ଉତ୍କଟ ହେବ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ/ନ୍ୟୁୟର୍କ,୨୦ା୫:ଗତବର୍ଷ ଅଗଷ୍ଟରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିବା ପରଠାରୁ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ବଢ଼ିବାରେ ଲାଗିଛି। ପଡ଼ୋଶୀ ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଗୃହଯୁଦ୍ଧର କାରଣ ସାଜିଛି। ଏଥିପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଜନାକ୍ରୋଶର ଶିକାର ହେବାକୁ ପଡ଼ିଛି। ପାକିସ୍ତାନ ଓ ନେପାଳରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଲାଣି। ଭାରତର ଆର୍ଥିକ ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ମଧ୍ୟ ଦେଶର ୨୦୦ ନିୟୁତ ଲୋକ ଖାଦ୍ୟ ଅସୁରକ୍ଷା ଦେଇ ଗତି କରୁଛନ୍ତି। ଉତ୍କଟ ଖାଦ୍ୟ ସଙ୍କଟ ଲାଗିରହିଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକ ହେଲା ଆଙ୍ଗୋଲା, ବୁର୍କିନା ଫାସୋ, ଚାଦ୍‌, କଙ୍ଗୋ ସାଧାରଣତନ୍ତ୍ର, ଇଥିଓପିଆ ହାଇତି, ହଣ୍ଡୁରାସ୍‌, କେନିଆ, ଲେବାନନ୍‌, ମାଡାଗାସ୍କାର, ମାଲି, ମୋଜାମ୍ବିକ୍‌, ନାଇଜର, ନାଇଜେରିଆ, ସୋମାଲିଆ, ଦକ୍ଷିଣ ସୁଦାନ, ସୁଦାନ୍‌, ସିରିଆ ଓ ୟେମେନ୍‌।

ଖାଦ୍ୟ ହେଉଛି ମଣିଷର ସର୍ବପ୍ରଥମ ମୌଳିକ ଆବଶ୍ୟକତା, ଯାହାକୁ ପ୍ରାୟତଃ ପ୍ରତ୍ୟେକ ରାଷ୍ଟ୍ରର ସମ୍ବିଧାନ ସୁନିଶ୍ଚିତ କରିଥାଏ। ଅର୍ଥାତ୍‌ ଦେଶବାସୀଙ୍କ ମୁହଁରେ ଦିଓଳି ଖାଦ୍ୟ ଯୋଗାଇବାର ବ୍ୟବସ୍ଥା ସରକାରମାନଙ୍କ ସର୍ବୋଚ୍ଚ ପ୍ରାଥମିକତା। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଅନେକ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇ ଗୃହଯୁଦ୍ଧର କାରଣ ସାଜିଛି। ବିଶ୍ୱର ‘ବ୍ରେଡ୍‌ ବାସ୍କେଟ’ ନାମରେ ପରିଚିତ ୟୁକ୍ରେନ୍‌ ମାସକୁ ୪.୫ ନିୟୁତ ଟନ୍‌ କୃଷିଜାତ ସାମଗ୍ରୀ ରପ୍ତାନି କରୁଥିବାବେଳେ ଫେବୃୟାରୀ ୨୪ରେ ରୁଷିଆର ଆକ୍ରମଣ ପରଠାରୁ ଏହା ବନ୍ଦ ହୋଇଯାଇଛି। ୟୁକ୍ରେନୀୟ ବନ୍ଦରଗୁଡ଼ିକରେ ପୂର୍ବରୁ ଅମଳ ହୋଇଥିବା ପ୍ରାୟ ୨୦ ନିୟୁତ ଟନ୍‌ ଖାଦ୍ୟଶସ୍ୟ ପଡ଼ିରହିଛି। ଯୋଗାଣ ଶୃଙ୍ଖଳ ଧିମେଇ ଯାଇଥିବାରୁ ବିଶ୍ୱ ବଜାର ଉପରେ ଚାପ ବଢ଼ିବାରେ ଲାଗିଛି। ଜାତିସଂଘ ରିପୋର୍ଟ ଅନୁସାରେ ବିଶ୍ୱରେ ଖାଦ୍ୟ ସାମଗ୍ରୀର ଦରଦାମ ଗତବର୍ଷ ତୁଳନାରେ ୩୦% ବୃଦ୍ଧି ପାଇଛି। ଜଳବାୟୁ ପରିବର୍ତ୍ତନ ଓ ମହାମାରୀର ପ୍ରଭାବ କୋଟି କୋଟି ଲୋକଙ୍କୁ କ୍ଷୁଧା, ଖାଦ୍ୟ ଅସୁରକ୍ଷା, କୁପୋଷଣ ଓ ଅନଟନ ଭିତରକୁ ଠେଲିଦେଇଛି। ଆଗକୁ ଏହି ସଙ୍କଟ ଆହୁରି ଉତ୍କଟ ହେବ ବୋଲି ଜାତିସଂଘ ସମେତ ଅନେକ ଅନ୍ତର୍ଜାତୀୟ ସଂସ୍ଥା ସତର୍କ କରାଇଛନ୍ତି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ମତରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଆଗକୁ ଅନେକ ବର୍ଷ ଧରି ବୈଶ୍ୱିକ ଖାଦ୍ୟ ସଙ୍କଟ ଦେଖାଦେଇପାରେ। ପୂର୍ବରୁ ୟୁକ୍ରେନୀୟ ବନ୍ଦରଗୁଡ଼ିକରୁ ବିଭିନ୍ନ ରାଷ୍ଟ୍ରକୁ ପର୍ଯ୍ୟାପ୍ତ ଖାଇବା ତେଲ ସମେତ ଗହମ, ବାଜରା ଭଳି ଖାଦ୍ୟଶସ୍ୟ ରପ୍ତାନି କରାଯାଉଥିଲା। କିନ୍ତୁ ଏହି ସଂଘର୍ଷ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ଆଗରେ ମସ୍ତବଡ଼ ପ୍ରତିବନ୍ଧକ ସାଜିଛି। ଏଥିଲାଗି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ଆକାଶଛୁଅଁା ହୋଇଥିବାବେଳେ ଦରିଦ୍ର ଦେଶଗୁଡ଼ିକରେ ଖାଦ୍ୟ ନିରାପତ୍ତାର ସ୍ଥିତି ଦୟନୀୟ ହୋଇଯାଇଛି। ୟୁକ୍ରେନ୍‌ର ଖାଦ୍ୟ ଯୋଗାଣକୁ ପ୍ରାକ୍‌-ଯୁଦ୍ଧ ସ୍ଥିତିର ସ୍ତରକୁ ଉନ୍ନିତ କରା ନ ଗଲେ କେତେକ ଦେଶ ଦୀର୍ଘକାଳୀନ ଅନଟନକୁ ସାମ୍ନା କରିପାରନ୍ତି ବୋଲି ଗୁଟେରସ୍‌ ଚେତାଇଦେଇଛନ୍ତି।
ବିଶ୍ୱ ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ବୁଧବାର କେତେକ ତ୍ୱରିତ ପଦକ୍ଷେପ ଘୋଷଣା କରାଯାଇଛି। କୃଷି, ପୋଷଣ, ସାମାଜିକ ସୁରକ୍ଷା, ଜଳ ଓ ଜଳସେଚନ କ୍ଷେତ୍ରରେ ଉନ୍ନତି ଆଣି ଏହାର ସମାଧାନ କରିବା ନିମନ୍ତେ ବିଭିନ୍ନ ପ୍ରକଳ୍ପ ପାଇଁ ବିଶ୍ୱବ୍ୟାଙ୍କ ୩୦ ବିଲିୟନ୍‌ ଡଲାର ଆର୍ଥିକ ସହାୟତା ଯୋଗାଇଦେବ। ଏହି ପାଣ୍ଠିରେ ଖାଦ୍ୟ ଓ ସାର ଉତ୍ପାଦନ, ଖାଦ୍ୟ ବ୍ୟବସ୍ଥାକୁ ମଜଭୁତ କରିବା, ବାଣିଜ୍ୟ ଓ ପରିବହନକୁ ପ୍ରୋତ୍ସାହନ ଏବଂ ଉତ୍ପାଦକମାନଙ୍କୁ ସୁବିଧା ପ୍ରଦାନ କରାଯିବ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରି ଖାଦ୍ୟ ବଜାରରେ ସ୍ଥିରତା ଆଣିବା ପାଇଁ ରାଷ୍ଟ୍ରଗୁଡ଼ିକୁ ଜରୁରୀ ପଦକ୍ଷେପ ନେବାକୁ ପଡ଼ିବ ବୋଲି ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ୍‌ ମାଲପାସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ନିର୍ବାଚନକୁ ନେଇ ଭବିଷ୍ୟବାଣୀ କଲେ ମୋଦିଙ୍କ ପୂଜାରୀ

ନୂଆଦିଲ୍ଲୀ,୨୬।୫: ମଦୁରାଇ ଉଧିନମର ୨୯୩ତମ ପ୍ରଧାନ ପୂଜାରୀଙ୍କ ପକ୍ଷରୁ ୨୮ ମେ’ରେ ନୂଆ ସଂସଦ ଭବନର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଦଣ୍ଡ‘ସେଂଗୋଲ’ ଭେଟି...

ଉଡ଼ାଣର ୭ ଘଣ୍ଟା ପରେ ଅବତରଣ ନ କରି ୩୩୫ ଯାତ୍ରୀଙ୍କ ନେଇ ଫେରିଲା ବିମାନ…

ଟୋକିଓ୨୩।୨ : ଜାପାନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିମାନ ୩୩୫ ବିମାନ ଯାତ୍ରୀଙ୍କ ସହିତ ଉଡ଼ାଣ କରିବାର ସାତ ଘଣ୍ଟା...

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୨୦ରୁ ଶସ୍ତା ହେବ ଏସବୁ ଉପକରଣ

ନୂଆଦିଲ୍ଲୀ, ୧୪।୭: ଦେଶର ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା କୋଭିଡ୍‌-୧୯ ପରିଚାଳନାରେ ବହୁଳ ବ୍ୟବହୃତ ହେଉଥିବା ପଲ୍ସ ଅକ୍ସିମିଟର, ରକ୍ତଚାପ ମାପିବା ମେଶିନ, ନେବୁଲାଇଜର, ଡିଜିଟାଲ...

ବ୍ରିଟେନରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିଲା

ଲଣ୍ଡନ,୨୭।୧: ବ୍ରିଟେନରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏନେଇ ଦୁଃଖ ପ୍ରକାଶ କରିବା ନିଜ ମୁଣ୍ଡକୁ ଦାୟିତ୍ୱ ନେଇଛନ୍ତି। କରୋନା...

ପ୍ରଶଂସା କଲେ ଜନାର୍ଦ୍ଦନ

ନୂଆଦିଲ୍ଲୀ,୬ା୮ (ଆଇଏଏନ୍‌ଏସ୍‌)- ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ କଂଗ୍ରେସ ବିରୋଧ କରୁଥିବାବେଳେ ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।...

ସୋନିଆ-ପ୍ରିୟଙ୍କାଙ୍କ ହେଲିକପ୍ଟରକୁ ଉଡାଇବାକୁ ମନାକଲେ ପାଇଲଟ

ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନ ପରେ ପ୍ରଥମ ଥର ଲାଗି ରାୟବରେଲି ପହଞ୍ଚିଥିଲେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ...

ଚନ୍ଦ୍ରୟାନ -୨ର ସଫଳ ଉତ୍‌କ୍ଷେପଣ ପାଇଁ କାନପୁରରେ ପୂଜାର୍ଚ୍ଚନା

କାନପୁର,୨୨।୭: ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ପାଇଁ ଉତ୍ତର ପ୍ରଦେଶର କାନପୁରରେ ସୋମାବାର ପୂଜାର୍ଚ୍ଚନା କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨କୁ...

ମୋଦିଙ୍କ ଝିଆରୀଙ୍କୁ ମିଳିଲା ନାହିଁ ଟିକେଟ୍‌

ଅହମଦାବାଦ୍‌,୫।୧: ଗୁଜରାଟ ନଗର ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ସୋନଲ ମୋଦି ମଧ୍ୟ...

Advertisement
Archives

Model This Week