Posted inଖେଳ

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ, ୨୭ା୩ (ଏପି)-ଡେଭନ କନଓ୍ବେ ଓ ଅଲରାଉଣ୍ଡର ଡେରିଲ ମିଚେଲଙ୍କ ପ୍ରଥମ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୧୬୪ରନରେ ପରାସ୍ତ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜ ୩-୦ରେ କ୍ଲିନ ସୁଇପ ବିଜୟ ହାସଲ କରିଛି। ୧୨୬ ରନ କରିଥିବା ଦକ୍ଷିଣ ଆଫ୍ରିକା ଜନ୍ମିତ କନଓ୍ବେ ୯୫ ବଲ୍‌ରେ ତାଙ୍କ ଶତକ ହାସଲ କରିଥିଲେ। ମିଚେଲଙ୍କ ସହ ସେ ୧୫୯ରନର ଏକ ରେକର୍ଡ ପାର୍ଟନରଶିପ୍‌ କରିଥିଲେ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ବିନିମୟରେ ୩୧୮ରନ କରିଥିଲା। ମିଚେଲ ୫୦ତମ ଓଭରରେ ୧୭ ରନ ସଂଗ୍ରହ କରି ୯୨ ବଲ୍‌ରେ ତଥା ଇନିଂସର ଅନ୍ତିମ ଡେଲିଭରିରେ ତାଙ୍କ ଅପରାଜିତ ଶତକ (୧୦୦ରନ) ହାସଲ କରିଥିଲେ। ପଛରେ ବ୍ୟାଟିଂ କରିଥିବା ବାଂଲାଦେଶର ଟପ୍‌ ଅର୍ଡରରେ ବିପର୍ଯ୍ୟୟ ଘଟାଇଥିଲେ ମ୍ୟାଟ୍‌ ହେନ୍‌ରୀ। ସେ ତାଙ୍କ ପ୍ରଥମ ୪ ଓଭରରେ ମାତ୍ର ୧୩ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଟ୍ରେଣ୍ଟ ବୋଲ୍ଟ ଥାର୍ଡମ୍ୟାନ ଅଞ୍ଚଳରେ ଲିଟନ ଦାସଙ୍କ ଏକ ଦର୍ଶନୀୟ କ୍ୟାଚ ନେବା ପରେ ଭ୍ରମଣକାରୀ ଦଳର ସ୍କୋର ୨୬ ରନରେ ୩ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ଦଳ ପରେ ୪୩ ଓଭରରେ ୧୫୪ ସ୍କୋରରେ ଅଲଆଉଟ ହୋଇଯାଇଥିଲା। ବାଂଲାଦେଶ ପାଇଁ ମହମୁଦୁଲ୍ଲା ଏକ ଲମ୍ବା ଇନିଂସ ଖେଳିଥିଲେ। ସେ ୭୬ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ଦଳ ତରଫରୁ ଜିମି ନିଶାମ ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ ଶ୍ରେଷ୍ଠ ବୋଲିଂ ସହ ୨୭ ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡର ଆରମ୍ଭ ମଧ୍ୟ ଭଲ ନ ଥିଲା। ଦଳ ୧୧ତମ ଓଭରରେ ୫୭ରନ ସ୍କୋରରେ ୩ ଉଇକେଟ ହରାଇ ସାରିଥିଲା। ମାତ୍ର କନଓ୍ବେ ୧୧୦ ବଲ୍‌ର ଏକ ଇନିଂସ ଖେଳି ନ୍ୟୁଜିଲାଣ୍ଡ ଇନିଂସରେ ସୁଧାର ଆଣିଥିଲେ। ଡେଭନ କନଓ୍ବେ ଉଭୟ ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ : ୫୦ ଓଭରରେ ୩୧୮/୬ (କନଓ୍ବେ-୧୨୬, ଡେରିଲ ମିଚେଲ-୧୦୦*, ମାର୍ଟିନ ଗୁପ୍‌ଟିଲ-୨୬; ରୁବେଲ ହୁସେନ-୩/୭୦)
ବାଂଲାଦେଶ : ୪୨.୪ ଓଭରରେ ୧୫୪/ ଅଲଆଉଟ, (ମହମୁଦୁଲ୍ଲା-୭୬*, ଲିିଟନ ଦାସ-୨୧, ମୁସ୍‌ଫିକର ରହିମ-୨୧, ଜେମ୍ସ ନିଶାନ-୫/୨୭, ମ୍ୟାଟ ହେନ୍‌ରୀ-୪/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri