Posted inଖେଳ

ସମସ୍ତ ପ୍ରକାର ଫର୍ମଟରୁ ଅବସର ଘୋଷଣା କଲେ ମାର୍ଟିନ ଗୁପ୍ଟିଲ୍, ଭାରତ ମୁହଁରୁ ଛଡାଇ ନେଇଥିଲେ ବିଜୟ

ନୂଆଦିଲ୍ଲୀ,୮।୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦୁର୍ଦଶ ବ୍ୟାଟର ମାର୍ଟିନ ଗୁପ୍ଟିଲ୍। ୩୮ ବର୍ଷୀୟ ଗୁପ୍ଟିଲ୍ ତାଙ୍କ ୧୪ ବର୍ଷର ଲମ୍ବା କ୍ୟାରିୟରରେ ସମସ୍ତ ପ୍ରକାର ଫାର୍ମଟରେ ନ୍ୟୁଜିଲାଣ୍ଡ ପାଇଁ ୩୬୭ ଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ତାଙ୍କର ୨୩ ଟି ଶତକ ସାମିଲ ରହିଛ।

ନ୍ୟୁଜିଲାଣ୍ଡ ଖେଳାଳି ଭାବେ ସେ ଟି୨୦ ରେ ୧୨୨ ମ୍ୟାଚ୍ ଖେଳି ସର୍ବାଧିକ ୩,୫୩୧ ରନ୍ ସ୍କୋର କରିଛନ୍ତି। ସେହିପରି ସେ ଦିନିକିଆରେ ୭,୩୪୬ ରନ୍ ସ୍କୋର କରି ରସ ଟେଲର ଏବଂ ଷ୍ଟେଫେନ ଫ୍ଲେମିଂଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି।

୨୦୦୯ ରେ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିବା ଗୁପ୍ଟିଲ୍ ନ୍ୟୁଜିଲାଣ୍ଡର ପ୍ରଥମ ଖେଳାଳି ଭାବେ ପଦାର୍ପଣ ମୁକାବିଲାରେ ଶତକ ହାସଲ କରିଥିଲେ।

ଅବସର ଘୋଷଣା କରି ସେ ଲେଖିଛନ୍ତି, “ଏକ ଛୋଟ ପିଲା ଭାବରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଖେଳିବା ସର୍ବଦା ମୋର ସ୍ୱପ୍ନ ଥିଲା ଏବଂ ମୁଁ ମୋ ଦେଶ ପାଇଁ ୩୬୭ ଟି ମ୍ୟାଚ୍ ଖେଳିଥିବାରୁ ମୁଁ ଅତ୍ୟନ୍ତ ଭାଗ୍ୟବାନ ଏବଂ ଗର୍ବିତ ଅନୁଭବ କରେ। ଏକ ବଡ଼ ଦଳ ସହିତ ରୂପା ଜର୍ସି ପିନ୍ଧିଥିବା ସ୍ମୃତିକୁ ମୁଁ ସବୁଦିନ ପାଇଁ ମନେ ରଖିବି ”ବୋଲି ଗୁପ୍ଟିଲ୍ କହିଛନ୍ତି।

ଏହି ଅବସରରେ ସେ ପତ୍ନୀ ଦୁଇ ପିଲା, ସମସ୍ତ ଦଳର ସାଥୀ ଖେଳାଳି ବଂ କୋଚିଂ କର୍ମଚାରୀଙ୍କୁ ବିଶେଷ ଭାବରେ ମାର୍କ ଓ’ଡୋନେଲଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ।

ଟେଷ୍ଟ ବିଷୟରେ କହିଲେ ଗୁପ୍ଟିଲ୍ ୪୭ ଟି ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ୨୫୮୬ ରନ୍ କରିଥିଲେ। ତାଙ୍କର ତିନୋଟି ଟେଷ୍ଟ ଶତକ ମଧ୍ୟ ରହିଛି। ଯାହା ସେ ୨୦୧୦ ରେ ବାଂଲାଦେଶ ବିପକ୍ଷରେ ୧୮୯, ୨୦୧୧ ରେ ଜିମ୍ବାୱେ ବିପକ୍ଷରେ ୧୦୯ ଏବଂ ୨୦୧୫ ରେ ଶ୍ରୀଲଙ୍କା ବିପକ୍ଷରେ ୧୫୬ ରନ୍ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିବାକୁ ପ୍ରସ୍ତୁତ ଯଶସ୍ୱୀ ଜୈସ୍ବାଲ; ସେପଟେ ବିରାଟ

ମୁମ୍ବାଇ,୧୪।୧: ଯଶସ୍ୱୀ ଜୈସ୍ବାଲ ରଣଜୀ ଟ୍ରଫି ଖେଳିବାକୁ ପ୍ରସ୍ତୁତ। ଏହି ପରିପ୍ରେକ୍ଷୀରେ, ସେ ତାଙ୍କ ନିଷ୍ପତ୍ତି ବିଷୟରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଅବଗତ କରାଇଛନ୍ତି। ମୁମ୍ବାଇ...

ଗୋଟିଏ ଦିନରେ ୫ ବଡ଼ ନିଷ୍ପତ୍ତି ନେଲା BCCI, ଜାଣନ୍ତୁ ଖେଳାଳିଙ୍କ ଲାଗି କ’ଣ କ’ଣ ଆଗକୁ ବଦଳିଯିବ…?

ନୂଆଦିଲ୍ଲୀ,୧୪।୧: ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ବିସିସିଆଇ ଶନିବାର ଏକ ସମୀକ୍ଷା ବୈଠକ କରିଥିଲା। ଏହି ଅବସରରେ ବୋର୍ଡ ଅନେକ ବଡ଼...

ଆଣ୍ଠେଇ ଆଣ୍ଠେଇ ତିରୁପତିଙ୍କୁ ଦର୍ଶନ କରିବାକୁ ପହଞ୍ଚିଲେ ଏହି କ୍ରିକେଟର, ଶତକ ମାରି ଅଷ୍ଟ୍ରେଲିୟ ବୋଲର୍‌ଙ୍କୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୪।୧: ଭାରତୀୟ କ୍ରିକେଟରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କର ଭଗବାନଙ୍କ ଉପରେ ବହୁତ ଆସ୍ଥା। କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ପୂର୍ବରୁ ସେମାନେ ଭଗବାନଙ୍କଠାରୁ ଆଶୀର୍ବାଦ...

ବୁମ୍‌ରାଙ୍କୁ ବଡ଼ ପୁରସ୍କାର ଦେଲା ଆଇସିସି

ନୂଆଦିଲ୍ଲୀ,୧୪।୧: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ମିଳିଛି। ଆଇସିସି ବୁମରାଙ୍କୁ ‘ପ୍ଲେୟାର ଅଫ ଦି ମନ୍ଥ୍‌’ ପୁରସ୍କାର...

ଦିନକୁ କେତେ ଘଣ୍ଟା ମୋବାଇଲ୍‌ ଦେଖନ୍ତି ବିରାଟ…ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିରାଟ କୋହଲି କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ପ୍ରେରଣା ପାଲଟିଛନ୍ତି। କ୍ରିକେଟ ବ୍ୟତୀତ ବ୍ୟକ୍ତିଗତ ଜୀବନରେ ମଧ୍ୟ କୋହଲି ବେଶ୍‌ ଶୃଙ୍ଖଳିତ।...

କୋହଲି-ରୋହିତଙ୍କ ଅବସର କଳ୍ପନାଜଳ୍ପନା ମଧ୍ୟରେ କପିଲ ଦେବ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

ନୂଆଦିଲ୍ଲୀ,୧୪।୧: ଆଜିକାଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଜୁନ ୨୦୨୪ରେ ଟି-୨୦...

ଷ୍ଟାଡିୟମରେ ପଶି ରୋହିତଙ୍କୁ ଜବରଦସ୍ତି ଚୁମ୍ବନ ଦେଲେ ପ୍ରଶଂସକ: ଆଉ ତା’ପରେ…

ମୁମ୍ବାଇ,୧୪।୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟୁର୍ନାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ଟିମ ଇଣ୍ଡିଆ ଘୋଷଣା...

କ୍ୟାରିୟର୍‌ ବଞ୍ଚାଇବା ପାଇଁ ବଡ଼ ନିଷ୍ପତ୍ତି ନେଲେ ରୋହିତ ଶର୍ମା

ମୁମ୍ବାଇ,୧୪।୧:ଆଜିକାଲି ଭାରତୀୟ ଦଳରେ ସବୁକିଛି ଠିକ ଚାଲିନାହିଁ। ଏପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରାଯାଇ ନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri