ମହାନଦୀ ବାର୍ଫି ପ୍ରକଳ୍ପରେ ଏନ୍‌ଜିଟି ରୋକ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ମହାନଦୀ ବେଳାଭୂମିରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ବାଲିଯାତ୍ରା ନଦୀ ସମ୍ମୁଖ ବିକାଶ(ବାର୍ଫି) ପ୍ରକଳ୍ପକୁ ଲାଗିଛି ବଡ଼ ଝଟ୍‌କା। ମହାନଦୀ କୂଳରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଶନିବାର ରୋକ ଲଗାଇଛନ୍ତି। ମହାନଦୀ କୂଳର କୌଣସି ସ୍ଥାୟୀ ନିର୍ମାଣ ହେଲେ ଏହା ନଦୀର ଜଳସ୍ରୋତ ପ୍ରଭାବିତ କରିବା ସହ ବନ୍ୟା, ପାନୀୟ ଜଳ, ପରିବେଶ ଏବଂ ତଟଦେଶର ଜୈବବିବିଧତା ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏନ୍‌ଜିଟି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ବିଆର୍‌ଏଫ୍‌ଆଇ ପ୍ରକଳ୍ପ ମାଧ୍ୟମରେ ମହାନଦୀ କୂଳକୁ ସୌନ୍ଦର୍ଯ୍ୟକରଣ କରିବା ସହ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅପରକ୍ଷପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜୋବ୍ରା ବ୍ୟାରେଜର ଜଳଧାରଣ କ୍ଷମତା ହ୍ରାସ ହେବା ସହ ପରିବେଶ ଉପରେ ବିଶେଷମାତ୍ରାରେ ପ୍ରଭାବ ପକାଇବ। ନଦୀକୂଳର ପ୍ରାକୃତିକ ବୈଭବ ନଷ୍ଟ ହେବ। ତେଣୁ ମହାନଦୀ ଅବବାହିକାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ଏନ୍‌ଜିଟି ଅଧ୍ୟକ୍ଷ ଆଦର୍ଶ ଗୋଏଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୩କୁ ସ୍ଥିର କରାଯାଇଛି।

ପ୍ରକଳ୍ପକୁ ବିରୋଧ କରି ଆଗତ ଆବେଦନରେ ଦର୍ଶାଯାଇଛି ଯେ ନଦୀକୂଳରେ ନିର୍ମାଣ ହେବା ଦ୍ୱାରା ପାନୀୟ ଜଳ ଯୋଗାଣରେ ବାଧା ସୃଷ୍ଟି କରିବା ସହ ନଦୀଗର୍ଭ ଖନନରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏପରି କି କଟକ ସହରକୁ ବନ୍ୟା ବିପଦ ମଧ୍ୟ ବଢ଼ିଯିବ। ୨୦୨୦ ଡିସେମ୍ବର ୧୫ରେ ଏନ୍‌ଜିଟି ମାମଲାର ଶୁଣାଣି କରି ଆଇନ ଅନୁଯାୟୀ ସମସ୍ତ ନିୟମକୁ ଅନୁସରଣ କରି ନଦୀର ବନ୍ୟାଜଳକୁ ପ୍ରଭାବିତ ନ କରି ଓଡ଼ିଶା ସରକାରଙ୍କ ମେଡିକାଲ କଲେଜ ଓ ନଦୀ ସମ୍ମୁଖ ବିକାଶ ପ୍ରକଳ୍ପ କାର୍ଯ୍ୟ ପାଇଁ ଏକ କମିଟି ଦ୍ୱାରା ନିୟମାବଳୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବନ୍ୟା ଜୋନ୍‌ ଚିହ୍ନଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଏହାର ନୋଡାଲ ଏଜେନ୍ସି ଭାବେ ସମସ୍ତ ତଥ୍ୟ ଏନ୍‌ଜିଟି ନିକଟରେ ଉପସ୍ଥାପନ କରିବାକୁ ପୂର୍ବ ଆଦେଶରେ କୁହାଯାଇଥିଲା। ଏକ ବିଶେଷଜ୍ଞ କମିଟି ସହାୟତାରେ ସାଟେଲାଇଟ୍‌ ଚିତ୍ର, ଡିଜିଟାଲ ମ୍ୟାପ୍‌, ଜମିର ଉପଯୋଗିତା, ଜନବସତି, ବନ୍ୟାର ପ୍ରଭାବ ଏବଂ ବନ୍ୟା ଜୋନ୍‌ ପାଇଁ ‘ଫ୍ଲଡପ୍ଲେନ ଜୋନିଂ ଷ୍ଟଡି ଫର ଦି ଆଇଡେଣ୍ଟିଫାଏଡ ଷ୍ଟ୍ରେଚେସ ଅଫ୍‌ ମହାନଦୀ ବେସିନ’ ନାମରେ ଏକ ପ୍ରକଳ୍ପ କରିବାକୁ ୨୦୨୧ ଅକ୍ଟୋବର ୪ରେ ହୋଇଥିବା ଶୁଣାଣି ବେଳେ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଗତ ୨୫ ବର୍ଷର ବନ୍ୟା ଉପରେ ହୋଇଥିବା ଅଧ୍ୟୟନ ଅନୁଯାୟୀ ମହାନଦୀ ଉପକୂଳ କଟକ ସହରର ମୁଣ୍ଡଳୀ ବ୍ୟାରେଜରୁ ଜୋବ୍ରା ବ୍ୟାରେଜ ମଧ୍ୟରେ ଥିବା ପ୍ରାୟ ୨୫ଟି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏହି ଅଧ୍ୟୟନ ଜୈବ ବିବିଧତା ଏବଂ ଜଳଧାରଣ ବିଷୟକୁ ବିଚାରକୁ ନିଆଯାଇ ନ ଥିବା ଆବେଦନକାରୀ ପିଟିଶନରେ ଦର୍ଶାଇଛନ୍ତି। ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ପରିବେଶ ଓ ବନ୍ୟା ଜୋନ୍‌ ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ଅଧ୍ୟୟନ ରିପୋର୍ଟ ପ୍ରଦାନ କରିବାକୁ ସିପିସିବିକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୨୩ ତାରିଖରେ ହେବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ ଏମ୍ସ ପ୍ଲସ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ମହାନଦୀ କୂଳରେ ଥିବା ୧୭୫ ଏକର ଜମି ଉପରେ ନୂତନ ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରାଜ୍ୟ ସରକାର ମହାନଦୀ ଉପକୂଳକୁ ସୌନ୍ଦର୍ଯ୍ୟକରଣ କରିବା ସକାଶେ ବାର୍ଫି ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ମହାନଦୀ ଉପତ୍ୟକାର ୪୨୦ ଏକର ଜମିରେ ନିର୍ମାଣ କରାଯିବ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ପରେ ଏହି ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri