍ତି।

ଏହାଛଡ଼ା ଡଗ୍‌ ସ୍କ୍ବାଡ୍‌ କାହିଁକି ଗନ୍ଧ ବାରି ପାରିଲାନି ପ୍ରଶ୍ନରେ ବୋଥ୍ରା କହିଛନ୍ତି, ଡଗ୍‌ ସ୍କ୍ବାର୍ଡ ଏସ୍‌ଆଇଟି ବ୍ୟବହାର କରିନାହିଁ। ତା ବିଷୟରେ ପଚାରିଲେ ମୁଁ କିଛି କହିପାରିବି ନାହିଁ। ତେବେ ସରୋଜ ଘରୁ ମିଳିଥିବା ଗାମୁଛା ବଡ଼ ପ୍ରମାଣ ଦେବ। ପରୀକୁ ହତ୍ୟା କରିବା ପରେ ବୋହିଥିବା ରକ୍ତ ସରୋଜ ଗାମୁଛାରେ ପୋଛିଥିଲା। ଉକ୍ତ ଗାମୁଛା ସରୋଜର ଘରୁ ଜବତ କରାଯାଇଛି। ଘଟଣା ପରେ ଗାମୁଛାକୁ ସାବୁନରେ ଅନେକ ଥର ଧୁଆଯାଇଛି। ତେବେ ଯେତେ ଧୋଇଲେ ବି ରକ୍ତଦାଗ କିଛି ରହିଯାଇଥାଏ। ଆମେ ଉକ୍ତ ଗାମୁଛାକୁ ଟେଷ୍ଟିଂ ଲ୍ୟାବ୍‌କୁ ପଠାଇଛୁ। ପୋଖରୀରୁ ମିଳିଥିବା ଲେଗନ୍ସ ମଧ୍ୟ ଟେଷ୍ଟିଂ ଲ୍ୟାବ୍‌ ପଠାଯାଇଛି। ସେଥିରେ କିଛି ଦାଗ ଅଛି କି ନାହିଁ ପରୀକ୍ଷା କରାଯିବ। ଉଭୟ ଗାମୁଛା ଓ ଲେଗିଂସ ଆମକୁ ବଡ଼ ସହାୟତା ଦେବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଏହି ଘଟଣାରେ ଯଦୁପୁର ଗାଁର ଜଣେ କଲେଜ ଛାତ୍ରଙ୍କୁ ଏସ୍‌ଆଇଟି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ଏବେ ତାଙ୍କୁ ଏସ୍‌ଆଇଟି ରିମାଣ୍ଡରେ ନେଇଛି। ଅପରପକ୍ଷେ ରାଉତରାପୁର ପୋଖରୀରୁ ଲେଗିନ୍ସ ମିଳିବା ପରେ ଅଭିଯୁକ୍ତ ଛାତ୍ରଙ୍କ ପରିବାରର ବୟାନ ବଦଳିଯାଇଛି। ପୁଅକୁ ବଞ୍ଚାଇବାକୁ ସେମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ପୋଚ ସହ ରନ୍ଧା ମଦ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୨୪।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜୁନାଗଡ ବ୍ଲକ ହରଡଗୁଡା ଗ୍ରାମ ନିକଟ ନଦୀକୂଳରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ...

ଫାଟ ମରାମତି, ମୋରମ ପକାଇ ଲୁଚାଇବା ଉଦ୍ୟମ

ଲୋଇସିଂହା, ୧୧।୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ମିଶନ ଶକ୍ତି ଭବନ କାର୍ଯ୍ୟକ୍ଷମ ହୋଇନାହିଁ। ହେଲେ କାର୍ଯ୍ୟାଳୟ ବ୍ୟବହାର ପୂର୍ବରୁ କାନ୍ଥ ଚାରିପଟେ ଫାଟ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି,୨୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜ ଅଧିନ ପଖନମୁଣ୍ଡା ଗାଁରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ...

ଲାଗିରହିଛି ଆରୋପ ପ୍ରତ୍ୟାରୋପ

ଝାରସୁଗୁଡ଼ା ଅଫିସ/ବେଲପାହାଡ଼,୨୦ା୧୨: ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ଓ ବେଲପାହାଡ ପୌର ପରିଷଦ ପରିଚାଳନାକୁ ନେଇ ଏବେ ଦେଖାଦେଇଛି ଅଚଳାବସ୍ଥା। ଅଧିକାରୀ, କର୍ମଚାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଆଦ୍ୟାଜ୍ୟୋତି: ୧ ମିନିଟ୍‌ରେ ଆବୃତ୍ତି କରିଥିଲେ ସର୍ବାଧିକ ଶ୍ଳୋକ

ଯାଜପୁର ଟାଉନ,୨୦।୩(ଡି.ଏନ.ଏ.): ୧ ମିନିଟ୍‌ରେ ଭଗବତ ଗୀତାର ସର୍ବାଧିକ ଶ୍ଳୋକ ଗାଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଆଦ୍ୟାଜ୍ୟୋତି ଦାଶ(୧୧)। ଫେବୃୟାରୀ ୫ରେ...

ରାଜ୍ୟରେ ଖସିଛି, ଜାତୀୟସ୍ତରରେ ଉଠିଛି

ଅନୁଗୋଳ ଅଫିସ, ୨୨ା୮ ସ୍ବଚ୍ଛ ସର୍ବେକ୍ଷଣରେ ରାଜ୍ୟରେ ପଛେଇ ଯାଇଛି ଅନୁଗୋଳ ପୌରପାଳିକା। ଗତବର୍ଷ ମିଳିଥିବା ରାଜ୍ୟର ୧ନଂ. ସ୍ଥାନରୁ ଏହା ଖସିଆସିଛି ୯ମକୁ। ହେଲେ...

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

ତରବୋଡ଼,୮।୧: ନୂଆପଡ଼ା ଜିଲା ଖରିଆରରୋଡସ୍ଥିତ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ଲେବର କାର୍ଡ କରାଇ ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସମ୍ଭାବନା: ୧୨ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ବିହାର ଓ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ, କୋରାପୁଟ,...

Advertisement
Archives

Model This Week