Posted inଜାତୀୟ

ବିବାହକୁ ୩ ଦିନ ପୂରିନି, ୩ ସନ୍ତାନର ପିତାଙ୍କ ସହ ଫେରାର ହୋଇଗଲେ ନବବଧୂ

ପାଟଣା,୨ା୪: ବିବାହର ତିନି ଦିନ ପରେ ଜଣେ ନବବଧୂ ୩ ସନ୍ତାନର ପିତା ଅର୍ଥାତ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ଏମିତି ଘଟଣା ଘଟିଛି ବିହାରର ଜମୁଇଠାରେ। ଜିଲାର ଲକ୍ଷ୍ମୀପୁର ନିବାସୀ ୨୦ ବର୍ଷୀୟା ଯୁବତୀଙ୍କ ବାପା ଏକ ଅପହରଣ ମାମଲା ରୁଜୁ କରିଥିଲେ। ଯୁବତୀଙ୍କ ପରିବାର ସଦସ୍ୟ ଖଇରା ଅଞ୍ଚଳର ବୀରେନ୍ଦ୍ର ଦାସ ତାଙ୍କ ଝିଅକୁ ଅପହରଣ କରିଥିବା ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ପରେ ପୋଲିସ ଅନୁସନ୍ଧାନ କରି  ନବବଧୂଙ୍କୁ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର କରିଛି। କିନ୍ତୁ ତା’ର ପ୍ରେମିକ ଏବେ ବି ଫେରାର ଅଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଅଞ୍ଜଳି କୁମାରୀ ନାମକ ଜଣେ ଯୁବତୀ ଗତ ମାସରେ ପାଟଣାର ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ମାତ୍ର ତିନି ଦିନ ପରେ ଅଞ୍ଜଳି ତାଙ୍କ ପ୍ରେମିକଙ୍କ ସହ ପଳାଇ ଯାଇଥିଲେ। ପରେ ତାଙ୍କ ପିତା ଅପହରଣ ମାମଲା ଦାୟର କରିଥିଲେ।

କୁହାଯାଉଛି, ଅଞ୍ଜଳିଙ୍କ ପ୍ରେମିକ ବୀରେନ୍ଦ୍ର ତିନି ସନ୍ତାନର ପିତା। ସୁସ୍ଥ ହେବା ପରେ ଅଞ୍ଜଳିଙ୍କୁ ସଦର ଡାକ୍ତରଖାନାକୁ ଅଣାଯାଇଥିଲା, ଯେଉଁଠାରେ ସେ ଅପହରଣ ମିଥ୍ୟା ବୋଲି କହିଥିଲେ। ସେ ନିଜ ଇଚ୍ଛାରେ ପ୍ରେମିକଙ୍କ ସହିତ ଶାଶୁଘର ଘରୁ ପଳାଇ ଯାଇଥିଲେ। ଅଞ୍ଜଳି କହିଛନ୍ତି, ସେ ଅଢ଼େଇ ବର୍ଷ ଧରି ବୀରେନ୍ଦ୍ରଙ୍କୁ ଭଲ ପାଉଥିଲେ। ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ ମାତ୍ର ପରିବାର ଲୋକେ ଅନ୍ୟତ୍ର ବିବାହ କରାଇ ଦେଇଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଅଞ୍ଜଳି ବିବାହର ତିନି ଦିନ ପରେ ପ୍ରେମିକଙ୍କୁ ଶାଶୁଘରକୁ ଡାକି ତାଙ୍କ ସହ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶର ସ୍ବାସ୍ଥ୍ୟସେବା ସବୁଠୁ ଖରାପ

ନୂଆଦିଲ୍ଲୀ, ୨୭ା୧୨: ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ ସର୍ବୋତ୍ତମ। ସାମଗ୍ରିକ ସ୍ବାସ୍ଥ୍ୟସେବାରେ ମଧ୍ୟ...

ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ବାଦ୍‌

ନୂଆଦିଲ୍ଲୀ,୩ା୬(ପି.ଟି.): ଦେଶରେ ପୁଞ୍ଜିିନିବେଶ ବଢ଼ାଇବା ଲକ୍ଷ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ...

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ...

ପିଓକେ ଶିବିରରେ ୫୦୦ ଆତଙ୍କବାଦୀ

ଜମ୍ମୁ,୧୨ା୧୦(ପି.ଟି.): ପାକ୍‌-ଅଧିକୃତ କଶ୍ମୀର (ପିଓକେ)ସ୍ଥିତ ତାଲିମ ଶିବିରଗୁଡ଼ିକରେ ପ୍ରାୟ ୫୦୦ ଆତଙ୍କବାଦୀ ଅଛନ୍ତି। ସେମାନେ ଏଲ୍‌ଓସି ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି...

ଇସ୍ରାଏଲରେ ଫ୍ଲୋରୋନା ସଂକ୍ରମଣ

ନୂଆଦିଲ୍ଲୀ,୧।୧: ବିଶ୍ୱ କରୋନାରୁ ମୁକୁଳିବାକୁ ରାସ୍ତା ଖୋଜୁଥିବାବେଳେ ଇସ୍ରାଏଲର ନୂତନ କରି ‘ଫ୍ଲୋରୋନା’ ସଂକ୍ରମଣ ଚିହ୍ନଟ ହୋଇଛି। ଏହା କରୋନା ଏବଂ ଇନ୍‌ଫ୍ଲୁଏଞ୍ଜାର ଏକ ଦୋହରା...

ଭାରତ ପାକିସ୍ତାନ ବିରୋଧରେ କେବେ କରିବ ସାମରିକ କାର୍ଯ୍ୟାନୁଷ୍ଠାନ ? ଆମେରିକା ଗୁପ୍ତଚର ରିପୋର୍ଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଧିକ। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର...

ପ୍ରଥମ ରାଜ୍ୟ ଭାବେ ୪ କୋଟିରୁ ଊର୍ଦ୍ଧ୍ୱ ନମୁନା ଯାଞ୍ଚ୍‌ କଲା ଉତ୍ତରପ୍ରଦେଶ

ଲକ୍ଷ୍ନୌ,୨୭।୪: ଦେଶରେ ପ୍ରଥମ ରାଜ୍ୟ ଭାବେ କରୋନା ପାଇଁ ୪ କୋଟିରୁ ଊର୍ଦ୍ଧ୍ୱ ନମୁନା ଯାଞ୍ଚ୍‌ କରିଛି ଉତ୍ତର ପ୍ରଦେଶ। ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ...

ଲାଞ୍ଚ ନ ମିଳିବାରୁ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ହେଲା ୧୦୪ ବର୍ଷ

ବରେଲୀ,୨୧।୧: ଲାଞ୍ଚ ନ ମିଳିବାରୁ ଜଣେ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ୧୦୪ ବର୍ଷ କରାଯାଇଛି। ଉତ୍ତରପ୍ରଦେଶ ବରେଲୀର ଏକ ଅଦାଲତ...

Advertisement
Archives

Model This Week