Posted inରାଜ୍ୟ

ଭର୍ଚୁଆଲ ଟୁର୍‌ରେ ନିୟମଗିରିର ଡଙ୍ଗରିଆ କନ୍ଧ

ଭୁବନେଶ୍ୱର, ୧୧।୭ (ବ୍ୟୁରୋ): ଓଡ଼ିଶାର ଜନଜାତିଙ୍କ ମଧ୍ୟରେ ଡଙ୍ଗରିଆ କନ୍ଧ ହେଉଛନ୍ତି ଅନ୍ୟତମ। ଏମାନେ ସାଧାରଣତଃ ରାୟଗଡ଼ାର ପୂର୍ବଘାଟ ଅଞ୍ଚଳରେ ବସବାସ କରନ୍ତି। ସୂଚୀଶିଳ୍ପ, କାଠଖୋଦେଇ, ଚିତ୍ର ଅଙ୍କନ, ପାନିଆ ତିଆରି ହେଉଛି ଏମାନଙ୍କ ମୁଖ୍ୟ ପେସା।   ବୃହତ୍‌ କନ୍ଧ ଜନଜାତିଙ୍କର ଏକ ଅଂଶ ବିଶେଷ ହେଉଛନ୍ତି ନିୟମଗିରିର ଡଙ୍ଗରିଆ କନ୍ଧ। ଏମାନେ ପୋଡ଼ୁଚାଷ କରୁଥିବାବେଳେ ଉଦ୍ୟାନକୃଷିରେ ମଧ୍ୟ ଦକ୍ଷ। ହଳଦୀ, ସପୁରି ଓ କଦଳୀ ଚାଷ ନିମନ୍ତେ ଡଙ୍ଗରିଆ କନ୍ଧ ଜନଜାତି ପ୍ରସିଦ୍ଧି ଲାଭ କରିଛନ୍ତି। ଝରଣା କୂଳରେ ରହୁଥିବାରୁ ସେମାନେ ନିଜକୁ ‘ଝରଣିଆ’ ବୋଲି ମଧ୍ୟ କହିଥାନ୍ତି।

ନିୟମଗିରି ପର୍ବତର କିମ୍ବଦନ୍ତୀ ନିୟମରାଜାଙ୍କ ବଂଶଧର ଭାବେ ଡଙ୍ଗରିଆ କନ୍ଧମାନେ ନିଜକୁ ଅଭିହିତ କରିଥାନ୍ତି। ଦ୍ରାବିଡ଼ ଭାଷା ‘କୁଭି’ ହେଉଛି ଏମାନଙ୍କର କଥିତ ଭାଷା । ଧରିତ୍ରୀ ଦେବୀ ବା ଧରଣୀ ପେନୁ ହେଉଛନ୍ତି ଏମାନଙ୍କର ଆରାଧ୍ୟ ଦେବୀ। ଗାଁ ରାସ୍ତାର ମଧ୍ୟଭାଗରେ ପୂଜା ପାଉଥିବା ଧରଣୀ ପେନୁଙ୍କୁ ପ୍ରସନ୍ନ କରିବା ପାଇଁ ଡଙ୍ଗରିଆ କନ୍ଧମାନେ ମେରିଆ ବା କେଡ଼ୁ ଉତ୍ସବ ପାଳନ କରିଥାନ୍ତି। ଏହି ସମ୍ପ୍ରଦାୟର ପୁରୁଷ ଓ ମହିଳା ଲମ୍ବା କେଶ ରଖିଥାନ୍ତି। କାନ ଓ ନାକକୁ ଆଭୂଷଣରେ ସଜାଇଥାନ୍ତି। ସୂଚୀଶିଳ୍ପରେ ରଙ୍ଗୀନ ଶାଲ୍‌ ସିଲେଇ କରନ୍ତି। ଏହାକୁ ‘କପଡ଼ା ଗଣ୍ଡା’ କୁହାଯାଏ । ନିୟମଗିରିର ଏହି ଡଙ୍ଗରିଆ କନ୍ଧଙ୍କ ସାମାଜିକ ଚଳଣୀ, ପରମ୍ପରା ଓ ଜୀବିକା ସମ୍ପର୍କରେ ଅଧିକ ଜାଣିବାକୁ ଦର୍ଶକମାନେ ରବିବାର ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, scstrti ଖୋଲି ସେମାନଙ୍କ ବିଷୟରେ ଜାଣି ପାରିବେ।

କରୋନା ପାଇଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକଙ୍କ ନିମନ୍ତେ ବନ୍ଦ ରହିଛି। ତେଣୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ପ୍ରତି ରବିବାର ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଉଛି ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶକ ପ୍ରଫେସର ଡ.ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ବିଜୟ ମହାନ୍ତି ଗୁରୁତର: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ବରିଷ୍ଠ ଓଲିଉଡ୍‌ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୃଦ୍‌ଘାତ...

ତୃତୀୟ ସାମ୍ମୁଖ୍ୟ ‘ଯିବେ ନ ଯିବେ’

ଭୁବନେଶ୍ବର, ୧୫ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଦାପି ନିଜ ଆଭିମୁଖ୍ୟ ବଦଳାଇବେ ନାହିଁ। ମନ୍ମଥ ନାଥ ଦାସଙ୍କ ଭଳି ଜଣେ ବିଶିଷ୍ଟ ଐତିହାସିକଙ୍କୁ ରାଜ୍ୟ ସଭା...

ପୁଣି ଏନ୍‌ଜିଟିରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ପୁଣି ବିବାଦ ଘେରରୁ ଆସିଛି ଜିଲା ପ୍ରଶାସନ। ମାସକ ପୂର୍ବରୁ...

ଗଡ଼ିଲା ନନ୍ଦିଘୋଷ, ଗହଳି ଲଗାଇ ଆସୁଛନ୍ତି ‘ସାଆନ୍ତେ’

ପୁରୀ ଅଫିସ,୪।୭: ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’, ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ଗଡ଼ିବା ପରେ ଗଡ଼ିଛି କାଳିଆ ସାଆନ୍ତଙ୍କ ‘ନନ୍ଦିଘୋଷ। ଘଣ୍ଟ, କାହାଳୀ,...

ଉଚ୍ଛେଦ, ବାର୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ ସିଲ୍‌

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ରାଜଧାନୀରେ ଜବରଦଖଲ ଉଚ୍ଛେଦ ସହିତ ପରିମଳ ବ୍ୟବସ୍ଥା ନେଇ ଯାଞ୍ଚ ଓ ପଦକ୍ଷେପକୁ ଜୋରଦାର କରାଯାଉଛି। ଦୋକାନ ହେଉ କି ହୋଟେଲ, ସ୍ବଚ୍ଛତା...

‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି ତେଜିଲା: ଆର୍‌ଆଇ ଅଫିସ୍‌ ସମ୍ମୁଖରେ ଭାଜପାର ଆନ୍ଦୋଳନ

ରୂପ୍‌ସା, ୧୯।୧୧(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆର୍‌ଆଇ ଅଫିସ ସମ୍ମୁଖରେ ଭାଜପା ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ କରାଯାଇଛି। କସିପଦା, ରୂପ୍‌ସା, ଆଙ୍କୋ ପଞ୍ଚାୟତରେ ‘ବୁଲ୍‌ବୁଲ୍‌’...

ପୂର୍ବାଞ୍ଚଳ ବିମାନବନ୍ଦରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ପକ୍ଷରୁ ବୁଧବାର ପୂର୍ବ ଭାରତରେ ଥିବା ବିମାନବନ୍ଦରଗୁଡ଼ିକର ଆଞ୍ଚଳିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ବିମାନବନ୍ଦର ସମ୍ମିଳନୀ...

ବଡ଼କୁ ଛାଡ଼ି ଛୋଟଙ୍କୁ ଧରୁଛନ୍ତି ସରକାର: ଭାଜପା

ଭୁବନେଶ୍ୱର,୧ା୧(ବ୍ୟୁରୋ):୨୦ବର୍ଷ ଧରି ସରକାର ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦେଇ ଚାଲିଛନ୍ତି ା ଏବେ କେବଳ ବାହା ବାହା ନେବା ପାଇଁ ସମ୍ପତ୍ତି ତାଲିକା...

Advertisement
Archives

Model This Week