ଫେରିଲା ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ନୂତନ ଗାଇଡ୍‌ଲାଇନ ଆଣିଛନ୍ତି। ଏସ୍‌ଆର୍‌ସି ପ୍ରଦୀପ ଜେନା ଗୁରୁବାର ଏହି ନୂତନ ଗାଇଡ୍‌ଲାଇନ ଘୋଷଣା କରିଛନ୍ତି। ଗାଇଡ୍‌ଲାଇନରେ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ସମସ୍ତ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇର୍ଟ କର୍ଫ୍ୟୁ ରହିବ। କେବଳ କଟକ ଓ ଭୁବନେଶ୍ୱର ଟୁଇନ ସିଟିରେ ନାଇଟ୍‌ କର୍ଫ୍ୟୁକୁ ଅଧିକ କଡାକଡ଼ି କରାଯାଇଛି। ଅକ୍ଟୋବର ୧୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ଏହି ୨ ଜିଲାର ସହରାଞ୍ଚଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ରହିବା ନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ସେପ୍ଟେମ୍ବରରେ ଅନ୍ୟ ଯାହା କଟକଣା ରହିଥିଲା ଅକ୍ଟୋବରରେ ମଧ୍ୟ ଏହା ବଳବତ୍ତର ରହିବ। ପୂଜା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri