ପିସିସି ସଭାପତି ପରିବର୍ତ୍ତନ ନେଇ ମୁହଁ ଖୋଲିଲେ ନିରଞ୍ଜନ

ଭୁବନେଶ୍ୱର,୧୫।୪ (ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ଅନୁମତି ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ ରହିଥିବାବେଳେ ଗୁରୁବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ନିରଞ୍ଜନ କହିଛନ୍ତି, ଜଣେ ଯଦି ସଭାପତି ହେବ, ସେ କ’ଣ ସବୁଦିନ ପାଇଁ ସଭାପତି ହୋଇ ରହି ପାରିବ! କଂଗ୍ରେସରେ ଦୁଇତିନି ବର୍ଷ ଅନ୍ତରାଳରେ ପିସିସି ସଭାପତି ପରିବର୍ତ୍ତନ ହୁଏ। ରାଜ୍ୟ କଂଗ୍ରେସରେ ଏହି ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହି ପରିବର୍ତ୍ତନ ଯେତେଶୀଘ୍ର ହେବ ସେତେ ଭଲ। ସେହିପରି ନିଜ ଇସ୍ତଫା ନେଇ ନିରଞ୍ଜନ କହିଛନ୍ତି, ୨୦୧୯ରେ ଇସ୍ତଫା ଦେଇ ସାରିଛି। ଏକଥା ମୁଁ ଅସ୍ବୀକାର କରୁନି। ତେବେ ସଭାପତି ନିଷ୍ପତ୍ତି କେବେ ହେବ, ତାହା ଏଆଇସିସି ଉପରେ ନିର୍ଭର କରେ। ଯିଏ ଦଳକୁ ସମ୍ଭାଳି ପାରିବ ଓ ଦଳକୁ ଆହୁରି ଆଗକୁ ନେଇ ପାରିବ ସେପରି ଲୋକ ଦଳ ନେତୃତ୍ୱ ନେଲେ ଭଲ। ଆମ କଂଗ୍ରେସ ନେତାଙ୍କର ଯଦି ସଦ୍‌ବୁଦ୍ଧି ଥିବ, ତେବେ ଉପଯୁକ୍ତ ବ୍ୟକ୍ତିକୁ ଦାୟିତ୍ୱ ଦେବେ।
ଅପରପକ୍ଷରେ ପିସିସି ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି, ନିରଞ୍ଜନ ୨ଥର ଇସ୍ତଫା ଦେଇଥିବା କହିଛନ୍ତି। ହେଲେ କେଉଁ କାରଣରୁ ସେ ଇସ୍ତଫା ଦେଇଛନ୍ତି ଓ କାହିଁକି ଏଆଇସିସି ଇସ୍ତଫା ଗ୍ରହଣ କରିନାହାନ୍ତି, ତାହା କେବଳ ନିରଞ୍ଜନ ସ୍ପଷ୍ଟ କରିପାରିବେ। ସେହିପରି ଏଆଇସିସି ସମ୍ପାଦକ ଶରତ ରାଉତ ନିରଞ୍ଜନଙ୍କୁ ସମାଲୋନା କରି କହିଛନ୍ତି, ନିରଞ୍ଜନ ଦଳ ସମ୍ଭାଳିବାକୁ ଅସମର୍ଥ। ଇସ୍ତଫା ଦେଇଛନ୍ତି କି ନାହିଁ, କେହି ବି ତାଙ୍କୁ ଏ ବିଷୟରେ ପ୍ରଶ୍ନ କରିନାହାନ୍ତି, ସେ ନିଜେ ଏହି ବିଷୟରେ କହି ବୁଲୁଛନ୍ତି।
ପରିବର୍ତ୍ତନ ନେଇ ରାଜ୍ୟ ପ୍ରଭାରୀ ଡ. ଏ. ଚେଲ୍ଲାକୁମାରଙ୍କୁ ଏଆଇସିସି ଦାୟିତ୍ୱ ପ୍ରଦାନ କରିବା ପରେ ସେ ରାଜ୍ୟର ବରିଷ୍ଠ ନେତାଙ୍କ ସହ ଆଲୋନା କରି ମନୋନୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅତି ଶୀଘ୍ର ପିସିସି ପରିବର୍ତ୍ତନ ହେବାକୁ ଯାଉଥିବା ବେଳେ କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ କରାଯାଉ ବୋଲି ବିଧାୟକମାନେ ଦାବି କରୁଛନ୍ତି। ତେବେ ପୂର୍ବତନ ସଭାପତି ଜୟଦେବ ଜେନା ଓ ଶରତ ପଟ୍ଟନାୟକ ଏହି ପଦବୀ ଦୌଡ଼ରୁ ନିଜକୁ ଦୂରରେ ରଖିଥିବାବେଳେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ପ୍ରଭାରୀ ଓ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି। ଯାହାବି ନିଷ୍ପତ୍ତି ନିଆଯିବ ତାହାକୁ ସମସ୍ତେ ଗ୍ରହଣ କରିବେ। ଚଳିତ ମାସ ଶେଷ ସୁଦ୍ଧା ସଭାପତି ପଦ ନବକଳେବର ହେବା ପାଇଁ ଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୀର୍ଥଯାତ୍ରାରେ ଗଲେ ୯୭୬ ବରିଷ୍ଠ ନାଗରିକ

ବ୍ରହ୍ମପୁର ଅଫିସ,୨୯।୨: ଗରିବ ଲୋକମାନଙ୍କ ପାଇଁ ତୀର୍ଥଯାତ୍ରା ସ୍ବପ୍ନ ଥିଲା। ଅର୍ଥାଭାବରୁ ତୀର୍ଥସ୍ଥାନକୁ ଯାଇ ପୂଣ୍ୟ ଅର୍ଜନ କରିବା ଆଶା ମଉଳି ଯାଉଥିଲା। ରାଜ୍ୟରେ ଗରିବ...

ଉଚ୍ଛେଦ କରିବାକୁ ଯାଇ ନାକେଦମ୍‌

ଭୁବନେଶ୍ୱର, ୧୮।୩ (ବ୍ୟୁରୋ): ଉଠାଦୋକାନୀ ଏବଂ ବିଏମ୍‌ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର...

ପରିବା ଦର ଆକାଶ ଛୁଆଁ : ଚାହିଦା ମେଣ୍ଟାଉଛି ପାହାଡ଼ି କାକୁଡ଼ି

କେନ୍ଦୁଝର, ୨୧ା୯ (ସ୍ବ.ପ୍ର.) -କେନ୍ଦୁଝରରେ ପନିପରିବା ଦର ଆକାଶ ଛୁଆଁ । ଏଭଳି ପରିସ୍ଥିତିରେ ବେପାରୀ ମାନେ ପରିବା ଦରକୁ ଆହୁରୀ ଅଧିକ ବଢାଇ ଦେଉଥିବାରୁ...

ରଥଯାତ୍ରା ପାଇଁ ବ୍ୟବସ୍ଥାବଳୀ : ୩ ରଥରେ ରହିବେ ୨୧୦ ସେବକ, କର୍ମଚାରୀ

ପୁରୀ ଅଫିସ, ୨୮।୬ : ଘୋଷଯାତ୍ରାର ଆଦ୍ୟପର୍ବ ସ୍ନାନଯାତ୍ରା ଶେଷ ହୋଇଛି। ମହାପ୍ରଭୁ ଏବେ ଅଣସରରେ। ଆଗକୁ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର...

ପୁରୀ-ବାରିପଦା ମଧ୍ୟରେ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ନିୟମିତ ଟ୍ରେନ୍‌ରେ ମାତ୍ରାଧିକ ଭିଡ଼ ଯୋଗୁ ପୁରୀଠାରୁ ବାରିପଦାର ଭଞ୍ଜପୁରକୁ ଏକ ସ୍ପେଶାଲ ସାପ୍ତାହିକ ଟ୍ରେନ୍‌ ଚାଲିବ। ପ୍ରତୀକ୍ଷା ତାଲିକା (ଓ୍ବେଟିଂ ଲିଷ୍ଟ)ରେ ରହୁଥିବା...

୧୬,୨୩୫ କୋଟିର ଚୂଡ଼ାନ୍ତ ରିପୋର୍ଟ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଅମ୍ଫନ୍‌’ ଯୋଗୁ ଉପକୂଳବର୍ତ୍ତୀ ଜିଲାରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ରାଜ୍ୟ ସରକାର ୧୬,୨୩୫ କୋଟି ଟଙ୍କାର ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର...

ରାସ୍ତାକଡ଼ରୁ ଛାତ୍ରୀଙ୍କ ମୃତଦେହ ଜବତ

ରସୁଲପୁର/ବାରିପଦା ଅଫିସ,୨୭ା୧: ଯାଜପୁର ଜିଲା ରସୁଲପୁର ବ୍ଲକ ମୂଳାପାଳ ଛକ ନିକଟସ୍ଥ ରାଜେନ୍ଦ୍ରପୁର-ଦିଆଲଖଣ୍ଡି ଗ୍ରାମରାସ୍ତା ପାର୍ଶ୍ୱରୁ ବୁଧବାର କୁଆଖିଆ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର...

ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍‌  

ଆର.ଉୟଦଗିରି,୧୧ା୭(ଡି.ଏନ.ଏ.)- ଆର୍‌.ଉଦୟଗିରି ବ୍ଲକରେ ଶୁକ୍ରବାର ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଲାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୩ ଏବଂ ଆର୍‌.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡ଼ାକ୍ତର,...

Advertisement
Archives

Model This Week