ମହାନଦୀ ବାର୍ଫି ପ୍ରକଳ୍ପରେ ଏନ୍‌ଜିଟି ରୋକ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ମହାନଦୀ ବେଳାଭୂମିରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ବାଲିଯାତ୍ରା ନଦୀ ସମ୍ମୁଖ ବିକାଶ(ବାର୍ଫି) ପ୍ରକଳ୍ପକୁ ଲାଗିଛି ବଡ଼ ଝଟ୍‌କା। ମହାନଦୀ କୂଳରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଶନିବାର ରୋକ ଲଗାଇଛନ୍ତି। ମହାନଦୀ କୂଳର କୌଣସି ସ୍ଥାୟୀ ନିର୍ମାଣ ହେଲେ ଏହା ନଦୀର ଜଳସ୍ରୋତ ପ୍ରଭାବିତ କରିବା ସହ ବନ୍ୟା, ପାନୀୟ ଜଳ, ପରିବେଶ ଏବଂ ତଟଦେଶର ଜୈବବିବିଧତା ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏନ୍‌ଜିଟି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ବିଆର୍‌ଏଫ୍‌ଆଇ ପ୍ରକଳ୍ପ ମାଧ୍ୟମରେ ମହାନଦୀ କୂଳକୁ ସୌନ୍ଦର୍ଯ୍ୟକରଣ କରିବା ସହ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅପରକ୍ଷପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜୋବ୍ରା ବ୍ୟାରେଜର ଜଳଧାରଣ କ୍ଷମତା ହ୍ରାସ ହେବା ସହ ପରିବେଶ ଉପରେ ବିଶେଷମାତ୍ରାରେ ପ୍ରଭାବ ପକାଇବ। ନଦୀକୂଳର ପ୍ରାକୃତିକ ବୈଭବ ନଷ୍ଟ ହେବ। ତେଣୁ ମହାନଦୀ ଅବବାହିକାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ଏନ୍‌ଜିଟି ଅଧ୍ୟକ୍ଷ ଆଦର୍ଶ ଗୋଏଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୩କୁ ସ୍ଥିର କରାଯାଇଛି।

ପ୍ରକଳ୍ପକୁ ବିରୋଧ କରି ଆଗତ ଆବେଦନରେ ଦର୍ଶାଯାଇଛି ଯେ ନଦୀକୂଳରେ ନିର୍ମାଣ ହେବା ଦ୍ୱାରା ପାନୀୟ ଜଳ ଯୋଗାଣରେ ବାଧା ସୃଷ୍ଟି କରିବା ସହ ନଦୀଗର୍ଭ ଖନନରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏପରି କି କଟକ ସହରକୁ ବନ୍ୟା ବିପଦ ମଧ୍ୟ ବଢ଼ିଯିବ। ୨୦୨୦ ଡିସେମ୍ବର ୧୫ରେ ଏନ୍‌ଜିଟି ମାମଲାର ଶୁଣାଣି କରି ଆଇନ ଅନୁଯାୟୀ ସମସ୍ତ ନିୟମକୁ ଅନୁସରଣ କରି ନଦୀର ବନ୍ୟାଜଳକୁ ପ୍ରଭାବିତ ନ କରି ଓଡ଼ିଶା ସରକାରଙ୍କ ମେଡିକାଲ କଲେଜ ଓ ନଦୀ ସମ୍ମୁଖ ବିକାଶ ପ୍ରକଳ୍ପ କାର୍ଯ୍ୟ ପାଇଁ ଏକ କମିଟି ଦ୍ୱାରା ନିୟମାବଳୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବନ୍ୟା ଜୋନ୍‌ ଚିହ୍ନଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଏହାର ନୋଡାଲ ଏଜେନ୍ସି ଭାବେ ସମସ୍ତ ତଥ୍ୟ ଏନ୍‌ଜିଟି ନିକଟରେ ଉପସ୍ଥାପନ କରିବାକୁ ପୂର୍ବ ଆଦେଶରେ କୁହାଯାଇଥିଲା। ଏକ ବିଶେଷଜ୍ଞ କମିଟି ସହାୟତାରେ ସାଟେଲାଇଟ୍‌ ଚିତ୍ର, ଡିଜିଟାଲ ମ୍ୟାପ୍‌, ଜମିର ଉପଯୋଗିତା, ଜନବସତି, ବନ୍ୟାର ପ୍ରଭାବ ଏବଂ ବନ୍ୟା ଜୋନ୍‌ ପାଇଁ ‘ଫ୍ଲଡପ୍ଲେନ ଜୋନିଂ ଷ୍ଟଡି ଫର ଦି ଆଇଡେଣ୍ଟିଫାଏଡ ଷ୍ଟ୍ରେଚେସ ଅଫ୍‌ ମହାନଦୀ ବେସିନ’ ନାମରେ ଏକ ପ୍ରକଳ୍ପ କରିବାକୁ ୨୦୨୧ ଅକ୍ଟୋବର ୪ରେ ହୋଇଥିବା ଶୁଣାଣି ବେଳେ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଗତ ୨୫ ବର୍ଷର ବନ୍ୟା ଉପରେ ହୋଇଥିବା ଅଧ୍ୟୟନ ଅନୁଯାୟୀ ମହାନଦୀ ଉପକୂଳ କଟକ ସହରର ମୁଣ୍ଡଳୀ ବ୍ୟାରେଜରୁ ଜୋବ୍ରା ବ୍ୟାରେଜ ମଧ୍ୟରେ ଥିବା ପ୍ରାୟ ୨୫ଟି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏହି ଅଧ୍ୟୟନ ଜୈବ ବିବିଧତା ଏବଂ ଜଳଧାରଣ ବିଷୟକୁ ବିଚାରକୁ ନିଆଯାଇ ନ ଥିବା ଆବେଦନକାରୀ ପିଟିଶନରେ ଦର୍ଶାଇଛନ୍ତି। ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ପରିବେଶ ଓ ବନ୍ୟା ଜୋନ୍‌ ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ଅଧ୍ୟୟନ ରିପୋର୍ଟ ପ୍ରଦାନ କରିବାକୁ ସିପିସିବିକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୨୩ ତାରିଖରେ ହେବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ ଏମ୍ସ ପ୍ଲସ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ମହାନଦୀ କୂଳରେ ଥିବା ୧୭୫ ଏକର ଜମି ଉପରେ ନୂତନ ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ରାଜ୍ୟ ସରକାର ମହାନଦୀ ଉପକୂଳକୁ ସୌନ୍ଦର୍ଯ୍ୟକରଣ କରିବା ସକାଶେ ବାର୍ଫି ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ମହାନଦୀ ଉପତ୍ୟକାର ୪୨୦ ଏକର ଜମିରେ ନିର୍ମାଣ କରାଯିବ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ପରେ ଏହି ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?