ନିଲଡୁଙ୍ଗୁରୀ ମାର୍କେଟ ଟର୍ମିନାଲ ନେଇ ଆଶା ସଂଚାର

ସମ୍ବଲପୁର,୧୯।୪(ଭବାନୀ ଶଙ୍କର ଭୋଇ): ଯୁଯୁମୁରା ବ୍ଲକ କବରାପାଲି ଗ୍ରାମପଞ୍ଚାୟତର ନିଲଡୁଙ୍ଗୁରୀରେ ବିଜେଡି ସରକାର ଅମଳରେ ୨୦୧୪ରେ ଘୋଷଣା ହୋଇଥିବା ବୃହତ୍‌ ମାର୍କେଟ ଟର୍ମିନାଲକୁ ନେଇ ପୁଣିଥରେ ଆଶା ସଂଚାର ହୋଇଛି। ଆସନ୍ତା ୨୦ ତାରିଖରେ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମ୍ବଲପୁର ଗସ୍ତରେ ଆସିବା ସହ ଏହି ଅତ୍ୟାଧୁନିକ ମାର୍କେଟ ଟର୍ମିନାଲ ନେଇ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଏହାସହିତ ନିଲଡୁଙ୍ଗୁରୀରେ ଥିବା ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ଯାଇ ସେଠାରେ ଅଞ୍ଚଳରେ କୃଷି ଏବଂ କୃଷକଙ୍କ ଉନ୍ନତି ପାଇଁ କ’ଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିବ ସେ ନେଇ ଆଲୋଚନା କରିବେ। ସୂଚନାଯୋଗ୍ୟ ଯେ, ସମ୍ବଲପୁର କୋଲକାତା ଜାତୀୟ ରାଜପଥର ଯୁଯୁମୁରା ବ୍ଲକର କବରାପାଲି ପଞ୍ଚାୟତ ନିଲଡୁଙ୍ଗୁରୀଠାରେ ପ୍ରାୟ ୬୦ ଏକର ପରିମିତ ଜମିରେ ଏକ ବୃହତ୍‌ ମାର୍କେଟ ଟର୍ମିନାଲ ପିପିପି ମୋଡ୍‌ରେ ନିର୍ମାଣ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେବା ସହିତ ଏହାର କାର୍ଯ୍ୟକାରୀ ପାଇଁ ବଡ଼ ଅଂଶ ଧନ ଦେବାକୁ ମଧ୍ୟ ସେ ସମୟରେ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ବୃହତ୍‌ ମାର୍କେଟ ଟର୍ମିନାଲ ମାଧ୍ୟମରେ କୃଷି ଉତ୍ପାଦିତ ଦ୍ରବ୍ୟର ରପ୍ତାନି, ବଜାରକରଣ, ଶୀତଳ ଭଣ୍ଡାର ଆଦିର ସୁବିଧା ସହିତ ପଶ୍ଚିମ ଓ ୧୦ଟି ଜିଲା ଏଥିରେ ଉପକୃତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ବୃହତ୍‌ ଯୋଜନା ପାଇଁ ସେ ସମୟରେ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ୨୮ ସେପ୍ଟେମ୍ବର ୨୦୧୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିମନ୍ତ୍ରୀ, ଏମ୍‌ପି, ବିଧାୟକଙ୍କ ଉପସ୍ଥିତିରେ ଏହାର ଶିଳାନ୍ୟାସ କରିଥିଲେ। ତେବେ ୧୧ ବର୍ଷ ବିତିଯିବା ପରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନାହିଁ। ପଶ୍ଚିମାଞ୍ଚଳରେ କୃଷିର ଭିତ୍ତିଭୂମିକୁ ସୁଧାରିବା ପାଇଁ ଏହି ବୃହତ୍‌ ମାର୍କେଟ ଟର୍ମିନାଲ ନିର୍ମାଣ ପାଇଁ ସ୍ଥାନୀୟ ଚାଷୀମାନେ ଦାବି କରି ଆସୁଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଭାଜପା ଏହି ପ୍ରସଙ୍ଗରେ ବିଜେଡି ସରକାରକୁ ଘେରିଥିଲା। ତେବେ ଦୀର୍ଘ ନଅ ମାସ ପରେ ରାଜ୍ୟ ସରକାରଙ୍କ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ନିଲଡୁଙ୍ଗୁରୀ ପରିଦର୍ଶନରେ ଆସିବା କାର୍ଯ୍ୟକ୍ରମ ଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଆଗକୁ ବଢ଼ିବା ନେଇ ପଦକ୍ଷେପ ନେବେ ବୋଲି ସ୍ଥାନୀୟ ଚାଷୀ ଆଶାବାଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଟ୍‌ମ୍ୟାନ୍‌ଙ୍କ ଟି-ଶର୍ଟକୁ ନେଇ ବଢୁଛି ଚର୍ଚ୍ଚା: କାହାକୁ ନେଇ କଲେ ଏମିତି କଟାକ୍ଷ, ଜାଣନ୍ତୁ

ନୂଆଦିଲ୍ଲୀ,୧୦।୮: ଆଜିକାଲି ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଟି-ଶର୍ଟ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକମାନେ ଏହାକୁ ଅଜିତ ଅଗରକରଙ୍କ ସହ ଯୋଡ଼ି ଦେଖୁଛନ୍ତି। ସୋନି…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି।…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri