ଆଜିଠୁ ୧୦ ଜିଲାରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ସୀମାନ୍ତ ଜିଲାଗୁଡ଼ିକରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ ଜିଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଥିବାବେଳେ ଦିନ କର୍ଫ୍ୟୁକୁ ନେଇ ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)। ରାଜ୍ୟରେ କୋଭିଡ୍‌-୧୯ ସ୍ଥିତି ନିୟନ୍ତ୍ରଣରେ ରହିଛି। ସରକାର ସବୁଦିଗରୁ ଟିକିନିଖି ଅନୁଧ୍ୟାନ କରି ପଦକ୍ଷେପ ନେଉଛନ୍ତି। ଏଭଳି ସ୍ଥିତିରେ ରାଜ୍ୟରେ ଦିନ କର୍ଫ୍ୟୁ ଜାରି ହେବାର କୌଣସି ଯୋଜନା ହୋଇ ନ ଥିବା ଏସ୍‌ଆର୍‌ସି ଟୁଇଟ୍‌ କରି ଜଣାଇଛନ୍ତି। ରବିବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିନ କର୍ଫ୍ୟୁ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଆସନ୍ତା ୪/୫ଦିନ ମଧ୍ୟରେ ଏହା ଲାଗୁ ହୋଇପାରେ। ତେଣୁ ସମସ୍ତେ ସଚେତନ ହୋଇ ସରକାରଙ୍କ କଟକଣାକୁ ପାଳନ କରିବା ଉଚିତ ବୋଲି ବାଚସ୍ପତି କହିଥିଲେ। ଏହାକୁ ନେଇ ରାଜ୍ୟବାସୀ ଛାନିଆ ହୋଇପଡିଥିବାବେଳେ ଏସ୍‌ଆର୍‌ସିଙ୍କ ସ୍ପଷ୍ଟୀକରଣ ଆଶ୍ୱସ୍ତି ଦେଇଛି।
ଅନ୍ୟପକ୍ଷରେ ଛତିଶଗଡ଼ ସମେତ ଅନ୍ୟ ପଡୋଶୀ ରାଜ୍ୟରୁ ସଂକ୍ରମଣ ଓଡ଼ିଶାକୁ ବ୍ୟାପୁଥିବାରୁ ସୀମାନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ୧୦ ଜିଲାରେ ରାଜ୍ୟ ସରକାର ନାଇଟ୍‌ କର୍ଫ୍ୟୁ ଜାରି କରିଥିଲେ। ଏହା ସୋମବାରଠାରୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଜରୁରିକାଳୀନ ସେବା ଛାଡ଼ିଦେଲେ ସମସ୍ତ ଦୋକାନ, ବାଣିଜି୍ୟକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଓ ଅନୁଷ୍ଠାନ ବନ୍ଦ ରହିବ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି

ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ରାଜ୍ୟକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍‌। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜିଲା ପ୍ରଶାସନ କିମ୍ବା ମହାନଗର ନିଗମ କମିଶନର କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିପାରିବେ ବୋଲି ଏପ୍ରିଲ ପାଇଁ ଜାରି ନିର୍ଦ୍ଦେଶନାମାରେ ଏସ୍‌ଆର୍‌ସି କହିଥିଲେ। ଏବେ ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳକୁ କଣ୍ଟେନମେଣ୍ଟ ଫେରିଛି। ଶନିବାରଠାରୁ ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବାବେଳେ ରବିବାର ଝାରସୁଗୁଡ଼ା ପୌର ପରିଷଦର ୮ ଅଞ୍ଚଳ, କିରିମିରା ବ୍ଲକର ୩ ଅଞ୍ଚଳ ସହ ଲଖନପୁରର ଗୋଟିଏ ଅଞ୍ଚଳକୁ ଝାରସୁଗୁଡ଼ା ଜିଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ସେହିପରି କଳାହାଣ୍ଡି ଜିଲାର ଚିଲଚିଲା ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଗାଁରୁ ଏକାଥରକେ ୭ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଏପଟେ ରାଜ୍ୟରେ ଶେଷ ୨୪ ଘଣ୍ଟାରେ ଆଉ ୪୭୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୮୫ଜଣ ରହିଥିବାବେଳେ କଳାହାଣ୍ଡିରୁ ୫୦, ନୂଆପଡ଼ାରୁ ୪୨, ଖୋର୍ଦ୍ଧାରୁ ୪୦, ବଲାଙ୍ଗୀରରୁ ୩୬ ଓ ଅନ୍ୟ ଜିଲାରୁ ଏହାଠାରୁ କମ୍‌ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୬୯୫ରେ ପହଞ୍ଚତ୍ଛି। ସେପଟେ ଦୀର୍ଘଦିନ ପରେ ରାଜ୍ୟରେ ଆଉଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧାର ଜଣେ ୨୯ବର୍ଷୀୟା ମହିଳା। ସେ ରକ୍ତହୀନତା ରୋଗରେ ମଧ୍ୟ ପୀଡିତ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜିନତ ମୃତ୍ୟୁ ସଂଖ୍ୟା ୧,୯୨୨କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri