ନାଇଟ୍‌ ସିଫ୍ଟ ଓ କର୍ମଜୀବୀ

ଆଗକୁ ବଢ଼ିବାର ଇଚ୍ଛା, ଆଉ କ୍ୟାରିୟର
ଗଢ଼ିବାର ଆଗ୍ରହ ପାଇଁ ମହିଳାମାନେ ଯେକୌଣସି ଚ୍ୟାଲେଞ୍ଜକୁ ଗ୍ରହଣ କରି ପାରୁଛନ୍ତି। ଡେ ସିଫ୍ଟ ହେଉ କି ନାଇଟ୍‌ ଏହାକୁ ନେଇ ଫରକ ପଡ଼ୁନି। ବିଭିନ୍ନ ସିଫ୍ଟରେ ଅଫିସ କାମକୁ ସେମାନେ ସହଜରେ ତୁଲାଇ ପାରୁଛନ୍ତି। ତେବେ ନାଇଟ୍‌ ସିଫ୍ଟ କରି ବିଳମ୍ବିତ
ରାତିରେ ଘରକୁ ଫେରୁଥିବାବେଳେ ସତର୍କତା ବି ଜରୁରୀ ।

ବର୍ତ୍ତମାନର ଆଧୁନିକ ସମୟରେ ବି ମହିଳାଙ୍କ ପ୍ରତି ବହୁ ଆପରାଧିକ ମାମଲା ଦେଖିବାକୁ ମିଳୁଛି। ତେଣୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବା କର୍ମଜୀବୀ ମହିଳାଙ୍କୁ ବିଭିନ୍ନ ଦିଗରୁ ସତର୍କ ରହିବାକୁ ହେବ। ଆଉ ଯଦି ଏକୁଟିଆ ଫେରୁଛନ୍ତି ତେବେ ଖାମଖିଆଲଭାବେ ଯାଆନ୍ତୁ ନାହିଁ। ନିଜ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ବିଶେଷ କରି ନିଜ ପାଖରେ ସୁରକ୍ଷା ପାଇଁ କିଛି ନିର୍ଦ୍ଦିଷ୍ଟ ଉପକରଣ ନିଶ୍ଚୟ ରଖନ୍ତୁ। ଫଳରେ ରାତିରେ କୌଣସି ପ୍ରକାରର ଅଘଟଣ ଘଟିଲେ ଆପଣ ତା’ର ମୁକାବିଲା କରିପାରିବେ।
ପରିବାର ଚିନ୍ତା: କର୍ମଜୀବୀ ମହିଳାମାନଙ୍କୁ ଅଫିସ ସହିତ ଘର ପରିବାରର ସମସ୍ତଙ୍କ ପାଇଁ ବି ଚିନ୍ତା କରିବାକୁ ହୋଇଥାଏ। ତେଣୁ ବିଳମ୍ବିତ ରାତିରେ ଘରକୁ ଫେରିବାର ଥିଲେ ଘରର ସମସ୍ତଙ୍କୁ ସେହି ଅନୁସାରେ ପ୍ରସ୍ତୁତ ରହିବାକୁ ସୂଚନା ଦିଅନ୍ତୁ। ଆଉ ଛୋଟ ପିଲାମାନେ ଥିଲେ ତାଙ୍କ ପାଇଁ ରାତି ଖାଦ୍ୟର ବ୍ୟବସ୍ଥା କରି ଦିଅନ୍ତୁ। ନଚେତ୍‌ ଆପଣ ଅଫିସରୁ ଫେରିବା ପର୍ଯ୍ୟନ୍ତ ପିଲାମାନେ ଅନିଦ୍ରା ରହିବେ ଏବଂ ଆପଣ ଅଫିସରେ ଟେନ୍‌ସନରେ ରହିବେ।
ଶୂନଶାନ୍‌ ରାସ୍ତା: ନାଇଟ୍‌ ସିଫ୍ଟରେ ଯଦି ଘରକୁ ଫେରୁଥାନ୍ତି ତେବେ ଶୂନ୍‌ଶାନ୍‌ ରାସ୍ତାରେ ଯାଆନ୍ତୁ ନାହିଁ। ପାଦରେ ଯାଆନ୍ତୁ ଅବା ସ୍କୁଟି ନେଇ ଯାଉଥାନ୍ତୁ ସବୁବେଳେ ଲୋକ ଯିବାଆସିବା କରୁଥିବା ରାସ୍ତାରେ ହିଁ ଯାଆନ୍ତୁ। ଯଦି ଘରକୁ ଯିବା ପାଇଁ ଏକମାତ୍ର ରାସ୍ତା ହୋଇଥାଏ ଏବଂ ତାହା ଶୂନଶାନ ହୋଇଥିବ ତା’ହେଲେ ଘର ଲୋକଙ୍କୁ ଫୋନ୍‌ ଲଗାଇ ଲଗାତର କଥା ହୋଇ ସେହି ରାସ୍ତାରେ ଯାଆନ୍ତୁ।
ସନ୍ଦେହରେ ବଡ଼ ପାଟି: ରାତିରେ ଘରକୁ ଫେରୁଥିବାବେଳେ ଯଦି କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ଆପଣଙ୍କର ସନ୍ଦେହ ହୁଏ ତେବେ ବଡ଼ ପାଟି କରି ତୁରନ୍ତ ଲୋକଙ୍କୁ ଏକାଠି କରନ୍ତୁ। ଏପରି କଲେ ସେହି ବ୍ୟକ୍ତିଜଣକ ଆପଣଙ୍କ ସହିତ କୌଣସି ପ୍ରକାରର ଖରାପ ବ୍ୟବହାର କରିପାରିବେ ନାହିଁ।
ଜରୁରୀ ନମ୍ବରରେ ଫୋନ: ଅଫିସରୁ ଡେରି ରାତିରେ ଘରକୁ ଫେରିବା ସମୟରେ ଯଦି ସାମାନ୍ୟ ବିପଦର ସନ୍ଦେହ କିମ୍ବା ଅନୁଭବ କରିବା ମାତ୍ରେ ଜରୁରିକାଳୀନ ନମ୍ବରକୁ ଫୋନ୍‌ କରି ପୋଲିସର ସାହାଯ୍ୟ ନିଅନ୍ତୁ।
ଘର ଲୋକଙ୍କୁ ଜଣାନ୍ତୁ: ନାଇଟ୍‌ ସିଫ୍ଟରେ ଅଫିସ୍‌ ଛାଡିବା ମାତ୍ରେ ଘର ଲୋକଙ୍କୁ ଫୋନ୍‌ କରି ଜଣାଇ ଦିଅନ୍ତୁ। ତେଣୁ ଘରେ ପହଞ୍ଚିବା ସମୟ ବିଳମ୍ବ ହେଲେ ସେମାନେ ନିଜଆଡୁ ଆପଣଙ୍କ ସହିତ ଯୋଗାଯୋଗ କରି ଭଲମନ୍ଦ ବୁଝିବେ। ଏହା ବ୍ୟତୀତ ଯଦି ରାତି ବହୁତ ଅଧିକ ହୋଇଥାଏ ଏବଂ ଅଫିସରେ ରହିବାର ସୁବିଧା ଥାଏ ତେବେ ସକାଳ ପର୍ଯ୍ୟନ୍ତ ଅଫିସରେ ରହିଯାଆନ୍ତୁ।

ଏମାନେ କ’ଣ କହନ୍ତି
ରାସ୍ତାରେ ଗହଳି ଥାଏ: ଆମର ନାଇଟ୍‌ ସିଫ୍ଟ ନାହିଁ କିନ୍ତୁ ଦିନେ ଦିନେ ଅଫିସର କାମ ଏତେ ଅଧିକ ହୋଇଯାଏ ଯେ ମୋର ଘରକୁ ଫେରିବାକୁ ରାତି ୧୦ଟା ହୋଇଯାଏ। ତେଣୁ ଘରକୁ ଏକା ଗାଡି ଆଣି ଫେରିବା ବେଳକୁ ପ୍ରଥମେ ଟିକେ ଭୟ ଲାଗେ, କିନ୍ତୁ ରାସ୍ତାରେ ଯିବାଆସିବା ଗହଳି ଦେଖି ଆଉ କିଛି ଲାଗେନି। ସେମିତି ଅଧିକ ଡେରି ହେଲେ ମୁଁ ଅଫିସର ଅନ୍ୟ ସହକର୍ମୀଙ୍କୁ ମୋ ସହ ଘର ପର୍ଯ୍ୟନ୍ତ ଯିବା ପାଇଁ ଅନୁରୋଧ କରିଥାଏ। ନଚେତ୍‌ ଘର ଲୋକଙ୍କୁ ଖବର ଦେଇ ଡକାଇ ତାଙ୍କ ସହିତ ଫେରେ। -ରାନୁସ୍ମିତା ସ୍ବାଇଁ
ଟେକ୍ନିକାଲ୍‌ ଆନାଲିଷ୍ଟ, ନିଟ୍‌ ଟେକ୍ନୋଲୋଜି, ବେଙ୍ଗାଲୁରୁ
ଅଫିସ ଗାଡ଼ିରେ ଫେରେ:ମତେ ଯେଉଁ ସମୟରେ ବି ଘରକୁ ଫେରିଲେ କୌଣସି ଅସୁବିଧା ହୁଏନି। କାହିଁକି ନା ଅଫିସ ଗାଡିରେ ସିକ୍ୟୁରିଟି ସହିତ ମୁଁ ଘରକୁ ଫେରେ। ଏବେ ତ ସବୁ ସେକ୍ଟରରେ ଝିଅମାନେ ସବୁ ସିଫ୍ଟରେ କାମ କରୁଛନ୍ତି। ତେଣୁ ରାତି ୮ଟା ହେଉ କି ୧୦ଟା ହେଉ ଯେଉଁ ସମୟରେ ଘରକୁ ଫେରିବାର ହେଲେ କିଛି ଅସୁବିଧା ହୁଏନି। ତେଣୁ ମୋର କାମ ସରିଲେ ମୁଁ ଆରାମରେ ଘରକୁ ଆସେ। -ଡକ୍ଟର ଦେବଦର୍ଶିନୀ ସାମନ୍ତରାୟ
ରିସର୍ଚ୍ଚ ସାଇଣ୍ଟିଷ୍ଟ, ଆଇଆଇଟି ମାଡ୍ରାସ, ଚେନ୍ନାଇ


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri