ବାରବାଟୀରେ ଲିଜେଣ୍ଡ୍ସ ଲଢ଼େଇ

କଟକ, ୨୮।୯(ସ୍ପୋଟର୍‌ସ ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଲିଜେଣ୍ଡ୍ସ ଲିଗର ନବମ ମ୍ୟାଚରେ ଭିଲୱାରା କିଙ୍ଗ୍ସ ୫୭ ରନରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଉଇକେଟ ହରାଇ ୨୨୨ ରନ୍‌ କରିଥିବା ବେଳେ ଗୁଜରାଟ ଜାଏଣ୍ଟ୍ସ ୧୯.୫ ଓଭରରେ ୧୬୫ ରନରେ ସୀମିତ ରହିଥିଲା। ଏଥି ସହିତ ବିଜୟ ଧାରାକୁ ଫେରିଛି ଇରଫାନ ପଠାନଙ୍କ ଭିଲୱାରା କିଙ୍ଗସ୍‌। ଗୁଜରାଟ ଅଧିନାୟକ ବୀରେନ୍ଦ୍ର ସେହ୍ବାଗ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ସେହିପରି ବିସ୍ଫୋରକ ୱେଷ୍ଟଇଣ୍ଡିଜ ଓପନର କ୍ରିସ୍‌ ଗେଲ ଏହି ମ୍ୟାଚରେ ନିଜର ଲିଜେଣ୍ଡ୍ସ ଲିଗ୍‌ ପଦାର୍ପଣ କରିଥିଲେ।
ବାରବାଟୀରେ ଖେଳା ଯାଇଥିବା କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଓପନିଂରେ ଶତକୀୟ ଭାଗୀଦାରି ଦେଖିବାକୁ ମିଳିଥିଲା। କିଙ୍ଗ୍ସ ପକ୍ଷରୁ ଓପନ କରୁଥିବା ଓ୍ବିଲିୟମ ପୋର୍ଟରଫିଲ୍ଡ (୬୪) ଓ ଭାନ୍‌ ୱିକ୍‌ (୫୦) ପ୍ରଥମ ଉଇକେଟରେ ଯୋଡିଥିଲେ ୧୧୭ ରନ୍‌। ପୋର୍ଟରଫିଲ୍ଡ ୩୩ ବଲ ଖେଳି ୧୦ ଚୌକା ଓ ୨ ଛକା ମାରିଥିଲେ। ଏହାର ପରବର୍ତ୍ତୀ ଓଭରରେ ଗ୍ରେମ୍‌ ସ୍ବାନ୍‌ ବିପଜ୍ଜନକ ଭାନ୍‌ ୱିକଙ୍କୁ ଆଉଟ କରିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ଇରଫାନ ପଠାନ ୩ ଛକା ଓ ୧ ଚୌକା ସହିତ ୩୪ ରନ୍‌ କରିଥିଲେ। ଜେସଲ୍‌ କେରିଆ(୪୩) ଓ ୟୁସୁଫ୍‌ ପଠାନ୍‌(୧୪) ଦଳକୁ ୨୦୦ ରନ୍‌ ପାର କରାଇଥିଲେ। ୨୯ ବଲ୍‌ ଖେଳିଥିବା କେରିଆ ୫ ଚୌକା ଓ ୧ ଛକା ମାରିଥିଲେ। ଜାଏଣ୍ଟ୍ସ ଓ ପକ୍ଷରୁ ଅଶୋକ ଦିଣ୍ଡା, ଗ୍ରେମ୍‌ ସ୍ବାନ, ଥିସାରା ପେରେରା ଓ କେ. ପି. ଅପନ୍ନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୨୩ ରନର ଲକ୍ଷ୍ୟ କଷ୍ଟସାଧ୍ୟ ଥିବାରୁ ସେହ୍ବାଗ ଓ ଗେଲଙ୍କ ଠାରୁ ସ୍ଥାନୀୟ ଦର୍ଶକ ବଡ ଇନିଂସ ଆଶା କରୁଥିଲେ। ମାତ୍ର ନିରାଶ ହେବାକୁ ପଡିଥିଲା। ସେହ୍ବାଗ ୨୦ ବଲରୁ ୨୭ ଓ ଗେଲ ୨୦ ବଲରୁ ୧୫ ରନ କରି ଜେସଲ କେରିଆଙ୍କ ଶିକାର ହୋଇଥିଲେ। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ୭୪ ରନରେ ୭ ଉଇକେଟ ହରାଇଥିଲା। ଶେଷ ଆଡକୁ ଯଶପାଲ ଶର୍ମାଙ୍କ ୨୯ ବଲ ୫୭ ରନ ବଳରେ ଦଳ ୧୬୫ ରନରେ ପହଞ୍ଚତ୍ ପାରିଥିଲା। କିଙ୍ଗ୍ସ ପକ୍ଷରୁ ଏସ୍‌.ଶ୍ରୀସନ୍ଥ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଜେସଲ କେରିଆ ଓ ଫିଦେଲ ଏଡୱାଡର୍‌ସ ୨ଟି ଲେଖାଏ ଉଇକେଟ ନେଇଥିଲେ। ପୋର୍ଟରଫିଲ୍ଡ ପ୍ଲେୟର ଅଫ୍‌ ଦ ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଭିଲୱାରା କିଙ୍ଗ୍ସ ୨୦ ଓଭରରେ ୨୨୨/୪ (ପୋର୍ଟରଫିଲ୍ଡ-୬୪, ମର୍ନେ ଭାନ ୱିକ୍‌-୫୦, ଜେସଲ୍‌ କାରିଆ-୪୩, ଇରଫାନ ପଠାନ-୩୪, କେ.ପି. ଅପନ୍ନା-୧/୩୩, ଗ୍ରେମ୍‌ ସ୍ବାନ୍‌-୧/୩୪, ଅଶୋକ ଦିଣ୍ଡା-୧/୩୭, ଥିସାରା ପେରେରା-୧/୫୬ )। ଗୁଜରାଟ ଜାଏଣ୍ଟ୍ସ ୧୯.୪ ଓଭର ୧୬୫/ଅଲ୍‌ଆଉଟ (ଯଶପାଲ ଶର୍ମା-୫୭, ବୀରେନ୍ଦ୍ର ସେହ୍ବାଗ-୨୭, ଏସ୍‌. ଶ୍ରୀସନ୍ଥ-୩/୩୬, ଜେସଲ୍‌ କାରିଆ-୨/୨୨, ଫିଡେଲ ଏଡୱାଡର୍‌ସ-୨/୩୦)।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri