ଦୋଷୀ ଜିଆର୍‌ଏସ୍‌ଙ୍କ ବିରୋଧରେ ହୋଇନି କାର୍ଯ୍ୟାନୁଷ୍ଠାନ

ବୈପାରିଗୁଡା,୮ା୧୦ (କଳ୍ପତରୁ ମହାନ୍ତି)ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ଆବାସ ଯୋଗାଇ ଦେବା ବ୍ୟବସ୍ଥା ରହଛି। ଗ୍ରାମାଞ୍ଚଳରେ ଲୋକଙ୍କ ସରଳତାର ସୁଯୋଗ ନେଇ କେତେକ କର୍ମଚାରୀ କାଗଜପତ୍ରରେ ଚଞ୍ଚକତା କରି ଏ ବାବଦ ଅର୍ଥ ଲୁଟି ନେଉଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ରାମଗରି ପଞ୍ଚାୟତର ରାମଗିରି ଗ୍ରାମର ସ୍ବର୍ଗତ ବଳରାମ ବେହେରାଙ୍କ ସ୍ତ୍ରୀ କୁନି ପ୍ରଧାନିଙ୍କ କ୍ଷେତ୍ରରେ। ତାଙ୍କ ଆବାସ ପାଇଁ ମିଳିବାକୁ ଥିବା ଟଙ୍କା କର୍ମଚାରୀମାନେ ଖାଇଯାଇଛନ୍ତି ବୋଲି କୁନି ଅଭିଯୋଗ କରିଛନ୍ତି।
ଖବରରୁ ଜଣାପଡିଛି, ୨୦୧୯-୨୦ ଆର୍ଥତ୍କ ବର୍ଷରେ କୁନି ପ୍ରଧାନିଙ୍କୁୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆବାସ ମିଳିଥିଲା। ଯାହାର ଆଇଡି ନମ୍ବର- ଓଆର୍‌ ୪୭୬୮୬୯୩। ଘର ନିର୍ମାଣ ପାଇଁ ନିର୍ଦ୍ଧାରିତ ସ୍ଥାନର ଜିଇଓ ଟ୍ୟାଗ କରାଯାଇ ଏଥିପାଇଁ ଆବଶ୍ୟକ କାଗଜପଦ୍ର ନିଆଯାଇଥିଲା। ପରବର୍ତ୍ତୀ ସମୟରେ କୁନି ପଞ୍ଚାୟତ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ବୁଝିବାକୁ ଗଲେ କର୍ମଚାରୀମାନେ ବିଭିନ୍ନ ଆଳ ଦେଖାଇ ଦିନ ଗଡାଇ ଚାଲିଥିଲେ। ପରେ କୁନି ତାଙ୍କ ଘର ବାବଦକୁ ମିଳିବାକୁ ଥିବା ସମସ୍ତ ଅର୍ଥ ୧ ଲକ୍ଷ ୩୦ ହଜାର ଟଙ୍କା ଚଞ୍ଚକତା କରି ହଡପ କରାଯାଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଗତ ୨୫ା୭୨୦୨୨ରେ ବିଡିଓଙ୍କ ଦ୍ବାରା ପଞ୍ଚାୟତସ୍ତରୀୟ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ସେ ଏଥିରେ ପଞ୍ଚାୟତର କେତେ ଜଣ କର୍ମଚାରୀ ତାଙ୍କ ଆବାସ ବାବଦ ଟଙ୍କା ହଡପ କରିଥିବା ଉଲ୍ଲେଖ କରିଥିଲେ। ଏହାର ତଦନ୍ତ କରିବା ପରେ ବିଡିଓ ଅଭିମନ୍ୟୁ କବି ଶତପଥୀ ଦୋଷୀ କର୍ମଚାରୀ ଗୋରା ହନ୍ତାଳଙ୍କ ନାମରେ ଥାନାରେ ଏତଲା ଦେବାକୁ ତତ୍କାଳିନ ପିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋରା ସେ ସମୟରେ ଗ୍ରାମ ରୋଜଗାର ସେବକଥିଲେ। ତେବେ ଏନେଇ ଅଭିଯୋଗ କରିବାର ବର୍ଷେ ବିତି ଯାଇଥିଲେ ମଧ୍ୟ କୁନିଙ୍କୁ ନ୍ୟାୟ ମିଳିନାହିଁ। ଅଭିଯୁକ୍ତ ଗ୍ରାମ ରୋଜଗାର ସେବକ ହନ୍ତାଳ ଏବେ ଜୟପୁର ବ୍ଲକରେ କାମ କରୁଛନ୍ତି। ଏ ସମ୍ପର୍କରେ ବର୍ତ୍ତମାନର ରାମଗିରି ପିଇଓ ଭରତ ଖରାଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। ରାମଗିରି ଫାଣ୍ଡି ଅଧିକାରୀ ବଳରାମ ହିକ୍କାଙ୍କୁ ପଚାରିବାରୁ ସେମିତି କୌଣସି ଏତଲା ବର୍ଷକ ମଧ୍ୟରେ ହୋଇ ନ ଥିବା କହିଥିଲେ। ବିଡିଓ କବି ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ହିତାଧିକାରୀ ଜଣକ ପୁଣି ଥରେ ଲେଖି ଦେଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଜିଲାପାଳଙ୍କୁ ସୁପାରିଶ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri