Posted inଜାତୀୟ

ନୀତିଶଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୧୭ ମନ୍ତ୍ରୀ ନେଲେ ଶପଥ

ପାଟନା,୯।୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ମଙ୍ଗଳବାର ୧୭ ଜଣ ମନ୍ତ୍ରୀ ନୀତିଶଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି। ସେଥିମଧ୍ୟରେ ଭାଜପାର ୯ ଜଣ ମନ୍ତ୍ରୀ ହୋଇଛନ୍ତି। ଅପରପକ୍ଷରେ ଜେଡ଼ିୟୁର ୮ ଜଣ ମନ୍ତ୍ରୀଭାବେ ରାଜଭବନର ରାଜେନ୍ଦ୍ର ମଣ୍ଡପରେ ଶପଥ ପାଠ କରିଛନ୍ତି। ମନ୍ତ୍ରିମଣ୍ଡଳରେ ଶାହାନଓ୍ବାଜ୍‌ ହୁସେନ୍‌ ଏବଂ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭାଇ ନୀରଜ କୁମାର ବବଲୁଙ୍କୁ ସାମିଲ କରାଯାଇଛି। ନୂଆ ମନ୍ତ୍ରୀଙ୍କୁ ମିଶାଇ ନୀତିଶଙ୍କ କ୍ୟାବିନେଟ୍‌ ଏବେ ୩୦ରେ ପହଞ୍ଚିଛି। ପୂର୍ବରୁ ନୀତିଶ ୨୦୨୦ ନଭେମ୍ବର ୧୬ରେ ୧୪ ଜଣ ମନ୍ତ୍ରୀଙ୍କ ସହିତ ଶପଥ ନେଇଥିଲେ। ତେବେ ପରେ ମନ୍ତ୍ରୀ ମୋଓ୍ବାଲାଲ ଚୌଧୁରୀ ଇସ୍ତଫା ଦେଇଥିଲେ। ଭାଜପାର ନୀତିନ ନବୀନ, ସମ୍ରାଟ୍‌ ଚୌଧୁରୀ, ସୁଭାଷ ସିଂ, ନାରାୟଣ ପ୍ରସାଦ, ଆଲୋକ ରଞ୍ଜନ ଝା, ପ୍ରମୋଦ କୁମାର ଏବଂ ଜନକ ରାମ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଛନ୍ତି। ସେହିପରି ଜେଡ଼ିୟୁର ଲେସି ସିଂ, ଜମା ଖାଁ, ଜୟନ୍ତ ରାଜ, ମଦନ ସହନି, ଶ୍ରବଣ କୁମାର, ସଞ୍ଜୟ ଝା, ସୁନୀଲ କୁମାର ଏବଂ ନିର୍ଦ୍ଦଳୀୟ ସୁମିତ ସିଂଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ମାସକରେ ୨,୬୭୧ ଶିଶୁ କରୋନାରେ ଆକ୍ରାନ୍ତ…

ଡେରାଡୁନ୍‌,୧୭।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ଥିବା ନେଇ ବିଶେଷଜ୍ଞଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।...

କେଜରିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୧ ।୯: କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଭୋଟରଙ୍କୁ ଆକୃଷ୍ଟ...

ଦିଲ୍ଲୀରେ ଏସ୍‌ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍‌

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ...

ଇନ୍‌ଫୋସିସ୍‌ ସିଇଓଙ୍କୁ ସମନ

ନୂଆଦିଲ୍ଲୀ,୨୨।୮: ଆୟ ବିଭାଗର ନୂତନ ଇ-ଫାଇଲିଂ ପୋର୍ଟାଲରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ରବିବାର ଅର୍ଥ ମନ୍ତ୍ରଣାଳୟ କଡା ପ୍ରଦର୍ଶନ କରିଛି। ଏହି ପୋର୍ଟାଲ ସୃଷ୍ଟି...

ବିଚାରପତିଙ୍କୁ ହତ୍ୟା, ସିଜେଆଇ ଦେଲେ ଆଶ୍ୱାସନା…

ଧାନବାଦ,୨୯।୭: : ଝାଡ଼ଖଣ୍ଡରେ ଅଟୋ ଧକ୍କା କରି ଅତିରିକ୍ତ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ସୁପ୍ରିମ୍‌କୋର୍ଟରେ ଉଦ୍‌ବେଗ ପ୍ରକାଶ ପାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନ...

ଗରିବଙ୍କୁ ସହାୟତାରେ ଆଦିତ୍ୟନାଥଙ୍କ ରେକର୍ଡ

ଲକ୍ଷ୍ନୌ,୩।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଗରିବଙ୍କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ଆଦିତ୍ୟନାଥ...

ଦୁଇ ଡୋଜ୍‌ ଟିକା ନେଇ ବି ଡେଲ୍‌ଟା ପ୍ଲସ ଭାରିଆଣ୍ଟର ଶିକାର: ଆସିଲା ପ୍ରଥମ ମୃତ୍ୟୁର ରିପୋର୍ଟ

ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ମୁମ୍ବାଇରେ ଡେଲଟା ପ୍ଲସ ଭାରିଆଣ୍ଟ କାରଣରୁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଜୁଲାଇ ମାସରେ ମୁମ୍ବାଇର ଘାଟକୋପରରେ ଜଣେ ୬୩ ବର୍ଷୀୟା...

ଖବରଦାତାଙ୍କୁ ମାଡ଼ମାରି ଜିଆର୍‌ପି କର୍ମଚାରୀ ନିଲମ୍ବିତ: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୧୨।୬: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସ୍ଥାନୀୟ ଶାମଲୀ ଅଞ୍ଚଳରେ ଥିବା ରେଳଷ୍ଟେଶନ୍‌ରେ ଜଣେ ଖବରଦାତାଙ୍କୁ ଜିଆରପି ପୋଲିସ ମାଡ଼ ମାରିବା ସହିତ...

Advertisement


Archives

Model This Week