Posted inଜାତୀୟ

ନୀତୀଶ କହୁ କହୁ ତେଜସ୍ବୀଙ୍କୁ କହିଲେ ମୁଖ୍ୟମନ୍ତ୍ରୀ, ଏହା ଭୁଲ ନା ଭବିଷ୍ୟତର ସଙ୍କେତ ନେଇ ଚର୍ଚ୍ଚା…

ପାଟନା, ୨୮।୯ : ବିହାରରେ ଯେତେବେଳେ ନୀତୀଶ କୁମାର ଭାଜପା ଛାଡି ଆରଜେଡି ସହିତ ମେଣ୍ଟ କରିଥିଲେ ସେତେବେଳେ ସେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଚେୟାରକୁ ତେଜସ୍ବୀ ଯାଦବଙ୍କୁ ହସ୍ତାନ୍ତର କରିବେ ବୋଲି ଆଲୋଚନା ହୋଇଥିଲା। ଏହା ପଛର କାରଣ ଦିଆଯାଇଥିଲା ଯେ ରିଭର୍ସାଲର ବିଶେଷଜ୍ଞ ଖେଳାଳି ନୀତୀଶ କୁମାର ବର୍ତ୍ତମାନ କେନ୍ଦ୍ରୀୟ ରାଜନୀତିରେ ସକ୍ରିୟ ରହିବେ। ତେବେ ଆରଜେଡି ସହ ମେଣ୍ଟ କରିବା ପରେ ମଧ୍ୟ ନୀତୀଶ କୁମାର ଶପଥ ଗ୍ରହଣ କରିଥିଲେ ଏବଂ ତେଜସ୍ବୀ ଯାଦବ ଏହି ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ସତ୍ତ୍ୱେ କଳ୍ପନା ଜଳ୍ପନାର ଅନ୍ତ ଘଟି ନଥିଲା।

ବର୍ତ୍ତମାନ ନୀତୀଶ ଧୀରେ ଧୀରେ କେନ୍ଦ୍ରୀୟ ରାଜନୀତି ପାଇଁ ଧନୁରେ ତୀର ଯୋଡୁଛନ୍ତି। ଏହା ପୁଣି ଏବେ ଚର୍ଚ୍ଚା ହେଉଛି ଯେ ଯଦି ନୀତୀଶ କୁମାର ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି, ତେବେ ବିହାରର ମୁଖ୍ୟମନ୍ତ୍ରୀ ଚେୟାର କିଏ ପାଇବେ? ଏଥିରେ ତେଜସ୍ବୀ ଯାଦବଙ୍କ ନାମ ଏବେ ମଧ୍ୟ ଆଗରେ ରହିଛି। ନୀତୀଶ କୁମାର ମଧ୍ୟ ଏହା ସୂଚିତ କରି ଏହାର ସଙ୍କେତ ଦେଇଛନ୍ତି।

ବାସ୍ତବରେ ନୀତୀଶ କୁମାର ମଙ୍ଗଳବାର ପାଟନାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ନୂତନ ଭାବେ ନିଯୁକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ମତ୍ସ୍ୟ ବିକାଶ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି ସମୟରେ ସେ ମଞ୍ଚରେ ଉପସ୍ଥିତ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ସମ୍ବୋଧିତ କରିଥିଲେ। ଏହା ଶୁଣି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ନୀତୀଶ କୁମାରଙ୍କୁ ଦେଖିବା ଆରମ୍ଭ କରିଥିଲେ। ଏହା ଭୁଲ ନା ଭବିଷ୍ୟତର ସଙ୍କେତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ଯଦିଓ ଏହା କେବଳ ସ୍ଲିପ ଅଫ୍‌ ଟଙ୍ଗ ହେତୁ ହୋଇଥାଇପାରେ। କିନ୍ତୁ ଯେତେବେଳେ ରାଜନୀତିର ଜଣେ ଭଲ ଖେଳାଳି ନୀତୀଶ କୁମାରଙ୍କ କଥା ଆସେ, ସେତେବେଳେ ଏନେଇ ଆଲୋଚନା ହେବା ସ୍ବାଭାବିକ।

ଯଦି ଆମେ ଗତ କିଛି ମାସର ରାଜନୈତିକ ସ୍ଥିତିକୁ ଦେଖିବା, ନୀତୀଶ କୁମାର ଦିଲ୍ଲୀ ରାଜନୀତିରେ ବହୁତ ସକ୍ରିୟ ହୋଇପାରିଛନ୍ତି। ସେବେଠାରୁ ତାଙ୍କ ୨୦୨୪ରେ ବିରୋଧୀଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଦେଖାଯାଉଛି। ବର୍ତ୍ତମାନ ଯଦିଓ ନୀତୀଶ କୁମାର ଏ ବିଷୟରେ ଖୋଲାଖୋଲି ଭାବେ କହୁ ନାହାଁନ୍ତି, କିନ୍ତୁ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ଦେଖି ତାଙ୍କ ମନରେ ଅନେକ କିଛି ଚାଲିଥିବାର ଜଣାପଡୁଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିକି ହତ୍ୟା ମାମଲା: ପୁଣି ବଢିଲା ସାହିଲଙ୍କ ରିମାଣ୍ଡ ଅବଧି

ନୁଆଦିଲ୍ଲୀ,୨୦।୨: ନିକି ଯାଦବଙ୍କ ହତ୍ୟା ମାମଲାରେ କୋର୍ଟ ଅଭିଯୁକ୍ତ ସାହିଲ ଗେହଲୋଟଙ୍କ ରିମାଣ୍ଡକୁ ଆଉ ଦୁଇ ଦିନ ବୃଦ୍ଧି କରିଛନ୍ତି। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷାର ସୂଚୀ

ନୂଆଦିଲ୍ଲୀ,୨।୨- ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବୋର୍ଡ ପରୀକ୍ଷାର ସୂଚୀ। ଆସନ୍ତା ମେ’୪ରୁ ଜୁନ୍‌ ୧୧ ତାରିଖ...

କପି ରୋକିବାକୁ ବିହାରରେ ଜୋତା, ମୋଜା ଉପରେ ଲାଗିଲା କଟକଣା

ପାଟନା,୩।୨: ରାଜ୍ୟରେ ଫେବୃୟାରୀ ୩ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଥର ୧୨.୦୫ଲକ୍ଷ ଛାତ୍ରୀଛାତ୍ର...

ମୋଦିଙ୍କ ରାଲିରେ ୧୨ କୋଟି ଟଙ୍କାର କାର୍‌: ପ୍ରଶ୍ନ ଉଠାଇଲେ ସଞ୍ଜୟ

ମୁମ୍ବାଇ,୩ ।୧: ଉତ୍ତରପ୍ରଦେଶର ମୁରାଦାବାଦରେ ୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ନିଜକୁ ଫକିର ବୋଲି କହିଥିଲେ...

ଦିଲ୍ଲୀବାସୀଙ୍କୁ କେଜ୍‌ରିଓ୍ବାଲ କହିଲେ ‘ଆଇ ଲଭ୍‌ ୟୁ’

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ତୃତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)। ମଙ୍ଗଳବାର...

ମଙ୍କିପକ୍ସ ଟିକା ପ୍ରସ୍ତୁତି ନେଇ ସିରମ-ଭାରତ ବାୟୋଟେକ ମଧ୍ୟରେ ବ୍ୟଗ୍ରତା

ନୂଆଦିଲ୍ଲୀ,୪ ।୮: କରୋନା ଭଳି ଏବେ ମଙ୍କିପକ୍ସ ଟିକାକୁ ନେଇ ଦେଶର ଦୁଇଟି ନାମୀ ଟିକା ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟରେ ବ୍ୟଗ୍ରତା ଦେଖାଦେଇଛି । ଗତଥର...

‘ମହିଳାଙ୍କ ମୁହଁରେ ପରଦା ରହୁ ନ ଥିବାରୁ ବଢୁଛି ବଳାତ୍କାର’

ନୂଆଦିଲ୍ଲୀ,୧୩।୨: ସାରା ଦେଶରେ ଏବେ ହିଜାବ ବିବାଦକୁ ନେଇ ରାଜନୀତି ସରଗରମ ହୋଇଛି। ଅନେକ ନେତା ହିଜାବ ଉପରେ ମନ୍ତବ୍ୟ ଦେଉଥିବାର ଦେଖାଯାଇଛି। ରବିବାର କର୍ନାଟକର...

ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ୍‌ ଡ୍ରେସ୍‌ ରିହର୍ସାଲ

ନୂଆଦିଲ୍ଲୀ,୨୩।୧:ରାଜଧାନୀ ଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗୁରୁବାର ଏଠାରେ ଫୁଲ୍‌ ଡ୍ରେସ୍‌ ରିହର୍ସାଲ କରାଯାଇଛି। ଏଥିପାଇଁ ଦିଲ୍ଲୀର କେତେଗୁଡିଏ ରାସ୍ତାକୁ...

Advertisement
Archives

Model This Week