Posted inଜାତୀୟ

ପୂର୍ବରୁ ଭୋଟର ଥାଇ ଫର୍ମ-୬ ଭରିଲେ କାର୍ଯ୍ୟାନୁଷ୍ଠାନ ହେବନାହିଁ

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ପୂର୍ବରୁ ଭୋଟର ତାଲିକାରେ ନାମ ପଞ୍ଜୀକୃତ ହୋଇଥିବା ସତ୍ତ୍ୱେ ଯଦି ଚିଠା ତାଲିକାରେ ନ ଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ। ନିର୍ବାଚନ କମିଶନ (ଇସି) ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ଉପରୋକ୍ତ ସ୍ପଷ୍ଟୀକରଣ ସମ୍ପର୍କରେ ସ୍ଥାନୀୟ ଭାଷା ସମେତ ଅନ୍ୟାନ୍ୟ ଭାଷାରେ ବ୍ୟାପକ ପ୍ରଚାର କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିବେଦନ କରାଯାଇଥିବା ଇସି ଏକ ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଛନ୍ତି। ଯେଉଁମାନଙ୍କ ନାମ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ହୋଇଛି କିନ୍ତୁ ଚିଠା ଭୋଟର ତାଲିକାରେ ବାଦ୍‌ ପଡ଼ିଛି, ସେମାନେ ଫର୍ମ-୬ ଦାଖଲ କରିବା ନେଇ ଜନପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ଆଶଙ୍କାରେ ଭୟ କରୁଥିବା ଖବର ନଜରକୁ ଆସିଥିବା କମିଶନ କହିଛନ୍ତି। ଲୋକଙ୍କ ମନରୁ ଏଭଳି ଭୟ ଦୂର କରିବା ପାଇଁ କମିଶନ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପୂର୍ବରୁ ଭୋଟର ଥାଇ କେବଳ ଫର୍ମ-୬ ଦାଖଲ କରିବା କାରଣରୁ କାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

ତେବେ ସମ୍ପୃକ୍ତ ଆବେଦନକାରୀ ବା ଭୋଟର ଅନ୍ୟ କୌଣସି ନିର୍ବାଚନମଣ୍ଡଳୀରେ ପଞ୍ଜୀକୃତ ହୋଇ ନ ଥିବେ। ସେଭଳି ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତ୍ୟପାଠରେ କୁହାଯାଇଛି। ଏସ୍‌ଆଇଆର୍‌ ବେଳେ ଅନୁପସ୍ଥିତ, ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ନକଲି ଦର୍ଶାଯାଇ ବାଦ୍‌ ଦିଆଯାଇଥିବା ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ସେମାନଙ୍କ ପାଖରେ ପହଞ୍ଚତ୍ବାକୁ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବକୁ କମିଶନ ବିଚାରକୁ ନେଇଛନ୍ତି। ଭୋଟରମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ନିର୍ଦ୍ଦିଷ୍ଟ କେତେକ ପଦକ୍ଷେପ ନେବାକୁ ଇସି ନିଷ୍ପତ୍ତି ନେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିବୀରଙ୍କ ପାଇଁ ଖୁସି ଖବର! ହେଲା ବଡ଼ ଘୋଷଣା, ୬ ବର୍ଷ ପରେ ମିଳିବ…

ନୂଆଦିଲ୍ଲୀ,୧୬।୧୧: ଅଗ୍ନିବୀରଙ୍କ ନିଯୁକ୍ତି ଓ ସେବା ଅବଧିକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (CDS) ଜେନେରାଲ୍‌ ଏନ୍‌ଏସ୍‌…

CM ବିଜୟଙ୍କୁ ଷ୍ଟାଲିନଙ୍କ ଟାର୍ଗେଟ, କହିଲେ ମୋତେ ମୁଖ୍ୟମନ୍ତ୍ରୀ….

ଚେନ୍ନାଇ,୧୬।୧୧: ତାମିଲନାଡୁ ରାଜନୀତିରେ ପୁଣି ଚର୍ଚ୍ଚାରେ ଡିଏମ୍‌କେ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ । ତାଙ୍କୁ ଏବେ ବି ଲୋକେ ‘ମୁଖ୍ୟମନ୍ତ୍ରୀ’ ବୋଲି…

ଫ୍ୟାମିଲି ପେନସନକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ ପୂରା ଫାଇଦା! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୧୧: ଆପଣଙ୍କ ପରିବାରରେ ଯଦି କେହି କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି କିମ୍ବା କେହି ଅବସର ନେଇସାରିଛନ୍ତି, ତେବେ ଫ୍ୟାମିଲି ପେନସନ ବା ପାରିବାରିକ ପେନସନ ସମ୍ପର୍କିତ…

ଫ୍ୟାମିଲି ପେନସନକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ ପୂରା ଫାଇଦା! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୧୧: ଆପଣଙ୍କ ପରିବାରରେ ଯଦି କେହି କେନ୍ଦ୍ର ସରକାରୀ କର୍ମଚାରୀ ଅଛନ୍ତି କିମ୍ବା କେହି ଅବସର ନେଇସାରିଛନ୍ତି, ତେବେ ଫ୍ୟାମିଲି ପେନସନ ବା ପାରିବାରିକ ପେନସନ ସମ୍ପର୍କିତ…

ନିର୍ବାଚନ ମଇଦାନକୁ ଓହ୍ଲାଇବ CJP? ଅଭିଜିତ ଦୀପକେ ଗଠନ କଲେ ଟିମ୍‌

ନୂଆଦିଲ୍ଲୀ,୧୬।୧୧: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ, ଯେତେବେଳେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ସେହି ସମୟରେ ଅଭିଜିତ ଦୀପକେଙ୍କ ଦ୍ୱାରା…

ମୃତ୍ୟୁ ପୂର୍ବରୁ ନିଜ ଶ୍ରାଦ୍ଧ କରାଇଲେ ୮୦ ବର୍ଷୀୟ ବୃଦ୍ଧ; ୯୦୦ ଲୋକଙ୍କୁ ଦେଲେ ଭୋଜି, ଅଞ୍ଚଳରେ ଚର୍ଚ୍ଚା

ଲକ୍ଷ୍ନୌ,୧୬।୧୧: ସାଧାରଣତଃ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶ୍ରାଦ୍ଧ ଭୋଜିର ଆୟୋଜନ କରାଯାଏ । କିନ୍ତୁ ଉତ୍ତରପ୍ରଦେଶର ବାଗପତ ଜିଲା ଜୋହଡ଼ି ଗାଁରେ ଏକ ନିଆରା ଘଟଣା…

ବିବାହ ପାଇଁ କୋର୍ଟ କିମ୍ବା ପୁରୋହିତଙ୍କ ନିକଟକୁ ଯିବାର ଆବଶ୍ୟକତା ନାହିଁ! Self-Respect Wedding)କ’ଣ? ଯାହା ଏବେ ଟ୍ରେଣ୍ଡ କରୁଛି?

ନୂଆଦିଲ୍ଲୀ,୧୬।୧୧: ଆଜିକାଲିର ଆଧୁନିକ ଯୁଗରେ, ବିବାହ କେବଳ ପାରମ୍ପରିକ ‘ସାତ ଫେରା’ କିମ୍ବା ରୀତିନୀତି ମଧ୍ୟରେ ସୀମିତ ହୋଇ ରହିନାହିଁ; ବିବାହ କରିବାର ଧାରାରେ ପରିବର୍ତ୍ତନ ଆସୁଛି।…

ଡିସେମ୍ବର ପ୍ରଥମ ସପ୍ତାହରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବୃଦ୍ଧି ପାଉଥିବା ଏକ ସଂଘର୍ଷପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?