ଚଢ଼ାଉ ନାହିଁ, ଓଜନରେ ଠକେଇ ବଢ଼ୁଛି

କଟକ ଅଫିସ,୯।୧୦: ରାଜ୍ୟରେ ଏବେ ନକଲି ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଠକେଇ ଚାଲିଛି। ବିଶେଷକରି କିଛି ଲାଭଖୋର ମନୋବୃତ୍ତିର ବ୍ୟବସାୟୀ ଓଜନ ଓ ମାପରେ ଲୋକଙ୍କୁ ଠକି ଚାଲିଛନ୍ତି। ଓଜନ ଓ ମାପ ବିଭାଗର ନିୟମିତ ଚଢ଼ାଉ ହେଉ ନ ଥିବାରୁ ଅସାଧୁ ବ୍ୟବସାୟୀଙ୍କ ଉପରେ ଲଗାମ ଲଗାଯାଇପାରୁ ନାହିଁ। ଫଳରେ ଅସାଧୁ ବ୍ୟବସାୟୀଙ୍କ ଠକାମି ପ୍ରବୃତ୍ତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଟକ ଜିଲାରେ ଏଭଳି ଠକେଇ ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ମାଛ, ମାଂସ ଠାରୁ ଆରମ୍ଭ କରି ଡାଲି, ଚାଉଳ, ସୁନାରୁପାର ଓଜନରେ ଠକେଇର ଶିକାର ହେଉଛନ୍ତି। ଏପରିକି ସହରର ବହୁ ପେଟ୍ରୋଲ ପମ୍ପରେ ମଧ୍ୟ ମାପ କମ୍‌ କରି ଠକୁ ଥିବାର ସାଧାରଣରେ ଅଭିଯୋଗ ହେଉଛି। ଅପରପକ୍ଷରେ ଆବଶ୍ୟକତା ଠାରୁ କମ୍‌ ଅଧିକାରୀ ଓ କର୍ମଚାରୀ ଥିବାରୁ ନିୟମିତ ଚଢ଼ାଉ କରିବା ସମ୍ଭବ ହୋଇ ପାରୁ ନାହିଁ ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି।
ମିଳିଥିବା ତଥ୍ୟ ଅନୁଯାୟୀ, କଟକ ମାପ ଓ ଓଜନ ବିଭାଗରେ କଟକ ସହର, ଜଗତପୁର, ଆଠଗଡ଼ ଓ ବାଙ୍କୀକୁ ମିଶାଇ ମୋଟ ୭ଟି ଇନ୍ସପେକ୍ଟର ପଦବୀ ରହିଛି। ହେଲେ ବର୍ତ୍ତମାନ ୭ଜଣରୁ ମାତ୍ର ୪ଜଣ ଇନ୍ସପେକ୍ଟର ରହିଛନ୍ତି। ଏପରି କି ଏହି ୪ ଜଣଙ୍କ ମଧ୍ୟରୁ ଜଣେ ଏବେ ତିନି ମାସ ପାଇଁ ଛୁଟିରେ ରହିଛନ୍ତି। କଟକ ଓଜନ ଓ ମାପ ବିଭାଗର ମୁଖ୍ୟ ଡେପୁଟି କଣ୍ଟ୍ରୋଲର ପଦ ମଧ୍ୟ ଖାଲି ପଡ଼ିଛି। ଜଗତ୍‌ସିଂହପୁର ଜିଲାର ଡେପୁଟି କଣ୍ଟ୍ରୋଲର କଟକ ଜିଲା ଦାୟିତ୍ୱରେ ରହିଛନ୍ତି। ବିଭାଗ ଏବେ ତିନି ଜଣ ଇନ୍ସପେକ୍ଟରଙ୍କୁ ନେଇ କାମ ଚଳାଉଥିବାରୁ ଅସାଧୁ ଲାଭଖୋର ବ୍ୟବସାୟୀ ଲୋକଙ୍କୁ ନିୟମିତ ଠକି ଚାଲିଛନ୍ତି ା ତେବେ ଏହାକୁ ନେଇ ଡେପୁଟି କଣ୍ଟ୍ରୋଲର ହରିଶଙ୍କର ପଟ୍ଟନାୟକ କହିଛନ୍ତି, ଆମର ଆବଶ୍ୟକତା ଠାରୁ କମ୍‌ କର୍ମଚାରୀ ରହିଛନ୍ତି ା କଟକ ଓଜନ ଓ ମାପ ବିଭାଗର ମୁଖ୍ୟ ଡେପୁଟି କଣ୍ଟ୍ରୋଲର ପଦ ଏଇ ମାସରେ ପୂରଣ କରାଯିବ। ଅନ୍ୟ ପଦବୀଗୁଡ଼ିକ ମଧ୍ୟ ଶୀଘ୍ର ପୂରଣ କରିବାକୁ ଚେଷ୍ଟା ଜାରି ରହିଛି। କରୋନା କାରଣରୁ ଗତ ଫେବୃୟାରୀରେ ଶେଷଥର ପାଇଁ ଚଢ଼ାଉ କରାଯାଇଥିଲା। ସ୍ଥାନୀୟ ଚାନ୍ଦିନୀଚୌକ ନିବାସୀ ସୁଧୀର ପଟ୍ଟନାୟକ କହିଛନ୍ତି, ଆମେ ଏ ପର୍ଯ୍ୟନ୍ତ ଜାଣିନୁ ଓଜନ ଓ ମାପରେ ଠକେଇ ହେଲେ କାହାକୁ ଅଭିଯୋଗ କରାଯିବ ା ତେବେ ଗତ ଦିନରେ କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଥ୍‌ତ୍ଲା। ସେହିପରି ଯଦି ଓଜନ ଓ ମାପ ବିଭାଗ ପକ୍ଷରୁ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରାଯାଆନ୍ତା, ତେବେ ଗ୍ରାହକ ଉପକୃତ ହୁଅନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?