Posted inଜାତୀୟ

ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପରେ ମୁହଁ ଖୋଲିଲେ ନୀତୀଶ-ତେଜସ୍ବୀ…

ପାଟନା, ୧୮।୮ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାର ଲଗାତାର ସଙ୍କଟରେ ପଡ଼ିବାରେ ଲାଗିଛନ୍ତି। ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂଙ୍କ ପରେ ବର୍ତ୍ତମାନ କୃଷି ମନ୍ତ୍ରୀ ସୁଧାକର ସିଂ ମଧ୍ୟ ବିବାଦକୁ ଆସିଛନ୍ତି। ୨୦୧୩ରେ ସୁଧାକର ସିଂ କୋଟି କୋଟି ଟଙ୍କାର ଚାଉଳ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତି ମାମଲାର ଅଭିଯୋଗ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର କରିଥିଲେ। ତେବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି ସୁଧାକର ସିଂ କହିଛନ୍ତି।

ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସେ ଗୁରୁବାର କହିଛନ୍ତି ଯେ ଏହି ଅଭିଯୋଗ ସତ୍ୟ ନୁହେଁ। କୋର୍ଟ ଏହା ଉପରେ ନିଷ୍ପତ୍ତି ନେବେ। ବର୍ତ୍ତମାନ ପର୍ଯ୍ୟନ୍ତ ଶୁଣାଣି ଆମ ସପକ୍ଷରେ ଅଛି। ଏହି ମାମଲାରେ ସରକାରଙ୍କୁ ତାଗିଦ କରାଯାଇଛି ବୋଲି ହାଇକୋର୍ଟ କହିଛନ୍ତି। ଚାଉଳ ମିଲଗୁଡିକ ପ୍ରକ୍ରିୟାକରଣ ପାଇଁ ପାଇଥିବା ଚାଉଳକୁ ଫେରାଇ ଆଣିବା ସରକାରଙ୍କ କର୍ତ୍ତବ୍ୟ ବୋଲି କୋର୍ଟ କହିଛନ୍ତି। ଏହା ଚାଉଳକୁ ଫେରାଇ ନ ନେଇ ସରକାରଙ୍କ ଅବହେଳା

କୃଷି ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଏହି ମାମଲା ପଞ୍ଜୀକୃତ ହୋଇଥିଲା, ସେତେବେଳେ ବିହାରରେ  ଭାଜପା ମେଣ୍ଟ ସରକାର ଥିଲା। ଭାଜପା ଲୋକମାନେ କାଗଜପତ୍ର ନ ଦେଖି  ମିଥ୍ୟା ପ୍ରଚାର କରୁଛନ୍ତି।

ନୀତୀଶ କ୍ୟାବିନେଟରେ ଆଇନ ମନ୍ତ୍ରୀ କାର୍ତ୍ତିକେୟ କୁମାର ସିଂ ମଧ୍ୟ ବିବାଦ ମଧ୍ୟରେ ଅଛନ୍ତି। ଅଭିଯୋଗ ହୋଇଛି ଯେ ଅପହରଣ ମାମଲାରେ ତାଙ୍କୁ ଅଗଷ୍ଟ ୧୬ ରେ କୋର୍ଟରେ ଆତ୍ମସମର୍ପଣ କରିବାକୁ ପଡୁଥିଲା, କିନ୍ତୁ କୋର୍ଟକୁ ଯିବା ପରିବର୍ତ୍ତେ ସେ ଶପଥ ଗ୍ରହଣ କରିଥିଲେ। ତାଙ୍କ ବିରୋଧରେ ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା।

ମନ୍ତ୍ରୀଙ୍କ ଉପରେ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ନୀତୀଶ ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମୁହଁ ଖୋଲିଛନ୍ତି।

କେବଳ ଏତିକି ନୁହେଁ, ନୀତୀଶ କୁମାରଙ୍କ ବିଧାୟକ ବିମା ଭାରତୀ ଏକ ବିଦ୍ରୋହୀ ସ୍ବର ଗ୍ରହଣ କରିଛନ୍ତି। ମନ୍ତ୍ରୀପଦ ନ ପାଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିମା ଭାରତୀଙ୍କ ଅସନ୍ତୋଷର ଉତ୍ତରରେ ନୀତୀଶ କୁମାର କହିଛନ୍ତି ଯେ ମୁଁ ୨୦୧୪ ଏବଂ ୨୦୧୯ ସୁଯୋଗ ଦେଇଥିଲି। ଦଳର ସମସ୍ତ ଲୋକ ମନ୍ତ୍ରୀ ହେବା ସମ୍ଭବ ନୁହେଁ। ମୁଁ ପଚାରୁଛି ଦଳରେ କିଏ ଏହିପରି କହିବାକୁ ଉସୁକାଉଛି? ଲେଶି ସିଂଙ୍କୁ ଯାହା ଦିଆଯାଇଛି ତାହା ସମ୍ପୂର୍ଣ୍ଣ ଠିକ । ଯଦି ଦଳର କେହି ଏପରି ବିବୃତ୍ତି ଦିଅନ୍ତି, ତେବେ ଏହାକୁ ପ୍ରଥମେ ବ୍ୟାଖ୍ୟା କରାଯାଇ ପ୍ରଶ୍ନ କରାଯିବ। କିନ୍ତୁ ଯଦି କାହାର ମନ ଏପଟ ସେପଟ ହେଉଛି, ତେବେ ସେମାନେ ନିଜ ପାଇଁ ଚିନ୍ତା କରିବା ଉଚିତ। କେହି ଜଣେ ନିଶ୍ଚିତ ଭାବରେ ବିମା ଭାରତୀଙ୍କୁ ଉସୁକାଉଛି, ସେଥିପାଇଁ ସେ ଏପରି ବିବୃତ୍ତି ଦେଉଛନ୍ତି ବୋଲି କାହାର  ନାମ ନନେଇ ନୀତୀଶ ଭାଜପା ଉଦ୍ଦେଶ୍ୟରେ ଏଭଳି କହିଛନ୍ତି।

ବିହାରରେ ଜଙ୍ଗଲ ରାଜ ଆରମ୍ଭ ନେଇ ଭାଜପାର ସମାଲୋଚନା ନେଇ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି ଯେ ଆମକୁ ବଦନାମ କରିବା ବ୍ୟତୀତ ଏହି ଦଳର ଅନ୍ୟ କୌଣସି କାମ ନାହିଁ। ଯେଉଁ ଦିନଠାରୁ ଆମେ ରାଜ୍ୟର ଯୁବବର୍ଗଙ୍କୁ ୧୦ ଲକ୍ଷ ଚାକିରି ଦେବାକୁ ଘୋଷଣା କରିଛୁ, ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରପକ୍ଷରେ କାର୍ତ୍ତିକେୟ ସିଂ ଏବଂ ସୁଧାକର ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ଦେଇ ତେଜସ୍ବୀ କହିଛନ୍ତି ଯେ ଭାଜପା ଭିତ୍ତିହୀନ ଅଭିଯୋଗ କରୁଛି। ଦୁଇ ମନ୍ତ୍ରୀ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?