କୋଟିଆକୁ ପାଣି ଅଟକାଇଲା ଆନ୍ଧ୍ର

ପଟ୍ଟାଙ୍ଗୀ,୨୦।୫(ଡି.ଏନ୍‌.ଏ.):କୋରାପୁଟ ଜିଲା କୋଟିଆ ଅଞ୍ଚଳ ଗ୍ରାମପୁଞ୍ଜଗୁଡ଼ିକୁ ଆନ୍ଧ୍ର ନିଜ ଅଞ୍ଚଳ ଦାବି କରୁଥିବା ବେଳେ ପଟ୍ଟାଙ୍ଗୀ ବ୍ଲକରେ ଆନ୍ଧ୍ର ପୁଣି ଦାଦାଗିରି ଆରମ୍ଭ କରିଛି। ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ନେରିଡ଼ିବାଲସା ଗ୍ରାମରେ ଚାଲିଥିବା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ କାମକୁ ଆନ୍ଧ୍ର ବନ୍ଦ କରିଛି। ଏଥିସହ ଠିକାଦାର ରାଜକୁମାର ପାତ୍ର ଓ ତାଙ୍କ ୪ ଶ୍ରମିକଙ୍କ ନାମରେ ସାଲୁର ଗ୍ରାମାଞ୍ଚଳ ଥାନାରେ ଏତଲା ଦିଆଯାଇଛି।
ସୂଚନାନୁଯାୟୀ ନେରିଡିବାଲସାରେ ବ୍ଲକ ପ୍ରଶାସନ ପକ୍ଷରୁ ୧୦ଦିନ ପୂର୍ବେ ଜଳ ଜୀବନ ମିଶନ ଯୋଜନାରେ ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଇବାକୁ ପାଇପ୍‌ ବିଛା କାମ ଆରମ୍ଭ ହୋଇଥିଲା। ବୁଧବାର ଆନ୍ଧ୍ର ସାଲୁର ତହସିଲଦାର ଏ.ସରୋଜିନୀ, ଭିଲେଜ ରେଭିନ୍ୟୁ ଅଫିସରଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ନିର୍ମାଣ ସ୍ଥଳରେ ପହଞ୍ଚତ୍ କାର୍ଯ୍ୟ ବନ୍ଦ କରି ଦେଇଥିଲେ। ଏଥିସହ କାହା ନିର୍ଦ୍ଦେଶରେ କାମ କରୁଛ କହି ବନ୍ଦ କରିବାକୁ ତାଗିଦ ମଧ୍ୟ କରିଛନ୍ତି। ଠିକାଦାର ରାଜକୁମାରଙ୍କୁ ସାଲୁର ଗ୍ରାମାଞ୍ଚଳ ଥାନାକୁ ଡକାଇ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ପଚରାଉଚରା କରିଛନ୍ତି। ଠିକାଦାରଙ୍କ ସହ ତାଙ୍କର ୪ଜଣ କର୍ମଚାରୀ ଭେଙ୍କଟେଶ୍ୱର ରାଓ, ରାମଣା, ଶ୍ରୀନୁ ଏବଂ ପ୍ରସନ୍ନା ପ୍ରମୁଖଙ୍କ ନଁାରେ ଉକ୍ତ ଥାନାରେ ମାମଲା ରୁଜୁ ହୋଇଥିବା ରାଜକୁମାର ଗୁରୁବାର କହିଛନ୍ତି। ଘଟଣା ସମ୍ପର୍କରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଛି। କିନ୍ତୁ କୌଣସି ଅଧିକାରୀ ମୋ ସହ ଏ ନେଇ ଆଲୋଚନା କରିନାହାନ୍ତି ବୋଲି ଠିକାଦାର ରାଜକୁମାର ପାତ୍ର କହିଛନ୍ତି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ବାସୁଦେବ ଦାସ କହିଛନ୍ତି ଯେ ଏ ନେଇ ଆମେ ଅବଗତ ଅଛୁ। ଘଟଣା ସମ୍ପର୍କରେ ବିଡିଓଙ୍କୁ ଜଣାଇଛୁ। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପୁଣି ଥରେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। କାମ କିପରି ତୁରନ୍ତ ଆରମ୍ଭ ହେବ ସେ ନେଇ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲେ କହିଛନ୍ତି।
ପଡ଼ୋଶୀ ଆନ୍ଧ୍ର ସହିତ ଓଡ଼ିଶାର ସୀମାକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି। କୋଟିଆ ଅଞ୍ଚଳର ୧୪ଟି ଗ୍ରାମକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଏହି ବିବାଦ ଲାଗି ରହିଥିଲେ ମଧ୍ୟ ତାହାର ସମାଧାନ ହୋଇପାରୁ ନାହିଁ। ଓଡ଼ିଶାର ସୀମାବର୍ତ୍ତୀ ଗ୍ରାମଗୁଡ଼ିକୁ ନିଜ ଅଧୀନରେ ରଖିବାକୁ ଆନ୍ଧ୍ର ସମସ୍ତ କାୈଶଳ ଜାରି ରଖିଛି। ସ୍ବାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ବିଦ୍ୟୁତ୍‌, ପାନୀୟ ଜଳ, ରାସ୍ତାଘାଟ ସୁବିଧା ଦେଇ ଲୋକଙ୍କ ମନ ଜିଣିବାରେ ସକ୍ଷମ ହେଉଛି। କୋଟିଆ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସୀମା ବିବାଦକୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।
କୋଟିଆ ବିବାଦ ତୁଟି ନ ଥିବା ବେଳେ ନିକଟରେ ଆନ୍ଧ୍ର ପୁଣି ଓଡ଼ିଶାର ୧୩ କିଲୋମିଟର ଭିତରକୁ ପଶି ଆସି ପଟାଙ୍ଗୀ ବ୍ଲକ ତଳଗୋଲୁର ପଞ୍ଚାୟତର ବାଙ୍ଗାରୁଗୁଡି ଗ୍ରାମକୁ ଅକ୍ତିଆର କରିବାକୁ ଯୋଜନା ଚଳାଇଛି। ଓଡ଼ିଶାର ଯେଉଁ ସ୍କୁଲ ରହିଛି ତାହା ବନ୍ଦ ରହୁଛି। ଛାତ୍ରୀଛାତ୍ରମାନେ ସେଠାକୁ ପଢ଼ିବାକୁ ନ ଯାଇ ଆନ୍ଧ୍ର ସ୍କୁଲକୁ ଯାଉଛନ୍ତି। ଓଡ଼ିଶା ସ୍କୁଲକୁ ଆନ୍ଧ୍ର ଠିକାଦାର ଓ ସରକାରୀ କର୍ମଚାରୀ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋଟିଆ ବିବାଦ ୧୯୨୦ରୁ ରହିଆସିଛି। ତେବେ ସୀମା ବିବାଦକୁ ସମାଧାନ କରିବାକୁ ୨୦୨୧ ନଭେମ୍ବର ୯ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ଅତିଥି ଭବନରେ ସାକ୍ଷାତ କରିଥିଲେ। ଏହି ଆଲୋଚନାରେ ନିଷ୍ପତ୍ତି ହୋଇଥିଲା ଯେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସ୍ତରରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ସେହି କମିଟି ବୈଠକ କରି ଉଭୟ ରାଜ୍ୟ ମଧ୍ୟରେ ଥିବା ବିବାଦକୁ ଦୂର କରିବ। ଇତିମଧ୍ୟରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଏହି ବୈଠକରେ ସୀମା ବିବାଦକୁ ନେଇ ସେପରି କାୈଣସି ଆଲୋଚନା ହୋଇ ନ ଥିଲା। ଫଳରେ ବିବାଦ ସମାଧାନ ହେବା ପରିବର୍ତ୍ତେ ବେଳକୁ ବେଳ ଜଟିଳ ହେଉଛି। ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri