ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି ମହିଳା ବେଲ ମାଝୀ(୩୪)ଙ୍କ ମୃତ୍ୟୁ ଘଟିଥିବାରୁ ସ୍ବାମୀ ସୁରଜିତ ମାଝୀ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ବେଲ ମାଝୀଙ୍କର ପ୍ରସବ ତାରିଖ ପାଖେଇ ଆସିବାରୁ ଗତ ୧୩ ତାରିଖରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏହିପରି ସ୍ଥଳେ ୧୪ ତାରିଖରେ ସକାଳ ସାଢ଼େ ୫ଟାରେ ବେଲ ହସସ୍ପିଟାଲର ଶୌଚାଳୟକୁ ପରିସ୍ରା ପାଇଁ ଯାଇଥିବା ବେଳେ ସେଠାରେ ହଠାତ୍‌ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ବେଲ ମାଝୀଙ୍କର ପ୍ରଚୁର ରକ୍ତସ୍ରାବ ଯୋଗୁ ଅଚେତ୍‌ ଅବସ୍ଥାରେ ପଡ଼ି ରହିଥିଲା। ଏହି ସମୟରେ ମେଡିକାଲ ଅଫିସର ଘଟଣାସ୍ଥଳରେ ପହଞ୍ଚି କିକିତ୍ସା କରିଥିଲେ। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁ ସକାଳ ୬ଟାରେ ବେଲଙ୍କୁ ଭବାନୀପାଟଣା କୁ ସ୍ଥାନାନ୍ତରିତ କରିଥିଲେ।କିନ୍ତୁ ହସ୍ପିଟାଲ ନେବା ବେଳେ ପାଷ୍ଠିକୁଡ଼ି ଗ୍ରାମ ନିକଟରେ ମୃତ୍ୟୁ ଘଟିଥିବା ବେଲ ମାଝୀ ର ସାମୀ ସୁରଜିତ ମାଝୀ କହିଛନ୍ତି। ଏହାସହ ସ୍ତ୍ରୀରୋଗ ବିଶେଷଜ୍ଞ କିମ୍ବା କାର୍ଯ୍ୟରତ ନର୍ସିଂ ଅଫିସର ମୃତ୍ୟୁ ପାଇଁ ଦାୟୀ ବୋଲି ସୁରଜିତ ସୋମବାର ଅନୁଷ୍ଠିତ ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଅଭୀନାଶ ପ୍ରଧାନଙ୍କୁ ପଚାରିବାରୁ ମୁଁ ତଦନ୍ତ ପାଇ ଯାଇଥିଲି,ସବୁ ରିପୋର୍ଟ ଧରି ଆସିଛି,ଏହା ଜିଲାସ୍ତରୀୟ ତଦନ୍ତ କରାଯିବା ସଙ୍ଗେ ନର୍ଲା ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍‌ ମଧ୍ୟ ତଦନ୍ତ କରିବେ। ପୀଡ଼ିତାଙ୍କ ଗ୍ରାମକୁ ଯାଇ ସମସ୍ତ ପ୍ରକାର ତଦନ୍ତ କରାଯିବ ଏବଂ ଶେଷରେ ଦୋଷୀଙ୍କ ନାମରେ ବିଚାର କରାଯିବ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ଯୋଗୁ ଚାଷ ବାଧାପ୍ରାପ୍ତ: ଚିନ୍ତାରେ ଚାଷୀ

ଲାଠୋର,୨୧ା୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତର ୫ ଖଣ୍ଡ ଗ୍ରାମର ୨୭ ଜଣ ଚାଷୀଙ୍କ ଏଲଆଇ ପଏଣ୍ଟରୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ଯୋଗୁ ଚାଷ…

ବିଦେଶ ଗସ୍ତରୁ ଫେରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି: ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ,…

ଯୁକ୍ତ ୨ ପରୀକ୍ଷା ଫଳରେ ବିକାଶର ସଫଳତା: ସମର୍ପିତା-ସତ୍ୟସୁନ୍ଦର କଲେଜ ଟପ୍ପର

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ…

ସୀମାନ୍ତକୁ ନଜର ନାହିଁ, ପଶୁଛି ଛତିଶଗଡ଼ ଧାନ: ସବୁଆଡ଼େ ଗଳାବାଟ

ବରଗଡ,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୦ଦିନ ବିତିଛି। କିନ୍ତୁ ଆରମ୍ଭରୁ ଧାନ ବିକ୍ରିବଟା ଶୀଥିଳ ହୋଇ ପଡ଼ିଛି।…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ଆମେରିକାକୁ ବଡ଼ ଝଟ୍‌କା: ଇରାନ ସହ ଯୁଦ୍ଧରେ ହରାଇଲା…

ଓ୍ବାଶିଂଟନ୍‌,୨୧।୫:ଇରାନ ବିରୋଧରେ ଫେବୃଆରୀ ୨୮ରେ ଆମେରିକା ଆରମ୍ଭ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏପିକ୍‌ ଫ୍ୟୁରିରେ ଓ୍ବାଶିଂଟନ ଲଢ଼ୁଆ ଜେଟ୍‌ ଓ ଡ୍ରୋନ୍‌ ସମେତ ୪୨ଟି ବିମାନ ହରାଇଥିବା…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri