Posted inଫୁରସତ

ବିବାହ ଟିକେଟ ବିକି ୧.୧୬ କୋଟି ରୋଜଗାର କଲେ ନବ ଦମ୍ପତି, ପୂରା ଘଟଣା ଜାଣିଲେ…

ୱାଶିଂଟନ: ସାମ୍ପ୍ରତିକ ସମୟରେ ବିବାହ ଅତ୍ୟନ୍ତ ବ୍ୟୟବହୁଳ ହେବା ସହ ଏହାର ଖର୍ଚ୍ଚ ବଢ଼ି ଚାଲିଥିବାବେଳେ ଏକ ଆମେରିକୀୟ ନବ ଦମ୍ପତି ନିଜ ବିବାହର ଟିକେଟ୍‌ ବିକ୍ରି କରି ଏହାକୁ ଏକ ଇଭେଣ୍ଟରେ ପରିଣତ କରିଛନ୍ତି। ଏହି ପ୍ରକ୍ରିୟାରେ ଉଭୟେ ୧,୩୨,୫୫୦ ଡଲାର (ପ୍ରାୟ ୧.୧୬ କୋଟି ଟଙ୍କା)ରୁ ଅଧିକ ସଂଗ୍ରହ କରିଛନ୍ତି।
ଗତ ୧ ତାରିଖରେ ଆମେରିକାର ଇଡାହୋ ରାଜ୍ୟର ଇଗଲ ସହରରେ ୨ ଉଦ୍ୟୋଗପତି ମାର୍ଲି ଜ୍ୟାକ୍ସ (୩୪) ଓ ଷ୍ଟିଭ୍‌ ଜେ ଲାର୍ସନ (୩୭) ବିବାହ କରିଥିଲେ। ସେମାନେ ନିଜ ବିବାହର ଟିକେଟ୍‌ ବିକ୍ରି କରି ଏହାକୁ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ପରିଣତ କରିଥିଲେ। ଏହି ବିବାହରେ ଅତିଥିମାନଙ୍କୁ ଦେୟଯୁକ୍ତ ପ୍ରବେଶ କରିବାକୁ ପଡ଼ିଥିଲା। ଉଭୟେ ମାର୍ଲି ଓ ଷ୍ଟିଭ୍‌ ଉଦ୍ୟୋଗପତି ହୋଇଥିବାରୁ ବ୍ୟବସାୟିକ କାର୍ଯ୍ୟକ୍ରମର ଆୟୋଜନ କରିବାରେ ସେମାନଙ୍କର ଅଭିଜ୍ଞତା ଥିଲା। ମାର୍ଲି କହିଛନ୍ତି, ସମ୍ପ୍ରତି ଆମେରିକାରେ ବିବାହ ଖର୍ଚ୍ଚ ବଢ଼ି ଚାଲିଛି। କେବଳ କେକ୍‌ କାଟିବା ସେବାର ମୂଲ୍ୟ ୬୫୦ ଡଲାର (ପ୍ରାୟ ୫୪ ହଜାର ଟଙ୍କା) ପର୍ଯ୍ୟନ୍ତ ରହିଛି। ସେ ଏବଂ ଷ୍ଟିଭ୍‌ ନିଜ ବିବାହକୁ ବୋଝରେ ପରିଣତ କରିବାକୁ ଚାହୁଁ ନ ଥିଲେ। ବିବାହରେ ଯୋଗଦେବାକୁ ଥିବା ଅତିଥିମାନେ ଉପହାର ଦେବା ବଦଳରେ କେବଳ ନିଜ ନିଜ ଖାଦ୍ୟର ଖର୍ଚ୍ଚ ବହନ କରନ୍ତୁ ବୋଲି ସେମାନେ ଚାହୁଁଥିବା ମାର୍ଲି କହିଛନ୍ତି। ତେଣୁ ତାଙ୍କ ବିବାହରେ ଯୋଗଦେବା ପାଇଁ ଏହି ଦମ୍ପତି ଅତିଥିମାନଙ୍କୁ ଟିକେଟ୍‌ କିଣିବାକୁ ନିମନ୍ତ୍ରଣ କରିଥିଲେ। ଟିକେଟ କିଣିବା ପାଇଁ ୨ଟି ଟାୟାର ରହିଥିଲା। ପ୍ରଥମ ଟାୟାରରେ ୫୭ ଡଲାର (ପ୍ରାୟ ୪,୭୫୦ ଟଙ୍କା) ମୂଲ୍ୟ ସହ ମୌଳିକ ଟିକେଟ୍‌ ଉପଲବ୍ଧ ଥିଲା, ଯାହା ସାହାଯ୍ୟରେ ଜଣେ ଅତିଥିଙ୍କୁ ବିବାହ ସମାରୋହ ଏବଂ ଭୋଜି ପାଇଁ ପ୍ରବେଶର ଅନୁମତି ମିଳିଥିଲା।
ସେହିପରି ଦ୍ବିତୀୟ ଟାୟାରରେ ୯୯୭ ଡଲାର (ପ୍ରାୟ ୮୩,୦୦୦ ଟଙ୍କା) ମୂଲ୍ୟ ସହ ଭିଆଇପି ଟିକେଟ୍‌ ଉପଲବ୍ଧ ଥିଲା, ଯାହା ସାହାଯ୍ୟରେ ୨ ଜଣ ଅତିଥିଙ୍କୁ ବିବାହ ଭୋଜି ସମେତ ବିଭିନ୍ନ ପ୍ରି ଏବଂ ପୋଷ୍ଟ ୱେଡ଼ିଂ କାର୍ଯ୍ୟକ୍ରମଗୁଡିକରେ ପ୍ରବେଶର ଅନୁମତି ମିଳିଥିଲା। ତେବେ ଏହି ଟିକେଟ କିଣାରୁ ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟକୁ ବାଦ୍‌ ଦିଆଯାଇଥିଲା। କେବଳ ମାର୍ଲି ଏବଂ ଷ୍ଟିଭ୍‌ଙ୍କ ବୃତ୍ତିଗତ ଏବଂ ସୋସିଆଲ ମିଡିଆ ନେଟ୍‌ୱର୍କର ଲୋକମାନେ ଟିକେଟ କିଣି ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ତେବେ ଏପରି ବିବାହକୁ ସୋସିଆଲ ମିଡିଆରେ ଅନେକେ ସମାଲୋଚନା କରିଛନ୍ତି। ଏହାର ଉତ୍ତରରେ ମାର୍ଲି ଏବଂ ଷ୍ଟିଭ୍‌ କହିଛନ୍ତି, ସେମାନେ ଏପରି ବିବାହ ଲାଭ ପାଇବା ପାଇଁ କରିନାହାନ୍ତି। ବିବାହ ଖର୍ଚ୍ଚ ବ୍ୟତୀତ ତାଙ୍କୁ ମିଳିଥିବା ଅତିରିକ୍ତ ୯୬, ୨୦୦ ଡଲାର (ପ୍ରାୟ ୮୫ ଲକ୍ଷ ଟଙ୍କା)କୁ ସେମାନେ କେନିଆରେ ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭିଲେଜ୍‌ ଇମ୍ପାକ୍ଟ ନାମକ ଏକ ଅଣଲାଭକାରୀ ସଂସ୍ଥାକୁ ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri