Posted inଜାତୀୟ

ନୀତୀଶ କହୁ କହୁ ତେଜସ୍ବୀଙ୍କୁ କହିଲେ ମୁଖ୍ୟମନ୍ତ୍ରୀ, ଏହା ଭୁଲ ନା ଭବିଷ୍ୟତର ସଙ୍କେତ ନେଇ ଚର୍ଚ୍ଚା…

ପାଟନା, ୨୮।୯ : ବିହାରରେ ଯେତେବେଳେ ନୀତୀଶ କୁମାର ଭାଜପା ଛାଡି ଆରଜେଡି ସହିତ ମେଣ୍ଟ କରିଥିଲେ ସେତେବେଳେ ସେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଚେୟାରକୁ ତେଜସ୍ବୀ ଯାଦବଙ୍କୁ ହସ୍ତାନ୍ତର କରିବେ ବୋଲି ଆଲୋଚନା ହୋଇଥିଲା। ଏହା ପଛର କାରଣ ଦିଆଯାଇଥିଲା ଯେ ରିଭର୍ସାଲର ବିଶେଷଜ୍ଞ ଖେଳାଳି ନୀତୀଶ କୁମାର ବର୍ତ୍ତମାନ କେନ୍ଦ୍ରୀୟ ରାଜନୀତିରେ ସକ୍ରିୟ ରହିବେ। ତେବେ ଆରଜେଡି ସହ ମେଣ୍ଟ କରିବା ପରେ ମଧ୍ୟ ନୀତୀଶ କୁମାର ଶପଥ ଗ୍ରହଣ କରିଥିଲେ ଏବଂ ତେଜସ୍ବୀ ଯାଦବ ଏହି ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ସତ୍ତ୍ୱେ କଳ୍ପନା ଜଳ୍ପନାର ଅନ୍ତ ଘଟି ନଥିଲା।

ବର୍ତ୍ତମାନ ନୀତୀଶ ଧୀରେ ଧୀରେ କେନ୍ଦ୍ରୀୟ ରାଜନୀତି ପାଇଁ ଧନୁରେ ତୀର ଯୋଡୁଛନ୍ତି। ଏହା ପୁଣି ଏବେ ଚର୍ଚ୍ଚା ହେଉଛି ଯେ ଯଦି ନୀତୀଶ କୁମାର ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି, ତେବେ ବିହାରର ମୁଖ୍ୟମନ୍ତ୍ରୀ ଚେୟାର କିଏ ପାଇବେ? ଏଥିରେ ତେଜସ୍ବୀ ଯାଦବଙ୍କ ନାମ ଏବେ ମଧ୍ୟ ଆଗରେ ରହିଛି। ନୀତୀଶ କୁମାର ମଧ୍ୟ ଏହା ସୂଚିତ କରି ଏହାର ସଙ୍କେତ ଦେଇଛନ୍ତି।

ବାସ୍ତବରେ ନୀତୀଶ କୁମାର ମଙ୍ଗଳବାର ପାଟନାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ନୂତନ ଭାବେ ନିଯୁକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ମତ୍ସ୍ୟ ବିକାଶ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି ସମୟରେ ସେ ମଞ୍ଚରେ ଉପସ୍ଥିତ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ସମ୍ବୋଧିତ କରିଥିଲେ। ଏହା ଶୁଣି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ନୀତୀଶ କୁମାରଙ୍କୁ ଦେଖିବା ଆରମ୍ଭ କରିଥିଲେ। ଏହା ଭୁଲ ନା ଭବିଷ୍ୟତର ସଙ୍କେତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ଯଦିଓ ଏହା କେବଳ ସ୍ଲିପ ଅଫ୍‌ ଟଙ୍ଗ ହେତୁ ହୋଇଥାଇପାରେ। କିନ୍ତୁ ଯେତେବେଳେ ରାଜନୀତିର ଜଣେ ଭଲ ଖେଳାଳି ନୀତୀଶ କୁମାରଙ୍କ କଥା ଆସେ, ସେତେବେଳେ ଏନେଇ ଆଲୋଚନା ହେବା ସ୍ବାଭାବିକ।

ଯଦି ଆମେ ଗତ କିଛି ମାସର ରାଜନୈତିକ ସ୍ଥିତିକୁ ଦେଖିବା, ନୀତୀଶ କୁମାର ଦିଲ୍ଲୀ ରାଜନୀତିରେ ବହୁତ ସକ୍ରିୟ ହୋଇପାରିଛନ୍ତି। ସେବେଠାରୁ ତାଙ୍କ ୨୦୨୪ରେ ବିରୋଧୀଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଦେଖାଯାଉଛି। ବର୍ତ୍ତମାନ ଯଦିଓ ନୀତୀଶ କୁମାର ଏ ବିଷୟରେ ଖୋଲାଖୋଲି ଭାବେ କହୁ ନାହାଁନ୍ତି, କିନ୍ତୁ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ଦେଖି ତାଙ୍କ ମନରେ ଅନେକ କିଛି ଚାଲିଥିବାର ଜଣାପଡୁଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?