ନାଇଟ୍‌ ସିଫ୍ଟ ଓ କର୍ମଜୀବୀ

ଆଗକୁ ବଢ଼ିବାର ଇଚ୍ଛା, ଆଉ କ୍ୟାରିୟର
ଗଢ଼ିବାର ଆଗ୍ରହ ପାଇଁ ମହିଳାମାନେ ଯେକୌଣସି ଚ୍ୟାଲେଞ୍ଜକୁ ଗ୍ରହଣ କରି ପାରୁଛନ୍ତି। ଡେ ସିଫ୍ଟ ହେଉ କି ନାଇଟ୍‌ ଏହାକୁ ନେଇ ଫରକ ପଡ଼ୁନି। ବିଭିନ୍ନ ସିଫ୍ଟରେ ଅଫିସ କାମକୁ ସେମାନେ ସହଜରେ ତୁଲାଇ ପାରୁଛନ୍ତି। ତେବେ ନାଇଟ୍‌ ସିଫ୍ଟ କରି ବିଳମ୍ବିତ
ରାତିରେ ଘରକୁ ଫେରୁଥିବାବେଳେ ସତର୍କତା ବି ଜରୁରୀ ।

ବର୍ତ୍ତମାନର ଆଧୁନିକ ସମୟରେ ବି ମହିଳାଙ୍କ ପ୍ରତି ବହୁ ଆପରାଧିକ ମାମଲା ଦେଖିବାକୁ ମିଳୁଛି। ତେଣୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବା କର୍ମଜୀବୀ ମହିଳାଙ୍କୁ ବିଭିନ୍ନ ଦିଗରୁ ସତର୍କ ରହିବାକୁ ହେବ। ଆଉ ଯଦି ଏକୁଟିଆ ଫେରୁଛନ୍ତି ତେବେ ଖାମଖିଆଲଭାବେ ଯାଆନ୍ତୁ ନାହିଁ। ନିଜ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ବିଶେଷ କରି ନିଜ ପାଖରେ ସୁରକ୍ଷା ପାଇଁ କିଛି ନିର୍ଦ୍ଦିଷ୍ଟ ଉପକରଣ ନିଶ୍ଚୟ ରଖନ୍ତୁ। ଫଳରେ ରାତିରେ କୌଣସି ପ୍ରକାରର ଅଘଟଣ ଘଟିଲେ ଆପଣ ତା’ର ମୁକାବିଲା କରିପାରିବେ।
ପରିବାର ଚିନ୍ତା: କର୍ମଜୀବୀ ମହିଳାମାନଙ୍କୁ ଅଫିସ ସହିତ ଘର ପରିବାରର ସମସ୍ତଙ୍କ ପାଇଁ ବି ଚିନ୍ତା କରିବାକୁ ହୋଇଥାଏ। ତେଣୁ ବିଳମ୍ବିତ ରାତିରେ ଘରକୁ ଫେରିବାର ଥିଲେ ଘରର ସମସ୍ତଙ୍କୁ ସେହି ଅନୁସାରେ ପ୍ରସ୍ତୁତ ରହିବାକୁ ସୂଚନା ଦିଅନ୍ତୁ। ଆଉ ଛୋଟ ପିଲାମାନେ ଥିଲେ ତାଙ୍କ ପାଇଁ ରାତି ଖାଦ୍ୟର ବ୍ୟବସ୍ଥା କରି ଦିଅନ୍ତୁ। ନଚେତ୍‌ ଆପଣ ଅଫିସରୁ ଫେରିବା ପର୍ଯ୍ୟନ୍ତ ପିଲାମାନେ ଅନିଦ୍ରା ରହିବେ ଏବଂ ଆପଣ ଅଫିସରେ ଟେନ୍‌ସନରେ ରହିବେ।
ଶୂନଶାନ୍‌ ରାସ୍ତା: ନାଇଟ୍‌ ସିଫ୍ଟରେ ଯଦି ଘରକୁ ଫେରୁଥାନ୍ତି ତେବେ ଶୂନ୍‌ଶାନ୍‌ ରାସ୍ତାରେ ଯାଆନ୍ତୁ ନାହିଁ। ପାଦରେ ଯାଆନ୍ତୁ ଅବା ସ୍କୁଟି ନେଇ ଯାଉଥାନ୍ତୁ ସବୁବେଳେ ଲୋକ ଯିବାଆସିବା କରୁଥିବା ରାସ୍ତାରେ ହିଁ ଯାଆନ୍ତୁ। ଯଦି ଘରକୁ ଯିବା ପାଇଁ ଏକମାତ୍ର ରାସ୍ତା ହୋଇଥାଏ ଏବଂ ତାହା ଶୂନଶାନ ହୋଇଥିବ ତା’ହେଲେ ଘର ଲୋକଙ୍କୁ ଫୋନ୍‌ ଲଗାଇ ଲଗାତର କଥା ହୋଇ ସେହି ରାସ୍ତାରେ ଯାଆନ୍ତୁ।
ସନ୍ଦେହରେ ବଡ଼ ପାଟି: ରାତିରେ ଘରକୁ ଫେରୁଥିବାବେଳେ ଯଦି କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ଆପଣଙ୍କର ସନ୍ଦେହ ହୁଏ ତେବେ ବଡ଼ ପାଟି କରି ତୁରନ୍ତ ଲୋକଙ୍କୁ ଏକାଠି କରନ୍ତୁ। ଏପରି କଲେ ସେହି ବ୍ୟକ୍ତିଜଣକ ଆପଣଙ୍କ ସହିତ କୌଣସି ପ୍ରକାରର ଖରାପ ବ୍ୟବହାର କରିପାରିବେ ନାହିଁ।
ଜରୁରୀ ନମ୍ବରରେ ଫୋନ: ଅଫିସରୁ ଡେରି ରାତିରେ ଘରକୁ ଫେରିବା ସମୟରେ ଯଦି ସାମାନ୍ୟ ବିପଦର ସନ୍ଦେହ କିମ୍ବା ଅନୁଭବ କରିବା ମାତ୍ରେ ଜରୁରିକାଳୀନ ନମ୍ବରକୁ ଫୋନ୍‌ କରି ପୋଲିସର ସାହାଯ୍ୟ ନିଅନ୍ତୁ।
ଘର ଲୋକଙ୍କୁ ଜଣାନ୍ତୁ: ନାଇଟ୍‌ ସିଫ୍ଟରେ ଅଫିସ୍‌ ଛାଡିବା ମାତ୍ରେ ଘର ଲୋକଙ୍କୁ ଫୋନ୍‌ କରି ଜଣାଇ ଦିଅନ୍ତୁ। ତେଣୁ ଘରେ ପହଞ୍ଚିବା ସମୟ ବିଳମ୍ବ ହେଲେ ସେମାନେ ନିଜଆଡୁ ଆପଣଙ୍କ ସହିତ ଯୋଗାଯୋଗ କରି ଭଲମନ୍ଦ ବୁଝିବେ। ଏହା ବ୍ୟତୀତ ଯଦି ରାତି ବହୁତ ଅଧିକ ହୋଇଥାଏ ଏବଂ ଅଫିସରେ ରହିବାର ସୁବିଧା ଥାଏ ତେବେ ସକାଳ ପର୍ଯ୍ୟନ୍ତ ଅଫିସରେ ରହିଯାଆନ୍ତୁ।

ଏମାନେ କ’ଣ କହନ୍ତି
ରାସ୍ତାରେ ଗହଳି ଥାଏ: ଆମର ନାଇଟ୍‌ ସିଫ୍ଟ ନାହିଁ କିନ୍ତୁ ଦିନେ ଦିନେ ଅଫିସର କାମ ଏତେ ଅଧିକ ହୋଇଯାଏ ଯେ ମୋର ଘରକୁ ଫେରିବାକୁ ରାତି ୧୦ଟା ହୋଇଯାଏ। ତେଣୁ ଘରକୁ ଏକା ଗାଡି ଆଣି ଫେରିବା ବେଳକୁ ପ୍ରଥମେ ଟିକେ ଭୟ ଲାଗେ, କିନ୍ତୁ ରାସ୍ତାରେ ଯିବାଆସିବା ଗହଳି ଦେଖି ଆଉ କିଛି ଲାଗେନି। ସେମିତି ଅଧିକ ଡେରି ହେଲେ ମୁଁ ଅଫିସର ଅନ୍ୟ ସହକର୍ମୀଙ୍କୁ ମୋ ସହ ଘର ପର୍ଯ୍ୟନ୍ତ ଯିବା ପାଇଁ ଅନୁରୋଧ କରିଥାଏ। ନଚେତ୍‌ ଘର ଲୋକଙ୍କୁ ଖବର ଦେଇ ଡକାଇ ତାଙ୍କ ସହିତ ଫେରେ। -ରାନୁସ୍ମିତା ସ୍ବାଇଁ
ଟେକ୍ନିକାଲ୍‌ ଆନାଲିଷ୍ଟ, ନିଟ୍‌ ଟେକ୍ନୋଲୋଜି, ବେଙ୍ଗାଲୁରୁ
ଅଫିସ ଗାଡ଼ିରେ ଫେରେ:ମତେ ଯେଉଁ ସମୟରେ ବି ଘରକୁ ଫେରିଲେ କୌଣସି ଅସୁବିଧା ହୁଏନି। କାହିଁକି ନା ଅଫିସ ଗାଡିରେ ସିକ୍ୟୁରିଟି ସହିତ ମୁଁ ଘରକୁ ଫେରେ। ଏବେ ତ ସବୁ ସେକ୍ଟରରେ ଝିଅମାନେ ସବୁ ସିଫ୍ଟରେ କାମ କରୁଛନ୍ତି। ତେଣୁ ରାତି ୮ଟା ହେଉ କି ୧୦ଟା ହେଉ ଯେଉଁ ସମୟରେ ଘରକୁ ଫେରିବାର ହେଲେ କିଛି ଅସୁବିଧା ହୁଏନି। ତେଣୁ ମୋର କାମ ସରିଲେ ମୁଁ ଆରାମରେ ଘରକୁ ଆସେ। -ଡକ୍ଟର ଦେବଦର୍ଶିନୀ ସାମନ୍ତରାୟ
ରିସର୍ଚ୍ଚ ସାଇଣ୍ଟିଷ୍ଟ, ଆଇଆଇଟି ମାଡ୍ରାସ, ଚେନ୍ନାଇ


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri