Posted inଜାତୀୟ

ନିର୍ମଳା ସୀତାରମଣ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା

ନୂଆଦିଲ୍ଲୀ,୨।୧୨: ଫର୍ଚୁନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଭାରତର ୫୦ଟି ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଏହା ପ୍ରକାଶ ପାଇଛି। ଏହି ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା ହୋଇଥିବାବେଳେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ବାମୀନାଥନ ତୃତୀୟ, ବାୟୋକନ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କିରଣ ମଜୁମଦାର ଖାଁ ଚତୁର୍ଥ ଏବଂ ଭାରତ ବାୟୋଟେକର ସହ-ପ୍ରତିଷ୍ଠାତା ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକ ସୁଚିତ୍ରା ଏଲା ପଞ୍ଚମ ସ୍ଥାନରେ ଅଛନ୍ତି।

ଫର୍ଚୁନ ପକ୍ଷରୁ ସୀତାରମଣଙ୍କ ବିଷୟରେ କୁହାଯାଇଛି ଯେ, ମାର୍ଚ୍ଚ ୨୦୨୦ରେ ଲକ୍‌ଡାଉନ ଲାଗୁ ହେବାର ୩୬ ଘଣ୍ଟା ପରେ ଖବରଦାତା ସମ୍ମିଳନୀ କରିବାରେ ସେ ହେଉଛନ୍ତି ପ୍ରଥମ କେନ୍ଦ୍ର ମନ୍ତ୍ରୀ। ସେତେବେଳେ କରୋନା ମହାମାରୀର ମୁକାବିଲା ତଥା ଅର୍ଥନୀତିର ଉନ୍ନତି ପାଇଁ ସରକାରଙ୍କ ଯୋଜନା ବିଷୟରେ ପୁରା ଦେଶ ଜାଣିବାକୁ ଚାହୁଁଥିଲା। ସେହି ଭୟାନକ ଅବଧିରେ, ସେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

ନୀତା ଅମ୍ବାନୀଙ୍କ ବିଷୟରେ କୁହାଯାଇଛି ଯେ ଏପ୍ରିଲ, ୨୦୨୦ରେ ଲକ୍‌ଡାଉନ ସମୟରେ ସେ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲର ପରିଚାଳନା ଦଳ ସହ ଏକ ବୈଠକ କରି ଗରିବ ଲୋକ ମହାମାରୀ ଦ୍ୱାରା କେତେ ପ୍ରଭାବିତ ହେବେ ତାହା ଜାଣିବା ପାଇଁ କହିଥିଲେ। ଏହା ପରେ ସେ ମୁମ୍ବାଇରେ ବିଏମସି ସହ ମିଶି ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ ଦାୟିତ୍ୱରେ ଥିଲେ। ତା’ପରେ ଏହାର କ୍ଷମତା ୨,୦୦୦ ଶଯ୍ୟାକୁ ବୃଦ୍ଧି କରାଯାଇଥିଲା। ଅମ୍ଳଜାନ ଯୋଗାଣ ମଧ୍ୟ ବୃଦ୍ଧି କରାଯାଇଥିଲା ଏବଂ ଚିକିତ୍ସା ମଧ୍ୟ ମାଗଣା ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri