ଦୋଷୀ ଜିଆର୍‌ଏସ୍‌ଙ୍କ ବିରୋଧରେ ହୋଇନି କାର୍ଯ୍ୟାନୁଷ୍ଠାନ

ବୈପାରିଗୁଡା,୮ା୧୦ (କଳ୍ପତରୁ ମହାନ୍ତି)ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ଆବାସ ଯୋଗାଇ ଦେବା ବ୍ୟବସ୍ଥା ରହଛି। ଗ୍ରାମାଞ୍ଚଳରେ ଲୋକଙ୍କ ସରଳତାର ସୁଯୋଗ ନେଇ କେତେକ କର୍ମଚାରୀ କାଗଜପତ୍ରରେ ଚଞ୍ଚକତା କରି ଏ ବାବଦ ଅର୍ଥ ଲୁଟି ନେଉଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ରାମଗରି ପଞ୍ଚାୟତର ରାମଗିରି ଗ୍ରାମର ସ୍ବର୍ଗତ ବଳରାମ ବେହେରାଙ୍କ ସ୍ତ୍ରୀ କୁନି ପ୍ରଧାନିଙ୍କ କ୍ଷେତ୍ରରେ। ତାଙ୍କ ଆବାସ ପାଇଁ ମିଳିବାକୁ ଥିବା ଟଙ୍କା କର୍ମଚାରୀମାନେ ଖାଇଯାଇଛନ୍ତି ବୋଲି କୁନି ଅଭିଯୋଗ କରିଛନ୍ତି।
ଖବରରୁ ଜଣାପଡିଛି, ୨୦୧୯-୨୦ ଆର୍ଥତ୍କ ବର୍ଷରେ କୁନି ପ୍ରଧାନିଙ୍କୁୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆବାସ ମିଳିଥିଲା। ଯାହାର ଆଇଡି ନମ୍ବର- ଓଆର୍‌ ୪୭୬୮୬୯୩। ଘର ନିର୍ମାଣ ପାଇଁ ନିର୍ଦ୍ଧାରିତ ସ୍ଥାନର ଜିଇଓ ଟ୍ୟାଗ କରାଯାଇ ଏଥିପାଇଁ ଆବଶ୍ୟକ କାଗଜପଦ୍ର ନିଆଯାଇଥିଲା। ପରବର୍ତ୍ତୀ ସମୟରେ କୁନି ପଞ୍ଚାୟତ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ବୁଝିବାକୁ ଗଲେ କର୍ମଚାରୀମାନେ ବିଭିନ୍ନ ଆଳ ଦେଖାଇ ଦିନ ଗଡାଇ ଚାଲିଥିଲେ। ପରେ କୁନି ତାଙ୍କ ଘର ବାବଦକୁ ମିଳିବାକୁ ଥିବା ସମସ୍ତ ଅର୍ଥ ୧ ଲକ୍ଷ ୩୦ ହଜାର ଟଙ୍କା ଚଞ୍ଚକତା କରି ହଡପ କରାଯାଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଗତ ୨୫ା୭୨୦୨୨ରେ ବିଡିଓଙ୍କ ଦ୍ବାରା ପଞ୍ଚାୟତସ୍ତରୀୟ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ସେ ଏଥିରେ ପଞ୍ଚାୟତର କେତେ ଜଣ କର୍ମଚାରୀ ତାଙ୍କ ଆବାସ ବାବଦ ଟଙ୍କା ହଡପ କରିଥିବା ଉଲ୍ଲେଖ କରିଥିଲେ। ଏହାର ତଦନ୍ତ କରିବା ପରେ ବିଡିଓ ଅଭିମନ୍ୟୁ କବି ଶତପଥୀ ଦୋଷୀ କର୍ମଚାରୀ ଗୋରା ହନ୍ତାଳଙ୍କ ନାମରେ ଥାନାରେ ଏତଲା ଦେବାକୁ ତତ୍କାଳିନ ପିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋରା ସେ ସମୟରେ ଗ୍ରାମ ରୋଜଗାର ସେବକଥିଲେ। ତେବେ ଏନେଇ ଅଭିଯୋଗ କରିବାର ବର୍ଷେ ବିତି ଯାଇଥିଲେ ମଧ୍ୟ କୁନିଙ୍କୁ ନ୍ୟାୟ ମିଳିନାହିଁ। ଅଭିଯୁକ୍ତ ଗ୍ରାମ ରୋଜଗାର ସେବକ ହନ୍ତାଳ ଏବେ ଜୟପୁର ବ୍ଲକରେ କାମ କରୁଛନ୍ତି। ଏ ସମ୍ପର୍କରେ ବର୍ତ୍ତମାନର ରାମଗିରି ପିଇଓ ଭରତ ଖରାଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। ରାମଗିରି ଫାଣ୍ଡି ଅଧିକାରୀ ବଳରାମ ହିକ୍କାଙ୍କୁ ପଚାରିବାରୁ ସେମିତି କୌଣସି ଏତଲା ବର୍ଷକ ମଧ୍ୟରେ ହୋଇ ନ ଥିବା କହିଥିଲେ। ବିଡିଓ କବି ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ହିତାଧିକାରୀ ଜଣକ ପୁଣି ଥରେ ଲେଖି ଦେଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଜିଲାପାଳଙ୍କୁ ସୁପାରିଶ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?