ଛତିଶଗଡ଼, ଆନ୍ଧ୍ରକୁ ରାତିଅଧିଆ ବାଲି ଚୋରାଚାଲାଣ

ନବରଙ୍ଗପୁର,୨୨ା୫(ବି.ପ୍ର.): ନବରଙ୍ଗପୁର ଜିଲାରୁ ଛତିଶଗଡ ଓ ଆନ୍ଧ୍ରକୁ ପ୍ରତିଦିନ ଶହଶହ ଟ୍ରକ୍‌ ବାଲି ଚୋରାଚାଲାଣ ହେଉଛି । ପ୍ରଶାସନର ଜାଣତରେ ବାଲି ମାଫିଆମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ରହୁଛନ୍ତି । ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି । ଏଥିଯୋଗୁ ବାଲି ମାଫିଆ ମାଲାମାଲ ହେଉଛନ୍ତି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପ୍ରଶାସନର ପାରିବାପଣିଆ ଉପରେ ଆଙ୍ଗୁଠି ଉଠାଇଛନ୍ତି ସ୍ଥାନୀୟ ଲୋକେ l ଭାସ୍କେଲ ନଦୀ ବାଲି ଘାଟରୁ ମେଶିନ ସାହାଯ୍ୟରେ ବାଲି ଉଠାଇ ଛତିଶଗଡ ସୀମାନ୍ତରେ ବେଆଇନ ଡମ୍ପିଂ କରି ମାଫିଆମାନେ ସାହସିକତା ଦେଖାଇ ବ୍ୟବସାୟ କରୁଛନ୍ତି l
ନବରଙ୍ଗପୁର ଜିଲା ପ୍ରଶାସନ ଓ ତହସିଲ ପକ୍ଷରୁ କେବଳ ଆଖିଠାର ସଦୃଶ ଗୋଟିଏ କିମ୍ବା ଦୁଇଟି ଗାଡିକୁ ଧରି ଚାଲାଣ କାଟି ନୀରବ ରହୁଛି ପ୍ରଶାସନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା କୋଡ଼ିଙ୍ଗା ତହସିଲ ଅଧୀନରେ। ଯାହାକୁ ନେଇ ଲୋକେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। କୋଡ଼ିଙ୍ଗା ତହସିଲ ଅଧୀନରେ ୨୪ ବାଲି ଘାଟ ରହିଛି l ସେମଧ୍ୟରୁ ୭ ବାଲି ଘାଟ ବନ୍ଦ ଥିବା ବେଳେ ୫ ଘାଟ ପୁନଃ ନିଲାମ କରାଯିବ ବୋଲି ଜଣାପଡିଛି। ସେହି ପରିପ୍ରେକ୍ଷୀରେ ‘ପଇଦାପାଲି’ ବାଲିଘାଟରୁ ୪.୩୩ ହେକ୍ଟରରୁ ୩୦୫୧୬ ସିଏମ୍‌ ବାଲି ଶ୍ରମିକମାନଙ୍କ ମାଧ୍ୟମରେ ନଦୀ କଡ଼ରୁ ଉଠାଇବାକୁ ଚୁକ୍ତିନାମା କରିଛନ୍ତି l ଲିଜ ଅବଧି ୨୦୨୪ ଜୁଲାଇ ପର୍ଯ୍ୟନ୍ତ ଥିଲେ ମଧ୍ୟ ଚୁକ୍ତିନାମାର ନିୟମ ଉଲ୍ଲଂଘନ କରୁଛନ୍ତି ଲିଜ୍‌ଧାରୀ l ସେ ନଦୀ କଡ଼ରୁ ବାଲି ନେବାର ଚୁକ୍ତି କରିଥିଲେ ମଧ୍ୟ ଭାସ୍କେଲ ନଦୀର ମଧ୍ୟ ଭାଗରୁ ଅସ୍ଥାୟୀ ସଡ଼କ କରି ମେଶିନ ସାହାଯ୍ୟରେ ଟନ ଟନ ବାଲି ଟିପ୍ପର ମାଧ୍ୟମରେ ଉଠାଇ ଅନ୍ୟ ଜିଲା ଓ ରାଜ୍ୟକୁ ଚୋରା ଚାଲାଣ ହେଉଛି l ଯାହାକୁ ନେଇ ନବରଙ୍ଗପୁର ଉପଜିଲାପାଳ ପ୍ରଶାନ୍ତ ରାଉତ ଚଢ଼ାଉ କରି ଜରିମାନା କାଟିଥିବା ଦେଖିବାକୁ ମିଳିଛି l
ସେହିଭଳି ବୋରଗା ବାଲି ଘାଟକୁ ପଦ୍ମନ ବିଷୋୟୀ ଲିଜ୍‌ ନେଇଥିଲା ବେଳେ ୧.୪୭୭ ହେକ୍ଟରରୁ ୧୮୬୫୦ ସିଏମ୍‌ ବାଲି ୨୦୨୬ ଜୁନ ପର୍ଯ୍ୟନ୍ତ ନେବାକୁ ଚୁକ୍ତିନାମା କରିଛନ୍ତି l କିନ୍ତୁ ଏଠାରେ ଛତିଶଗଡର ବାଲି ମାଫିଆମାନେ ପଶି ଆଖି ଦେଖାଇ ଜବରଦସ୍ତ ମେଶିନ ଓ ଟିପ୍ପର ମାଧ୍ୟମରେ ବାଲି ଉଠାଇ ଛତିଶଗଡକୁ ଚାଲାଣ କରୁଛନ୍ତି। କୋଡ଼ିଙ୍ଗା ତହସିଲ ପକ୍ଷରୁ ଜାଣିସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ l ସେଭଳି ଉକ୍ତ ତହସିଲ ଅନ୍ତର୍ଗତ ‘ଉକିଆପାଲି’ ଗ୍ରାମ ନିକଟରେ ପ୍ରଶାସନ ତରଫରୁ କାହାକୁ ବାଲି ଲିଜ ଦିଆଯାଇନଥିବା ବେଳେ ଏଠାରେ ଦିନ ରାତି ଛତିଶଗଡ ଅଞ୍ଚଳର ମାଫିଆମାନେ ଜବରଦସ୍ତ ପଶି ବେଆଇନ ଭାବେ ବାଲି ଛତିଶଗଡ ରାଜ୍ୟକୁ ଚାଲାଣ କରୁଛନ୍ତି। ଯାହାକୁ ନେଇ ବିଗତ ଦିନରେ ଅନେକ ମାଫିଆଙ୍କ ବିରୁଦ୍ଧରେ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ବାଲି ଚାଲାଣ ରୋକିବାରେ ପ୍ରଶାସନ ବିଫଳ ହୋଇଛି l
୨୦୨୨ରେ ଛତିଶଗଡର ବାଲି ମାଫିଆଙ୍କ ବିରୋଧରେ ତତ୍କାଳୀନ ତହସିଲଦାର ସ୍ଥାନୀୟ ଥାନାରେ ଏତଲା ରୁଜୁ କରିବା ସହ ୮ଲକ୍ଷ ଟଙ୍କା ଫାଇନ ପକାଇଥିଲେ ମଧ୍ୟ କେହି ଭୟ କରୁ ନ ଥିବା ଦେଖିବାକୁ ମିଳିଛି l ସେହିଭଳି ଜିଲାର ୧୦ଟି ତହସିଲ ଅଧୀନରେ ଥିବା ଅନ୍ୟ ଘାଟଗୁଡ଼ିକରୁ ମଧ୍ୟ ବେଆଇନ ବାଲି ଉଠାଇ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡକୁ ଚୋରା ଚାଲାଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି l କୋଡ଼ିଙ୍ଗା ତହସିଲ ପକ୍ଷରୁ ୨୦୨୨-୨୩ରେ ବାଲି ଚାଲାଣ ଚଢ଼ାଉ କରି ୭୩ ଟିପ୍ପରରୁ ୨୨ ଲକ୍ଷ ୫୪ ହଜାର ୨୯୪ ଟଙ୍କା ଆଦାୟ କରାଯାଇଥିଲା। କିନ୍ତୁ ପ୍ରତିଦିନ ୩ ଶହରୁ ଊର୍ଦ୍ଧ୍ୱ ଟିପ୍ପର ବାଲି ଚୋରାଚାଲାଣ ହେଉଥିବା ବେଳେ ଗୋଟିଏ ଆର୍ଥିକ ବର୍ଷରେ ମାତ୍ର ୭୩ ଟିପ୍ପରକୁ ପ୍ରଶାସନ ଧରି ବାହାବା ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l
ସେହିଭଳି ଚଳିତ ୨୦୨୩-୨୪ରେ ବର୍ତ୍ତମାନ ସୁଦ୍ଧା ୭ ଗାଡ଼ିକୁ ଚଢାଉ କରି ୨ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l
ଅନ୍ୟପଟେ ଏସବୁ ଅଭିଯୋଗକୁ ନବରଙ୍ଗପୁର ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ସ୍ବୀକାର କରିଥିବା ବେଳେ ଜିଲା ପ୍ରଶାସନ ତରଫରୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇ ଚଢ଼ାଉ ଜାରି ରହିଛି ବୋଲି କହିଛନ୍ତି l ସେହିଭଳି ଛତିଶଗଡକୁ ବାଲି ଚୋରାଚାଲାଣ ରୋକିବାକୁ ଜିଲାପାଳ ଆଗାମୀ ଦିନରେ ଏକ ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଯୋଜନା କରୁଥିବା ବେଳେ ବାଲିଘାଟଗୁଡିକରେ ଚଢ଼ାଉ ଜାରି ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ।

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri