ଲେବର ପେନ୍ ସତ୍ତ୍ୱେ ସାଇକେଲ ଚଲାଇ ହସ୍ପିଟାଲ ପହଞ୍ଚିଲେ ନ୍ୟୁଜିଲାଣ୍ଡ ସାଂସଦ: ପ୍ରସବ କଲେ ସୁସ୍ଥ ଶିଶୁକନ୍ୟା

ୱେଲିଂଟନ,୨୮ ।୧୧: ନ୍ୟୁଜିଲାଣ୍ଡର ସାଂସଦ ଗୁଲି ଏନି ଜେଣ୍ଡରଙ୍କ ଚର୍ଚ୍ଚା ଇଣ୍ଟରନ୍ୟାସନାଲ ଗଣମାଧ୍ୟମରେ ଖୁବ୍ ହେଉଛି । ଚର୍ଚ୍ଚାର କାରଣ ହେଉଛି ତାଙ୍କ ସାହସ । ଘଟଣା ହେଉଛି ରବିବାର ସକାରେ ତାଙ୍କର ପ୍ରସବ ଯନ୍ତ୍ରଣା ବା ଲେବର ପେନ୍ ଆରମ୍ଭ ହୋଇଯାଇଥିଲା । ଏହାପରେ ସେ ନିଜେ ସାଇକେଲ ଚଲାଇ ଏକ ଏକା ଆସି ହସ୍ପିଟାଲରେ ପହଞ୍ଚି ଯାଇଥିଲେ । ଏହାର ଠିକ୍ ଏକ ଘଣ୍ଟା ପରେ ସେ ଏକ ସୁସ୍ଥ ଶିଶି କନ୍ୟାକୁ ଜନ୍ମ ଦେଇଥିଲେ ବୋଲି ଜଣାପଡିଛି । ଏହାପରେ ସେ ଏକ ସୁସ୍ଥ ଶିଶୁ କନ୍ୟା ପ୍ରସବ ଦେଇଥିବା ଖବର ସୋସିଆଲ ମିଡିଆରେ ଶେୟାର କରିଥିଲେ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ରବିବାର ରାତି ପ୍ରାୟ ୨ଟାରେ ତାଙ୍କୁ ସାମାନ୍ୟ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲ ବାହାରି ଥିଲେ । ତେବେ ସେ ସାଇକେଲରେ ଆସିବାର କୌଣସି ଯୋଜନା ରଖି ନ ଥିଲେ । ହେଲେ ଏମିତି ହୋଇଗଲା ବୋଲି ସେ ହସି ହସି କହିଛନ୍ତି । ଏହାସହ ଭୋର ୩ଟା ୪ରେ ତାଙ୍କ ଘରକୁ ଜଣେ ନୂଆ ଅତିଥି ଆସିଲେ ବୋଲି ସେ ଲେଖିଛନ୍ତି । ସେ ଲେଖିଛନ୍ତି ରାତି ୨ଟାରେ ତାଙ୍କର ଏତେ ଯନ୍ତ୍ରଣା ହେଉ ନ ଥିଲା । ହେଲେ ସାଇକେଲରେ ଆସିବା ପରେ ଏହା ବଢି ଯାଇଥିଲା । କିନ୍ତୁ ଏବେ ମୋ ପାଖରେ ଏକ ସୁସ୍ଥ କନ୍ୟା ଶୋଇଛି ଠିକ୍ ତା’ ପିତାଙ୍କ ପରି ।
ସୂଚନାଯୋଗ୍ୟ, ଜୁଲି ଏନି ଜେଂଟର ଗ୍ରୀନ ଏମ୍‌ପି ଭାବେ ବେଶ ପରିଚିତ । ପରିବେଶ ସଚେତନତା ପାଇଁ ସେ ବହୁକାମ କରିଛନ୍ତି । ତାଙ୍କ ନିକଟରେ ଉଭୟ ୟୁଏସ୍ ଓ ନ୍ୟୁଜିଲାଣ୍ଡର ନାଗରିକତା ରହିଛି । ୨୦୦୬ରୁ ସେ ନ୍ୟୁଜିଲାଣ୍ଡରେ ରହି ଆସୁଛନ୍ତି । ଏମିତିକି ୨୦୧୮ରେ ବି ସେ କୁଆଡେ ସାଇକେଲରେ ହସ୍ପିଟାଲ ପହଞ୍ଚି ତାଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଜେୟ ୟୁକ୍ରେନ୍‌

କିଭ୍‌,୨୫ା୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁକ୍ରେନ୍‌ରେ ଲଢ଼ାଯାଉଛି ୟୁରୋପର ସବୁଠୁ ଲମ୍ବା ଲଢ଼େଇ। ରୁଷିଆର ଏହି ଆକ୍ରମଣକୁ ଶୁକ୍ରବାର ବର୍ଷେ ପୂରଣ ହୋଇଛି। ସଂଘର୍ଷର ବର୍ଷପୂର୍ତ୍ତି...

୨ ଦିନରେ ୨ଥର ମା’ ହେଲେ ଏହି ମହିଳା

ମା’ ହେବାର ଅନୁଭବ ଅତ୍ୟନ୍ତ ରୋମାଞ୍ଚକର। ପ୍ରତ୍ୟେକ ମହିଳା ନିଜ ଜୀବନରେ ଏହି ସମୟକୁ ସବୁଠାରୁ ସୁଖଦ ସମୟ ବୋଲି ମନେ କରିଥାନ୍ତି। ଗର୍ଭାବସ୍ଥାରେ ଅନେକ...

ବ୍ରାଜିଲରେ କୋଭାକ୍ସିନ ଝଡ଼

ରିଓ ଡି ଜେନିରୋ/ବ୍ରାସିଲିଆ,୩୦ା୬: ବ୍ରାଜିଲରେ କରୋନା ମହାମାରୀ ୫.୧୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିବାବେଳେ ସମସ୍ତଙ୍କୁ ଚକିତ କରିଦେବା ଭଳି ଦୁର୍ନୀତି ମାମଲା ସାମ୍ନାକୁ...

ମଙ୍ଗଳ ଗ୍ରହରେ ବସତି ସ୍ଥାପନ ପାଇଁ ଆବଶ୍ୟକ ୨୨ଜଣ

ଓ୍ବାଶିଂଟନ୍‌,୨୭।୮: ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଅନେକ ପ୍ରକାରର ଗବେଷଣା ଓ ଅନୁସନ୍ଧାନ ଚାଲିଛି। ଏଥିମଧ୍ୟରେ ମଙ୍ଗଳ ଗ୍ରହରେ ବସତି ସ୍ଥାପନା ପାଇଁ ବୈଜ୍ଞାନିକମାନେ...

ଯନ୍ତ୍ରଣା ଭୋଗିବେ ଆଫଗାନ୍‌ ମହିଳା

ଆଫ୍‌ଗାନସ୍ଥାନରୁ ଆମେରିକା ସେନା ପ୍ରତ୍ୟାହାର ସହ ତାଲିବାନ ଅଧିକାଂଶ ଅଞ୍ଚଳକୁ ଅକ୍ତିଆର କରିଛି। ଆଗକୁ ଆଫଗାନ ମହିଳାମାନେ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ବଢ଼ିଥିବାବେଳେ ଆମେରିକାର...

ପୃଥିବୀରେ ପ୍ରଥମ ଘଟଣା: ବିନା ଅଣ୍ଡିରା କୁମ୍ଭୀରରେ ମାଈ କୁମ୍ଭୀର ଅଣ୍ଡାରୁ ଫୁଟିଲା ଛୁଆ…

ଓ୍ବାଶିଂଟନ,୮।୬ : : ଚଳଚ୍ଚିତ୍ର ଜୁରାସିକ ପାର୍କରେ କିପରି ମାଈ ଡାଇନୋସର ଅଣ୍ଡିରା ଡାଇନୋସର ବିନା ଅଣ୍ଡାରୁ ଛୁଆ ଫୁଟାଇବା ଦେଖାଯାଇଥିଲା। ଠିକ ଏହିପରି ଏକ...

ସୌଦିରେ ୩ ହଜାର ସୈନ୍ୟ ମୁତୟନ କଲା ଆମେରିକା

ଓ୍ବାଶିଂଟନ,୨୦।୧୧: ଇରାକ ପକ୍ଷରୁୁ ଆକ୍ରମଣ ଆଶଙ୍କା କରି ଆମେରିକା ସୌଦିର କେତେକ ଅଞ୍ଚଳରେ ୩ ହଜାର ସୈନ୍ୟ ମୁତୟନ କରିଛି। ଏନେଇ ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍‌...

ଚାଇନାର ଭିକାରି କ୍ୟୁଆର୍‌ କୋଡ୍‌ ସହାୟତାରେ ମାଗୁଛନ୍ତି ଭିକ

ବେଜିଂ,୧୩।୭: ଭାରତରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଜୋର୍‌ସୋର୍‌ରେ ଜାରି ରହିଛି। ତେବେ ଚାଇନାର ଭିକାରି ମଧ୍ୟ ଏ କ୍ଷେତ୍ରରେ ବେଶ୍‌ ଆଗୁଆ ରହିଛନ୍ତି। ସେମାନେ ଭିକ...

Advertisement
Archives

Model This Week