ଶିଶୁ ପାଇଁ ନ୍ୟୁମୋକୋକାଲ ଟିକା

 

ଶିଶୁଟିଏ ଖାଲି ମାତାପିତାଙ୍କର ନୁହେଁ, ରାଷ୍ଟ୍ର ପାଇଁ ବି ଅମୂଲ୍ୟ ସମ୍ପଦ। ତା’ର ହସରେ ସଭିଙ୍କୁ ଦିଏ ଆନନ୍ଦ ଆଉ ତା’ ରୁଗ୍‌ଣତା ପାଲଟେ ପରିବାରରେ ଚିନ୍ତାର କାରଣ।
ଆମ ଦେଶରେ ପାଞ୍ଚବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ରୁଗ୍‌ଣତା ଓ ମୃତ୍ୟୁର ପ୍ରଧାନ କାରଣ ହେଉଛି ନିମୋନିଆ ରୋଗ। ଏହି ବୟସର ଶିଶୁ ମୃତ୍ୟୁହାର ପ୍ରତି ହଜାରରେ ୨୮ ଜଣ। ଦୁଃଖର ବିଷୟ ଯେ, ଏହି ମୃତ୍ୟୁ ମଧ୍ୟରୁ ୮ଟିର କାରଣ ହେଉଛି ନିମୋନିଆ। ସାମଗ୍ରିକ ଭାବରେ ଆକଳନ କଲେ ଆମ ଦେଶରେ ପ୍ରତିବର୍ଷ ୮ ଲକ୍ଷ ଅର୍ଥାତ୍‌ ଦିନକୁ ହାରାହାରି ୨୨୦୦ ନିରୀହ ଶିଶୁ ମୃତ୍ୟୁବରଣ କରିଥାନ୍ତି। ତେବେ ନ୍ୟୁମୋକୋକାଲ ଟିକା ଦ୍ୱାରା ଏହି ଶିଶୁ ମୃତ୍ୟୁ ହାର କମାଯାଇପାରେ।
ନିମୋନିଆ ରୋଗ ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଙ୍କୁ ହୋଇପାରେ। ଷ୍ଟ୍ରେପ୍ଟୋକେକସ୍‌ ନିମୋନି, ହେମୋଫାଇଲସ୍‌ ଇନ୍‌ଫ୍ଲୁଏଞ୍ଜି ଟାଇପ୍‌(ବି) ଜୀବାଣୁ ଏହାର ମୁଖ୍ୟ କାରଣ। ଏହା ବ୍ୟତୀତ ଅନ୍ୟ ଭୂତାଣୁ(ଭାଇରସ୍‌), ପାରାସାଇଟ୍‌ ଓ ଫଙ୍ଗସ୍‌ ଦ୍ୱାରା ମଧ୍ୟ ଏହି ରୋଗ ହୋଇଥାଏ। ଏମାନଙ୍କ ମଧ୍ୟରୁ ନ୍ୟୁମୋକୋକସ୍‌ର ପ୍ରାଦୁର୍ଭାବ ସର୍ବାଧିକ। ସୁଖର ବିଷୟ ଏହିକି ଯେ, ଏହି ମାରାତ୍ମକ ରୋଗ ପ୍ରତିରୋଧ ପାଇଁ ପ୍ରତିଷେଧକ ଟିକା ନ୍ୟୁମୋକୋକାଲ ଭ୍ୟାକ୍ସିନ୍‌ ଉପଲବ୍ଧ ଅଛି। ଯାହାକୁ ଆମ ଦେଶ ସମେତ ଅନେକ ଦେଶ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିସାରିଛନ୍ତି। ଆମ ଦେଶରେ ବିହାର, ହୀମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା ଆଦି ରାଜ୍ୟରେ ଏହି ଟିକା ସରକାରୀ ସ୍ତରରେ ଲାଗୁ କରାଯାଇଛି।
ଏହି ଟିକାର ପ୍ରକାର: ଏହି ଟିକା ମୁଖ୍ୟତଃ ୩ ପ୍ରକାରର ରହିଛି। ଯଥା- PCV-୧୦, PCV- ୧୩ ଏବଂ PPSV- ୨୩।
PCV-୧୦, PCV- ୧୩: ଏହି ଟିକା ଦ୍ୱୟ ନ୍ୟୁମୋକୋକାଲ୍‌ ଜୀବାଣୁର ଯଥାକ୍ରମେ ୧୩ଟି ସିରୋଟାଇପ୍‌ ଓ ୧୦ଟି ସିରୋଟାଇପ୍‌ ଦ୍ୱାରା ହେଉଥିବା ନିମୋନିଆରୁ ସୁରକ୍ଷା ଦେଇଥାଏ। ଶିଶୁର ବୟସ ୬ ସପ୍ତାହ ହୋଇ ଗଲେ ଏହି ଭ୍ୟାକ୍ସିନ୍‌ର ତିନୋଟି ଡୋଜ୍‌ ଇଞ୍ଜେକ୍ସନ ଯଥାକ୍ରମେ ୬, ୧୦ ଏବଂ ୧୪ ସପ୍ତାହରେ ଦିଆଯାଏ। ଏହାର ବୁଷ୍ଟର ଡୋଜ୍‌ ଶିଶୁକୁ ୧୫ରୁ ୧୮ ମାସରେ ଦିଆଯାଏ। କୌଣସି କାରଣରୁ ଏହି ସମୟରେ ଟିକା ନ ନେଇପାରିଲେ ଛଅ ମାସର ଶିଶୁକୁ ଏକ ମାସ ଅନ୍ତରରେ ୩ ଥର ଏବଂ ଏକ ବର୍ଷ ପରେ ବୁଷ୍ଟର ଡୋଜ୍‌ ଦେଇପାରିବେ। ଛଅମାସରୁ ଏକ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଏକ ମାସ ଅନ୍ତରରେ ଦୁଇଟି ଟିକା ଏବଂ ଏକ ବର୍ଷ ପରେ ବୁଷ୍ଟର ଟିକା ଦେଇପାରିବେ।
ଏକ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ PCV-୧୦ ଦୁଇଟି ଡୋଜ୍‌ ୫ ବର୍ଷ ବୟସ ଯାଏ କିମ୍ବା PCV-୧୩ ଦୁଇଟି ଡୋଜ୍‌(୧-୨ ବର୍ଷ) ଏବଂ ଆଉ ଗୋଟିଏ ଡୋଜ୍‌ (୨-୫ ବର୍ଷ ) ମଧ୍ୟରେ ଦିଆଯାଏ । PCV-୧୩ ଭ୍ୟାକ୍ସିନ୍‌ ୫୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଲାଗି ମଧ୍ୟ ଉପକାରୀ।
PPSV-୨୩: ଏହି ଟିକାଟି ଦୁଇ ବର୍ଷରୁ ଊର୍ଦ୍ଧ୍ୱ ଓ ବିପଦସଙ୍କୁଳ ପରିସ୍ଥିତିରେ ଥିବା ଯଥା- ହୃଦ୍‌ରୋଗୀ, ସିକିଲ୍‌ସେଲ୍‌ ଆନେମିଆ, ନେଫ୍ରୋଟିକ୍‌ ସିଣ୍ଡ୍ରୋମ ରୋଗ ଥିବା ଅଥବା କକ୍ଲିଆ ଇମ୍ପ୍ଲାଣ୍ଟ, ସ୍ପ୍ଲେନେକ୍ଟୋମୀ ହୋଇଥିବା ଶିଶୁ କିମ୍ବା ବ୍ୟକ୍ତିଙ୍କୁ ଦିଆଯାଏ।
ଟିକା ବ୍ୟବହାର ଦ୍ୱାରା ଶିଶୁର କର୍ଣ୍ଣପାଚିକା ଓ ମସ୍ତିଷ୍କ ପ୍ରଦାହ ରୋଗ ହୋଇ ନ ଥାଏ। ତେଣୁ ଅଭିଭାବକମାନେ ଶିଶୁ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଯଥା ସମୟରେ ଶିଶୁଙ୍କୁ ଏହି ଟିକାକରଣ କରାଇନେବା ଆବଶ୍ୟକ। ଏହା ଦ୍ୱାରା ବିଶ୍ୱରେ ୫ ବର୍ଷରୁ କମ୍‌ ଶିଶୁ ମୃତ୍ୟୁ ହାର ଅନେକାଂଶରେ କମିଯାଇପାରିବ।
– ଡା. ମୃତ୍ୟୁଞ୍ଜୟ ଦାସ ଶିଶୁରୋଗ ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri