Posted inଜାତୀୟ

ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍‌କା

ଅହମ୍ମଦାବାଦ,୧୨।୯: ଗୁଜରାଟ ନିର୍ବାଚନ ପାଇଁ ନିଜର ପୁରା ଦମ୍‌ ଲଗାଇଥିବା ଆମ ଆଦମୀ ପାର୍ଟି(ଏଏପି)କୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ଏଏପି ସହ ନିଜର ୫ମାସର ମେଣ୍ଟକୁ ଭାଙ୍ଗିିଛି। ଏନେଇ ସୋମବାର ବିଟିପି ଔପଚାରିକ ଭାବେ ଘୋଷଣା କରିଛି। ବର୍ତ୍ତମାନ ଦେଶରେ ରାଜନୈତିକ ପରିସ୍ଥିତି ଭୟଙ୍କର ରହିଛି। ଏଭଳି ସ୍ଥିତିରେ କୌଣସି ଟୋପିବାଲା ସହ ଦଳ ମେଣ୍ଟ କରିବ ନାହିଁ ବୋଲି ବିଟିପି ପ୍ରତିଷ୍ଠାତା ଛୋଟୁ ଭାସଭା କହିଛନ୍ତି। ଏଥିସହ ସେ କହିଛନ୍ତି, ସମସ୍ତ ଦଳ ସବୁବେଳେ ଆଦିବାସୀଙ୍କ ସମସ୍ୟାକୁ ଅଣଦେଖା କରିଆସିଛି। ଯଦି ଏଏପି ସହ ମେଣ୍ଟ ରଖାଯାଏ ତେବେ ନିଜ ଦଳକୁ କ୍ଷତି ହେବ ହେବ ବୋଲି ଭାସଭା ମନ୍ତବ୍ୟ ଦେଇଛନ୍ତି। ତେବେ ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଟିପି ଏକକୀ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି। ସୂଚନା ମୁତାବକ, ଗୁଜରାଟର ୧୮୨ଟି ଆସନରୁ ୨୭ଟି ଆସନ ଉପରେ ଆଦିବାସୀ ସମାଜର ପ୍ରଭାବ ରହିଛି। ତେବେ ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ଭାଙ୍ଗିବା ଏଏପିକୁ ଶକ୍ତ ଝଟ୍‌କା ଦେଇଛି ବୋଲି  ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲା ପୁଅ

ଭଦୋହି (ଉତ୍ତରପ୍ରଦେଶ),୨୭।୭: ଜଣେ ଯୁବକ ତାଙ୍କ ବାପାଙ୍କ ହତ୍ୟାକାରୀଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସୁରଓ୍ବାୟାନ ଅଞ୍ଚଳର ମଧୁପୁର ଗାଁରେ। ମୁଖ୍ୟ ଅଭିଯୁକ୍ତ...

‘ସୁପ୍ରିମକୋର୍ଟ ବିଚାରପତି ବ୍ୟଙ୍ଗ ଊର୍ଦ୍ଧ୍ୱରେ ନୁହନ୍ତି’

ନୂଆଦିଲ୍ଲୀ, ୩୦।୧ : ସୁପ୍ରିମକୋର୍ଟ ବିଚାରପତିମାନେ ଖୁବ୍‌ ପ୍ରଭାବଶାଳୀ କିନ୍ତୁ ସେମାନେ ବ୍ୟଙ୍ଗର ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ହାସ୍ୟାଭିନେତା କୁନାଲ କମ୍ରା କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ...

ଅଭିନେତା ଫିର୍ଦୋସଙ୍କୁ ଭାରତ ଛାଡିବାକୁ କେନ୍ଦ୍ରର ନିର୍ଦ୍ଦେଶ

କୋଲକାତା,୧୭ା୪: ପଶ୍ଚିମବଙ୍ଗ ରାଇଗଞ୍ଜ ଲୋକ ସଭା ଆସନର ଟିଏମ୍‌ସି ପ୍ରାର୍ଥୀ କହ୍ନେୟାଲାଲ ଅଗ୍ରଓ୍ବାଲଙ୍କ ସପକ୍ଷରେ ବାଂଲାଦେଶୀ ଅଭିନେତା ଫିର୍ଦୋସ ଅହମ୍ମଦ ନିର୍ବାଚନ ପ୍ରଚାର କରିବା ପରେ...

ସାର୍କ ଭିଡିଓ କନ୍‌ଫରେନ୍ସ ଆଜି

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୧୫ା୩(ପି.ଟି.): ଘାତକ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ମିଳିତ ରଣକୌଶଳ ପ୍ରସ୍ତୁତି ନିମନ୍ତେ ରବିବାର ଅପରାହ୍ନ ୫ଟାରେ ସାର୍କ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଭିଡିଓ...

ଶାହିନ ବାଗ୍‌ରେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ: ପୋଲିସ ଅଯଥା ବନ୍ଦ କରିଛି ରାସ୍ତା; ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ,୨୩।୨: ଶାହିନ ବାଗ୍‌ରେ ୨ ମାସରୁ ଅଧିକ ଦିନ ଧରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରଦର୍ଶନ ଜାରି ରହିଛି। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କ ସହିତ...

ଜୁଲାଇ-ସେପ୍ଟେମ୍ବରରେ ଭାରତରେ ବିକ୍ରି ହୋଇଛି ୫ କୋଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ, ୨୨।୧୦: ଲକ୍‌ ଡାଉନ ଖୋଲିବା ପରେ ଭାରତର ସ୍ମାର୍ଟଫୋନ୍‌ ବଜାରରେ ପୁଣିଥରେ ସୁଧାର ଆସିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷର ୩ୟ ତ୍ରୈ-ମାସିକ କ୍ୱାର୍ଟର...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୧୫।୧୨(ପି.ଟି.): ଭାରତରେ ୧୯୭୫ରେ ଜାରି ହୋଇଥିବା ଜରୁରୀ ପରିସ୍ଥିତି (ଏମର୍ଜେନ୍ସି)କୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବା ଲାଗି ଜଣେ ୯୪ ବର୍ଷୀୟ ମହିଳା ସୁପ୍ରିମକୋର୍ଟରେ...

କରୋନା ସଂକ୍ରମିତଙ୍କ ମୃତ୍ୟୁରେ ସହାୟତା ରାଶି ପାଇଁ ଆବଶ୍ୟକ ନାହିଁ କୌଣସି ଗାଇଡ୍‌ଲାଇନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୮: କରୋନା ସଂକ୍ରମଣ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ଲକ୍ଷ ଅତିକ୍ରମ କରି ସାରିଥିବା ବେଳେ ମୃତକଙ୍କ...

Advertisement
Archives

Model This Week