Posted inଜାତୀୟ

କୋଲିଙ୍କୁ ୧୪ତମ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୦ା୫:ଉତ୍ତର ପ୍ରଦେଶସ୍ଥିତ ନୋଏଡାର ବହୁଚର୍ଚ୍ଚିତ ନିଠାରୀ ମାମଲାରେ ଗୁରୁବାର ଗାଜିଆବାଦର ସ୍ବତନ୍ତ୍ର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଧାରାବାହିକ ଭାବେ ଯୁବତୀମାନଙ୍କୁ ଅପହରଣ ଓ ବଳାତ୍କାର ପରେ ହତ୍ୟା କରିବା ଅଭିଯୋଗରେ ସୁରିନ୍ଦର କୋଲି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୀପିକା ଓରଫ ପାୟଲଙ୍କ ହତ୍ୟା ମାମଲାରେ କୋଲିଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଦଫା ୩୦୨ ବଳରେ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ସେହିପରି କୋଲିଙ୍କ ମାଲିକ ମୋନିନ୍ଦର ସିଂ ପାନ୍ଧେରଙ୍କୁ ବେଆଇନ ଚାଲାଣ ନିରୋଧୀ ଆଇନର ଧାରା ୫ ବଳରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ପୂର୍ବରୁ କୋଲିଙ୍କୁ ମୋଟ ୧୬ ମାମଲା ମଧ୍ୟରୁ ୧୩ଟିରେ ଏବଂ ମୋନିନ୍ଦରଙ୍କୁ ୫ ମାମଲାରୁ ୨ଟିରେ ମୃତ୍ୟୁ ଦଣ୍ଡାଦେଶ ମିଳିସାରିଛି।
କୁଖ୍ୟାତ୍‌ ନିଠାରୀ ମାମଲା ହେଉଛି ୨୦୦୬ ମସିହାର। ସେହିବର୍ଷ ମେ’ ୭ରେ ନିଠାରୀ ଗ୍ରାମର ପାୟଲ ନାମ୍ନୀ ଜଣେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ବ୍ୟବସାୟୀ ମୋନିନ୍ଦର ସିଂ ପାନ୍ଧେରଙ୍କ ନିକଟସ୍ଥ ନୋଏଡାର ସେକ୍ଟର-୩୧ ବାସଭବନକୁ ଡକାଯାଇଥିଲା। ପାୟଲ ସେଠାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ତାଙ୍କ ବାପା ନନ୍ଦଲାଲ ୮ ତାରିଖରେ ନୋଏଡା ଥାନା ସେକ୍ଟର ୨୦ରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ଅଗଷ୍ଟ ୨୪ରେ ଗୌତମବୁଦ୍ଧ ନଗର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋନିନ୍ଦର ଓ ସୁରିନ୍ଦରଙ୍କ ବିରୋଧରେ ଅପହରଣ ଅଭିଯୋଗ ଆଣି ଏଫ୍‌ଆଇଆର୍‌ କରିଥିଲେ। ଡିସେମ୍ବର ୨୯ରେ ମୋନିନ୍ଦରଙ୍କ ଘର ପଛପଟେ ଥିବା ଏକ ନାଳରୁ ପୋଲିସ ୧୯ ଶିଶୁ ଓ ମହିଳାଙ୍କ କଙ୍କାଳ ଜବତ କରିଥିଲା। ଏଥିସହ ମୋନିନ୍ଦର ଓ ସୁରିନ୍ଦରଙ୍କୁ ଗିରଫ କରି ଜେଲ ପଠାଇଥିଲା। ପରବର୍ତ୍ତୀ ସମୟରେ ଏହାର ଗମ୍ଭୀରତାକୁ ଦେଖି ସବୁ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ସିବିଆଇ ଉଭୟଙ୍କ ବିରୋଧରେ ଅପହରଣ, ବଳାତ୍କାର ଓ ହତ୍ୟା ଅଭିଯୋଗରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଦଣ୍ଡାଦେଶ ପାଇବାରେ ସୁରିନ୍ଦରଙ୍କ ପାଇଁ ଏହା ହେଉଛି ୧୪ତମ ମାମଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ଗରମ ଯୋଗୁ ଶୀଘ୍ର ବ୍ୟାପୁଛି କରୋନା: ଭାରତୀୟ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ତଥ୍ୟ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଖରା ଦିନରେ...

ସୁପ୍ରିମକୋର୍ଟ ରାୟ ନ ଆସିବା ପର୍ଯ୍ୟନ୍ତ ହୋଇ ନ ପାରେ ଆସ୍ଥା ଭୋଟ: ସିଦ୍ଧରମେୟା

ବେଙ୍ଗାଲୁରୁ,୨୨।୭: କର୍ନାଟକର ରାଜନୈତିକ ସଙ୍କଟ ବେଳକୁ ବେଳ ନୂଆ ମୋଡ ନେଉଛି। ବାଚସ୍ପତି କେ ଆର୍‌ ରମେଶ କୁମାର କୁମାରସ୍ବାମୀ ସରକାରଙ୍କୁ ଶୀଘ୍ର ଆସ୍ଥା ଭୋଟ...

ବଳାତ୍କାର ମାମଲାରେ ଏସ୍‌ପି, ବିଏସ୍‌ପି ନେତା ଗିରଫ

ଲଳିତପୁର, ୧୬।୧୦: ଉତ୍ତରପ୍ରଦେଶରେ ନାବାଳିକା ବଳାତ୍କାର ମାମଲାରେ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଜିଲା ସଭାପତିଙ୍କ ସମେତ ୭ ଜଣଙ୍କୁ...

ଇନ୍ଦୋରରେ ଅନ୍‌ଲକ୍‌ ପାଇଁ ପ୍ରସ୍ତୁତି: ସାନିଟାଇଜ୍‌ କରାଗଲା ଫଳ, ପନିପରିବା ଦୋକାନ

ଇନ୍ଦୋର,୨୫।୫: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ସରକାର ସହର ଅନ୍‌ଲକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ସବୁଠାରୁ ଅଧିକ...

ପୀଡ଼ିତାଙ୍କୁ ୨୦୦ ଥର ଫୋନ କରିଥିଲେ ଚିନ୍ମୟାନନ୍ଦ

ଶାହଜାହାନପୁର,୨୧ା୯: ଆଇନ ଛାତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଥିବା ଓ ଚାଟିଂ କରିଥିବା ଭାଜପା ନେତା ଚିନ୍ମୟାନନ୍ଦ ଗିରଫ ହେବା ପରେ ସ୍ବୀକାର କରିଛନ୍ତି। ଏଭଳି...

ଭାରତରେ ୪୪ ବର୍ଷ ପର୍ଯ୍ୟନ୍ତ ରହିବ ଏଲ୍‌ ନିନୋ ପ୍ରଭାବ: ବଢ଼ିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ,୧୮।୫: ଭାରତରେ ୨୦୨୦ଠାରୁ ୨୦୬୪ ପର୍ଯ୍ୟନ୍ତ ଆସନ୍ତା ୪୪ ବର୍ଷ ପର୍ଯ୍ୟନ୍ତ ଏଲ୍‌ ନିନୋ ପ୍ରଭାବ ରହିବ। ଫଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଇଣ୍ଡିଆନ୍‌...

ବାୟୁସେନା ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍‌ ମୃତ

ଚଣ୍ଡିଗଡ଼,୨୧।୫: ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନା ଏକ ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଶିକ୍ଷଣ ସମୟରେ ପ୍ରାପ୍ତ ସୂଚନା ଅନୁଯାୟୀ, ପାଇଲଟ...

୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା ଆଂଶିକ ଲକ୍‌ଡାଉନ୍‌…

ଆଇଜଲ୍‌,୬।୯: ମିଜୋରାମ ସରକାର ଆଇଜଲ ମ୍ୟୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ଆଂଶିକ ଲକ୍‌ଡାଉନ ଘୋଷଣା କରିବା ସହିତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କୋଭିଡ ସମ୍ବନ୍ଧୀୟ କଟକଣାକୁ ସେପ୍ଟେମ୍ବର...

Advertisement
Archives

Model This Week