ନୀତି ବିଳମ୍ବ, ଭକ୍ତ ହଇରାଣ

ପୁରୀ ଅଫିସ, ୫ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶୁକ୍ରବାରଠାରୁ ପବିତ୍ର ପଞ୍ଚକ ଆରମ୍ଭ ହୋଇଛି। ପଞ୍ଚକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ତେବେ ନୀତିକାନ୍ତିରେ ବିଳମ୍ବ ଘଟିବାରୁ ଦର୍ଶନ ନେଇ ଭକ୍ତଙ୍କୁ ହଇରାଣ ହେବାକୁ ପଡ଼ିଛି। ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍‌ ମଧ୍ୟରେ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇଥିବାବେଳେପାନୀୟଜଳ ପାଇଁ ଅନେକେ ଡହଳବିକଳ ହେବା ସହ ପ୍ରବଳ ଭିଡ଼ ଯୋଗୁ ଅଣନିଃଶ୍ୱାସୀ ଅନୁଭବ କରିଥିଲେ। ଏଥିଯୋଗୁ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ନୀତି ନିର୍ଘଣ୍ଟ ଅନୁଯାୟୀ, ଗୁରୁବାର ରାତି ୩ଟାରୁ ଦ୍ୱାରଫିଟା ହେବା ଲାଗି ନିଷ୍ବତ୍ତି ନିଆଯାଇଥିଲା। ତେବେ ଶୁକ୍ରବାର ଭୋର ୫ଟା ୨୫ରେ ଦ୍ୱାରଫିଟା ନୀତି ହୋଇଥିଲା। ମଙ୍ଗଳ ଆଳତି ୪ଟାରେ ହେବାର ଥିଲେ ମଧ୍ୟ ୬ଟା ୫ ମିନିଟ୍‌ରେ ହୋଇଥିଲା। ସେହିପରି ଲକ୍ଷ୍ମୀନାରାୟଣ ବେଶ ଭୋର ୫ଟା ୧୦ରୁ ଆରମ୍ଭ ହୋଇ ସକାଳ ୮ଟାରେ ସରିବାକୁ ଥିବାବେଳେ ତାହା୧୦ଟା ୩୦ରେ ସମ୍ପନ୍ନ କରାଯାଇଥିଲା। ଗୋପାଳ ବଲ୍ଲଭ ୧୧ଟା ୩୦ ଓ ସକାଳ ଧୂପ ଅପରାହ୍ନ ୧ଟା ୧୦ରେ ସରିଥିଲା। ୧ଟା ୫୦ରେ ଭୋଗମଣ୍ଡପ ଉଠିଥିଲା। ଅପରାହ୍ନ ୨ଟା ୩୦ରେ ବାଳଧୂପ ହୋଇଥିଲା। ନୀତିକାନ୍ତିରେ ୨ଘଣ୍ଟା ବିଳମ୍ବ ଯୋଗୁ ଭୋଗ ବିଳମ୍ବରେ ଉଠିଥିଲା। ଫଳରେ ଭକ୍ତ ମହାପ୍ରସାଦ ପାଇବାରେ ବିଳମ୍ବ ଘଟିଥିଲା। ସେହିପରି ଦାରୁଦିଅଙ୍କ ଦର୍ଶନ ଲାଗି ଭକ୍ତମାନଙ୍କୁ ବ୍ୟାରିକେଡ୍‌ ମଧ୍ୟରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିବାକୁ ପଡ଼ିଥିଲା। ପ୍ରବଳ ଭିଡ଼ରେ ଅନେକେ ଅଣନିଃଶ୍ୱାସୀ ଅନୁଭବ କରିଥିଲେ। ଏପରିକି ଅନେକ ଭକ୍ତଙ୍କୁ ପିଇବା ପାଣି ପାଇଁ ହଇରାଣ ହେବାକୁ ପଡ଼ିଥିଲା। ପଞ୍ଚକ ୫ଦିନରେ ମହାପ୍ରଭୁ ପ୍ରତିଦିନ ବିଭିନ୍ନ ବେଶରେ ଦର୍ଶନ ଦେବେ। ଶୁକ୍ରବାର ପଞ୍ଚକର ପ୍ରଥମ ଦିନରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ହୋଇଥିଲା। ଏହି ଦୁର୍ଲଭ ବେଶ ଦର୍ଶନ ଲାଗି ବଡ଼ଦାଣ୍ଡରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏଥିଲାଗି ସେମାନେ ପ୍ରଶାସନର ଦୂରଦୃଷ୍ଟି ଅଭାବକୁ ଦାୟୀ କରିଥିଲେ। ସେହିପରି ଟ୍ରାଫିକ ସମସ୍ୟା ଉପୁଜିବାରୁ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସିଂହଦ୍ୱାର ଥାନା କର୍ମଚାରୀ ଶ୍ରଦ୍ଧାଳଙ୍କୁ ପିଇବା ପାଣି ବଣ୍ଟନ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ପଞ୍ଚୁକ ପୂୂର୍ବରୁ ଭକ୍ତମାନେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ଗତ ୪ରୁ ୮ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କୁ ପଶ୍ଚିମ ଦ୍ୱାରଦେଇ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଭକ୍ତମାନେ ଗୋଟିଏ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ତେଣୁ ଏଭଳି ଭିଡ଼ ପରିସ୍ଥିତି ଉପୁଜୁଛି ବୋଲି କେତେଜଣ ଭକ୍ତ କ୍ଷୋଭର ସହ କହିଛନ୍ତି। ଆଗକୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏଭଳି ଗହଳି ହେବ। ତେଣୁ ଏବେଠାରୁୁ ବ୍ୟବସ୍ଥା ଠିକ୍‌ ଭାବେ ନିୟନ୍ତ୍ରଣ କରିବା ଦରକାର। ଅନ୍ୟପକ୍ଷରେ ଏ ନେଇ ଏସ୍‌ପି କନଓ୍ବର ବିଶାଲ ସିଂ କହିଛନ୍ତି, ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତଙ୍କୁ ପର୍ଯ୍ୟାୟ କ୍ରମେ ମନ୍ଦିରକୁ ଛଡ଼ାଯାଉଛି। ଏହି ସମୟରେ ପ୍ରାୟବୟସ୍କ ଭକ୍ତଙ୍କ ଅଧିକ ସମାଗମ ହୋଇଥାଏ। ତେଣୁ ସେମାନଙ୍କ ସୁବିଧା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri