ଓଜେଇ ରିପୋର୍ଟ ପରେ ବି ନିଆଯାଉନି କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୧୬ା୧୦(ପ୍ରଭାତ ପାଣିଗ୍ରାହୀ): ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜ(ଜିଏଏମ୍‌)ରେ ବିନା ଏନ୍‌ଇଇଟି, ଓଜେଇ ଆଲଟ୍‌ମେଣ୍ଟ ନମ୍ବର ଏପରି କି ପୂର୍ବରୁ କୌଣସି କଲେଜରେ ନାମ ଲେଖାଇ ନ ଥିବା ପିଲାଙ୍କୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମ ଲେଖାଇବାକୁ ସୁଯୋଗ ଦିଆଯାଉଛି। ଏହାର ସମସ୍ତ ତଥ୍ୟ ପ୍ରମାଣ ସତ୍ତ୍ୱେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟର ପଛଘୁଞ୍ଚା ତଦନ୍ତରେ ସ୍ବଚ୍ଛତା, ନିରପେକ୍ଷତା ଏବଂ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠିଛି। ଏପରି କି ଓଜେଇ ଚେୟାରମ୍ୟାନ ଆୟୁଷ ନିର୍ଦ୍ଦେଶକଙ୍କୁ ଦେଇଥିବା ରିପୋର୍ଟକୁ ମଧ୍ୟ ଚାପି ଦିଆଯାଇଛି। ଧରିତ୍ରୀକୁ ମିଳିଥିବା ତଥ୍ୟ ଅନୁସାରେ ଗତ ଜୁନ ୨୭ ରେ ଓଜେଇ ଏହାର ରିପୋର୍ଟ ଆୟୁଷ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛି, ଯେଉଁଥିରେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ନାମଲେଖାରେ ଅନିୟମିତତା ହୋଇଥିବା ସ୍ପଷ୍ଟ ହେଉଛି। ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ଘଟଣାରେ ୫ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏଠାରେ ସବୁ ପ୍ରମାଣ ମିଳିବା ପରେ ମଧ୍ୟ କାୈଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଜିଏଏମ୍‌ କଲେଜରେ ଡାକ୍ତରୀପାଠ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନକଲି ନିଟ୍‌ ଆପ୍ଲିକେଶନ ନମ୍ବର, ର଼୍ୟାଙ୍କ କାର୍ଡ ଏବଂ ଓଜେଇ ଆଲଟମେଣ୍ଟ ଲେଟର, କଲେଜ ଲିଭିଂ ସାର୍ଟିଫିକେଟ(ସିଏଲ୍‌ସି) ଓ ମାଇଗ୍ରେଶନ ସାର୍ଟିଫିକେଟ, କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ବ୍ୟବସ୍ଥା କରାଯାଇ ବେଆଇନଭାବେ ଛାତ୍ରୀଛାତ୍ରଙ୍କୁ ନାମଲେଖା ସୁଯୋଗ ଦିଆଯାଇଛି ବୋଲି ଓଜେଇ ରିପୋର୍ଟରୁ ଜଣାପଡ଼ିଛି। ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କଠାରୁ ରାଜ୍ୟ ଆୟୁଷ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମ୍ପୃକ୍ତି ରହିଛି। ଏଥିସହିତ ୨୦୧୬ ନାମଲେଖା ପଛରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିବା ପରେ ଏହି ଘଟଣାକୁ ଚାପି ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା କୁହାଯାଉଛି। କାହା ଇଙ୍ଗିତରେ ଏହି ବେଆଇନ ନାମଲେଖାକୁ ପ୍ରଶ୍ରୟ ଦିଆଯାଇଛି ଏବଂ କେଉଁମାନଙ୍କ ଏଥିରେ ସମ୍ପୃକ୍ତି ରହିଛି। ତାହାର ଖୋଳତାଡ଼ କରାଗଲେ ବହୁ ଗୁମର ତଥ୍ୟ ପଦାକୁ ଆସିପାରିବ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାର ତଦନ୍ତ ପାଇଁ ଗତ ଅକ୍ଟୋବର ୫ରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଏବଂ ୧୦ତାରିଖରେ ଭୁବନେଶ୍ୱର ଦୁର୍ନୀତି ନିବାରଣ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଗୋପବନ୍ଧୁ ଆର୍ୟୁବେଦ କଲେଜରେ ୨୦୧୬-୧୭, ୨୦୧୭-୧୮ ଏବଂ ୨୦୨୦-୨୧ ବ୍ୟାଚରେ ବିନା ଯୋଗ୍ୟତାରେ ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ସେମାନଙ୍କୁ ପାଠପଢ଼ା ସୁଯୋଗ ଦିଆଯାଇଛି। ୨୦୧୬ରେ ବିନା ଏନ୍‌ଇଇଟିଧାରୀ ଜଣେ ଛାତ୍ରୀ ପାସ୍‌ କରିଥିବାବେଳେ ୨୦୧୭ରେ ନାମ ଲେଖାଇଥିବା ଦୁଇଜଣ ଗତ ଜୁଲାଇ ମାସରେ ହାଉସ ସର୍ଜନ କାର୍ଯ୍ୟ ସାରି ସାର୍ଟିଫିକେଟ ହାସଲ କରିଛନ୍ତି। ୨୦୨୦-୨୧ରେ ନାମ ଲେଖାଇଥିବା ଦୁଇ ଜଣ ଛାତ୍ରୀଛାତ୍ରଙ୍କୁ କଲେଜ ନୋଟିସ ଦେଇ ବାହାର କରିଦେଇଥିବା ଖୋଦ୍‌ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରା ଗଣମାଧ୍ୟମ ଆଗରେ ସ୍ବୀକାର କରିଥିବାବେଳେ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏସମ୍ପର୍କରେ ପୂର୍ବରୁ ଧରିତ୍ରୀରେ ପ୍ରକାଶିତ ଖବର ଉପରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ନ୍ୟାଶନାଲ କମିଶନ ଫର ଇଣ୍ଡିଆନ ସିଷ୍ଟମ ଅଫ ମେଡିସିନି(ଏନ୍‌ସିଆଇଏସ୍‌ଏମ୍‌) କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ତେବେ ଏହା ସତ୍ତ୍ୱେ ବିଭାଗୀୟ ଶୀଥିଳତା ନେଇ ଗତ ଜୁଲାଇ ମାସରେ ତଥ୍ୟ ସମ୍ବଳିତ ଏକ ଅଭିଯୋଗ ଫର୍ଦ୍ଦ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ନିକଟରେ ଦାଖଲ ହୋଇଥିଲା। ଏହି ଅଭିଯୋଗକୁ ୩ ମାସ ବିତିଯାଇଥିବା ସତ୍ୱେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?