Posted inଜାତୀୟ

ଦାଉଦଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ଏନ୍‌ଆଇଏ…

ନୂଆଦିଲ୍ଲୀ, ୧।୯ : ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ବିରୋଧରେ ଭାରତରେ କାର୍ଯ୍ୟ ତୀବ୍ର ହୋଇଛି। ପ୍ରକାଶ ଯେ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଦାଉଦଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଏହା ବ୍ୟତୀତ ଅଣ୍ଡରୱାଲର୍‌ଡ ଡନଙ୍କ ସହଯୋଗୀମାନଙ୍କ ଉପରେ ମଧ୍ୟ ପୁରସ୍କାର ଘୋଷଣା କରାଯାଇଛି। ଡି କମ୍ପାନୀ ସହ ଜଡିତ ଅନୁସନ୍ଧାନରେ ଏନଆଇଏ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷ କଥା ହେଉଛି, ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦାୟୀଥିବା ଦାଉଦ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ୨୫ ନିୟୁତ ଡଲାରର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।

ଜଣେ ଅଧିକାରୀ କହିଛନ୍ତି ଯେ ଦାଉଦଙ୍କ ଭାଇ ଅନିସ ଇବ୍ରାହିମ ଛଦ୍ମନାମ ହାଜି ଆନିସ, ଘନିଷ୍ଠ ସମ୍ପର୍କୀୟ ଜାଭେଦ ପଟେଲ ଛଦ୍ମନାମ ଜାଭେଦ ଚିକନା, ଶକିଲ ଶେଖ ଛଦ୍ମନାମ ଛୋଟା ଶକିଲ ଏବଂ ଇବ୍ରାହିମ ମୁଶ୍ଟାକ ଅବଦୁଲ ରଜାକ ମେମନ ଛଦ୍ମନାମ ଟାଇଗର ମେମୋନଙ୍କ ପାଇଁ ମଧ୍ୟ ଏନ୍‌ଆଇଏ ପୁରସ୍କାର ଘୋଷଣା କରିଛି। ଅଧିକାରୀ ଜଣକ ସୂଚନା ଦେଇଛନ୍ତି ଯେ ଦାଉଦଙ୍କ ଉପରେ ୨୫ ଲକ୍ଷ ଟଙ୍କା, ଛୋଟା ଶକିଲ ଉପରେ ୨୦ ଲକ୍ଷ ଟଙ୍କା, ଆନିସ, ଚିକନା ଏବଂ ମେମୋନଙ୍କ ଉପରେ ୧୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ରିପୋର୍ଟ…

ନୂଆଦିଲ୍ଲୀ, ୯।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ...

୭୫ ପ୍ରତିଶତ ଭାରତବାସୀ ଧର୍ମନିରପେକ୍ଷତା ଉପରେ କରନ୍ତି ବିଶ୍ୱାସ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୧୩।୬: ଦେଶର ତିନି ଚତୁର୍ଥାଂଶ ଲୋକ ଅର୍ଥାତ୍‌ ୭୫ ପ୍ରତିଶତ ଲୋକ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରନ୍ତି। ସେଣ୍ଟର ଫର୍‌ ଷ୍ଟଡିଜ୍‌ ଅଫ୍‌ ଡେଭଲପିଙ୍ଗ୍‌ ସୋସାଇଟିଜ୍‌(ସିଏସ୍‌ଡିଏସ୍‌)...

୮୦ ବର୍ଷରେ ପଦାର୍ପଣ କଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୨୨।୧୧: ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ନେତାଜୀଙ୍କୁ ଶୁଭେଚ୍ଛା...

କଳିଯୁଗ ଶେଷ-ସତ୍ୟଯୁଗ ଆରମ୍ଭ କହି ୨ ଝିଅଙ୍କୁ ହତ୍ୟା କଲେ ମାତାପିତା

ଚିତୋର, ୨୫।୧: ଅନ୍ଧବିଶ୍ୱାସ ଯୋଗୁ ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରିନ୍ସପଲ ଦମ୍ପତିି ସେମାନଙ୍କର ୨ ଝିଅଙ୍କୁ ଡମ୍ବେଲ୍‌ରେ ପିଟି...

ଇ-ରୁପି ଲଞ୍ଚ୍‌ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୮: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଇ-ରୁପି ଲଞ୍ଚ୍‌ କରିଛନ୍ତି। ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇ-ରୁପି ଶୁଭାରମ୍ଭ କରିଛନ୍ତି। ୟୁପିଆଇ...

କଂଗ୍ରେସକୁ ହାଇକୋର୍ଟଙ୍କ ନୋଟିସ: କହିଲେ ମତଦାତାଙ୍କୁ ଦିଆଯାଉନିି କି ଲାଞ୍ଚ!

ଆହ୍ଲାବାଦ,୨୦।୪: ଲୋକ ସଭା ନିର୍ବାଚନରେ କଂଗ୍ରେସର ଘୋଷଣା ପତ୍ରରେ ଗରୀବଙ୍କୁ ବର୍ଷକୁ ୭୨ହଜାର ଟଙ୍କା ଦେବାନେଇ ଘୋଷଣା ଉପରେ ନୋଟିସ୍‌ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟ...

ହୃଦୟ ଜିତିଲେ କେଜରିଓ୍ବାଲଙ୍କ ଫ୍ୟାନ୍‌ କୁନି ‘ମଫଲରମ୍ୟାନ’

ନୂଆଦିଲ୍ଲୀ,୧୧।୨: ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ପଥେ ଅଗ୍ରସର ହେଉଥିବା ବେଳେ...

ଅନ୍‌ଲାଇନରେ ନିଲାମ ବିଜ୍ଞାପନ

ପ୍ରଥମେ ସୁଲ୍ଲି ଡିଲ୍ସ ଏବେ ବୁଲ୍ଲି ବାଈ ଆପ୍‌। ଗତ ବର୍ଷ ସୁଲ୍ଲି ଡିଲ୍ସ ଆପ୍‌ ନିଷିଦ୍ଧ ହେବା ପରେ ବୁଲ୍ଲି ବାଈ ଆପ୍ଲିକେଶନକୁ ନେଇ...

Advertisement
Archives

Model This Week