ଚଢ଼ାଉ ନାହିଁ, ଓଜନରେ ଠକେଇ ବଢ଼ୁଛି

କଟକ ଅଫିସ,୯।୧୦: ରାଜ୍ୟରେ ଏବେ ନକଲି ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଠକେଇ ଚାଲିଛି। ବିଶେଷକରି କିଛି ଲାଭଖୋର ମନୋବୃତ୍ତିର ବ୍ୟବସାୟୀ ଓଜନ ଓ ମାପରେ ଲୋକଙ୍କୁ ଠକି ଚାଲିଛନ୍ତି। ଓଜନ ଓ ମାପ ବିଭାଗର ନିୟମିତ ଚଢ଼ାଉ ହେଉ ନ ଥିବାରୁ ଅସାଧୁ ବ୍ୟବସାୟୀଙ୍କ ଉପରେ ଲଗାମ ଲଗାଯାଇପାରୁ ନାହିଁ। ଫଳରେ ଅସାଧୁ ବ୍ୟବସାୟୀଙ୍କ ଠକାମି ପ୍ରବୃତ୍ତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଟକ ଜିଲାରେ ଏଭଳି ଠକେଇ ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ମାଛ, ମାଂସ ଠାରୁ ଆରମ୍ଭ କରି ଡାଲି, ଚାଉଳ, ସୁନାରୁପାର ଓଜନରେ ଠକେଇର ଶିକାର ହେଉଛନ୍ତି। ଏପରିକି ସହରର ବହୁ ପେଟ୍ରୋଲ ପମ୍ପରେ ମଧ୍ୟ ମାପ କମ୍‌ କରି ଠକୁ ଥିବାର ସାଧାରଣରେ ଅଭିଯୋଗ ହେଉଛି। ଅପରପକ୍ଷରେ ଆବଶ୍ୟକତା ଠାରୁ କମ୍‌ ଅଧିକାରୀ ଓ କର୍ମଚାରୀ ଥିବାରୁ ନିୟମିତ ଚଢ଼ାଉ କରିବା ସମ୍ଭବ ହୋଇ ପାରୁ ନାହିଁ ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି।
ମିଳିଥିବା ତଥ୍ୟ ଅନୁଯାୟୀ, କଟକ ମାପ ଓ ଓଜନ ବିଭାଗରେ କଟକ ସହର, ଜଗତପୁର, ଆଠଗଡ଼ ଓ ବାଙ୍କୀକୁ ମିଶାଇ ମୋଟ ୭ଟି ଇନ୍ସପେକ୍ଟର ପଦବୀ ରହିଛି। ହେଲେ ବର୍ତ୍ତମାନ ୭ଜଣରୁ ମାତ୍ର ୪ଜଣ ଇନ୍ସପେକ୍ଟର ରହିଛନ୍ତି। ଏପରି କି ଏହି ୪ ଜଣଙ୍କ ମଧ୍ୟରୁ ଜଣେ ଏବେ ତିନି ମାସ ପାଇଁ ଛୁଟିରେ ରହିଛନ୍ତି। କଟକ ଓଜନ ଓ ମାପ ବିଭାଗର ମୁଖ୍ୟ ଡେପୁଟି କଣ୍ଟ୍ରୋଲର ପଦ ମଧ୍ୟ ଖାଲି ପଡ଼ିଛି। ଜଗତ୍‌ସିଂହପୁର ଜିଲାର ଡେପୁଟି କଣ୍ଟ୍ରୋଲର କଟକ ଜିଲା ଦାୟିତ୍ୱରେ ରହିଛନ୍ତି। ବିଭାଗ ଏବେ ତିନି ଜଣ ଇନ୍ସପେକ୍ଟରଙ୍କୁ ନେଇ କାମ ଚଳାଉଥିବାରୁ ଅସାଧୁ ଲାଭଖୋର ବ୍ୟବସାୟୀ ଲୋକଙ୍କୁ ନିୟମିତ ଠକି ଚାଲିଛନ୍ତି ା ତେବେ ଏହାକୁ ନେଇ ଡେପୁଟି କଣ୍ଟ୍ରୋଲର ହରିଶଙ୍କର ପଟ୍ଟନାୟକ କହିଛନ୍ତି, ଆମର ଆବଶ୍ୟକତା ଠାରୁ କମ୍‌ କର୍ମଚାରୀ ରହିଛନ୍ତି ା କଟକ ଓଜନ ଓ ମାପ ବିଭାଗର ମୁଖ୍ୟ ଡେପୁଟି କଣ୍ଟ୍ରୋଲର ପଦ ଏଇ ମାସରେ ପୂରଣ କରାଯିବ। ଅନ୍ୟ ପଦବୀଗୁଡ଼ିକ ମଧ୍ୟ ଶୀଘ୍ର ପୂରଣ କରିବାକୁ ଚେଷ୍ଟା ଜାରି ରହିଛି। କରୋନା କାରଣରୁ ଗତ ଫେବୃୟାରୀରେ ଶେଷଥର ପାଇଁ ଚଢ଼ାଉ କରାଯାଇଥିଲା। ସ୍ଥାନୀୟ ଚାନ୍ଦିନୀଚୌକ ନିବାସୀ ସୁଧୀର ପଟ୍ଟନାୟକ କହିଛନ୍ତି, ଆମେ ଏ ପର୍ଯ୍ୟନ୍ତ ଜାଣିନୁ ଓଜନ ଓ ମାପରେ ଠକେଇ ହେଲେ କାହାକୁ ଅଭିଯୋଗ କରାଯିବ ା ତେବେ ଗତ ଦିନରେ କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଥ୍‌ତ୍ଲା। ସେହିପରି ଯଦି ଓଜନ ଓ ମାପ ବିଭାଗ ପକ୍ଷରୁ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରାଯାଆନ୍ତା, ତେବେ ଗ୍ରାହକ ଉପକୃତ ହୁଅନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri