Advertisement
Posted inଜାତୀୟ

କାର୍ଯ୍ୟକ୍ରମ ଚାଲିଥିବାବେଳେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା

ସିଲଗୁଡି,୧୭।୧୧: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁବାର ଏକ କାର୍ଯ୍ୟକ୍ରମ ସମୟରେ ହଠାତ୍‌ ଖରାପ ହୋଇଯାଇଛି। ପଶ୍ଚିମବଙ୍ଗର ସିଲିଗୁଡିରେ ନିତିନ ଗଡକରୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ ଅସୁସ୍ଥ ଅନୁଭବ କରିଥିଲେ। ସୁଗାର ସ୍ତର ହ୍ରାସ ହେତୁ ଏପରି ଘଟିଥିବା ଜଣାପଡିଛି। ଏହା ପରେ ଡାକ୍ତରଖାନାର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା କରିଥିଲେ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧିକାରୀମାନଙ୍କୁ ସମଗ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ କହିଥିଲେ। ଏହା ପରେ ନିତିନ ଗଡକରୀଙ୍କୁ ସେଠାରୁ ଅଣାଯାଇଥିଲା। ସୂଚନାନୁସାରେ, ବର୍ତ୍ତମାନ ସେ ବାରସାନାସ୍ଥିତ ରାଜୁ ବିଷ୍ଟ ବାସଭବନକୁ ଯାଇ ବିଶ୍ରାମ ନେବେ।
ନିତିନ ଗଡକରୀ ସିଲିଗୁଡିସ୍ଥିତ ଏକ ରାସ୍ତାର ମୂଳଦୁଆ ପକାଇବାକୁ ଆସିଥିଲେ। ଦାର୍ଜିଲିଂ ଜଙ୍କସନ ନିକଟ ଦାଗପୁର ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ମଞ୍ଚରେ ଅସୁସ୍ଥ ଅନୁଭବ କରିବାରୁ କାର୍ଯ୍ୟକ୍ରମ ତୁରନ୍ତ ବନ୍ଦ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋରେନ୍‌ ସରକାରଙ୍କୁ ସମାଲୋଚନା

ରାଞ୍ଚି, ୩୦୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ବିଧାନସଭା ସଦସ୍ୟତା ରଦ୍ଦ ହୋଇପାରେ ବୋଲି ଚର୍ଚ୍ଚା ଜାରିଥିବାବେଳେ ନାବାଳିକାଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣାକୁ ନେଇ...

ଦ୍ୱିତୀୟ ଇନିଂସ୍‌ର ଦ୍ୱିତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ଦ୍ୱିତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି। ସରକାର ଦେଶର ସମସ୍ତ...

୨୨ରେ ନାରାୟଣସ୍ବାମୀଙ୍କ ଶକ୍ତିପରୀକ୍ଷା

ପୁଡୁଚେରୀ,୧୯ା୨(ପି.ଟି.)::ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ତେଲଙ୍ଗାନା ଗୁରୁବାର ଉପରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି....

ପୁଣି ୨୫୦ ଟଙ୍କା ବଢିଲା ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୪: ପୁଣି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ଦର ଅନୁସାରେ...

କେରଳ ରାଜ୍ୟପାଳଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ

ଥିରୁଭାନନ୍ତପୁରମ,୧୮ ।୯: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ଶନିବାର ରାତିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତଙ୍କୁ ସାକ୍ଷାତ୍ କରିଛନ୍ତି ।...

ଦୁର୍ଗାଙ୍କୁ କେହି ଜାଣନ୍ତି ନାହିଁ

କୋଲକାତା, ୧୪ା୨: ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାର ଭଗବାନ ରାମଙ୍କଠାରୁ ଆରମ୍ଭ ହୋଇ ଦେବୀ ଦୁର୍ଗା ଓ ମହିଷାସୁର ପ୍ରସଙ୍ଗରେ ପହଞ୍ଚିଛି। ଏ ନେଇ ମୁଖ୍ୟମନ୍ତ୍ରୀ ମମତା...

ଦୋସା ଖାଇ ଟ୍ରୋଲ୍‌ ହେଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୭।୯: ପ୍ରବଳ ବର୍ଷା ଯୋଗୁ ଦେଶର ସିଲିକନ ସିଟି ବେଙ୍ଗାଲୁରୁର ଅବସ୍ଥା ବେହାଲ ହୋଇପଡିଛି। ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଉପୁଜିଛି। ଅନେକ କ୍ୟାମ୍ପସ,...

ମାସ୍କ ନ ପିନ୍ଧି ବିବାହ ଉତ୍ସବରେ ଯୋଗଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଦେବନାଗିରି,୧୫।୬: କର୍ନାଟକର ସ୍ବାସ୍ଥମନ୍ତ୍ରୀ ବି. ଶ୍ରୀରାମମୁଲୁ ଏକ ବିବାହ ଉତ୍ସବରେ ମାସ୍କ ନ ପିନ୍ଧି ଯୋଗଦେଇଥିବା ଦେଖିବାକୁ ମିଳିଛି। ପୂର୍ବତନ ମନ୍ତ୍ରୀ ପରମେଶ୍ୱର ନାଏକଙ୍କ ପୁଅ...

Advertisement
Archives

Model This Week