Posted inଖେଳ

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ, ୨୭ା୩ (ଏପି)-ଡେଭନ କନଓ୍ବେ ଓ ଅଲରାଉଣ୍ଡର ଡେରିଲ ମିଚେଲଙ୍କ ପ୍ରଥମ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୧୬୪ରନରେ ପରାସ୍ତ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜ ୩-୦ରେ କ୍ଲିନ ସୁଇପ ବିଜୟ ହାସଲ କରିଛି। ୧୨୬ ରନ କରିଥିବା ଦକ୍ଷିଣ ଆଫ୍ରିକା ଜନ୍ମିତ କନଓ୍ବେ ୯୫ ବଲ୍‌ରେ ତାଙ୍କ ଶତକ ହାସଲ କରିଥିଲେ। ମିଚେଲଙ୍କ ସହ ସେ ୧୫୯ରନର ଏକ ରେକର୍ଡ ପାର୍ଟନରଶିପ୍‌ କରିଥିଲେ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ବିନିମୟରେ ୩୧୮ରନ କରିଥିଲା। ମିଚେଲ ୫୦ତମ ଓଭରରେ ୧୭ ରନ ସଂଗ୍ରହ କରି ୯୨ ବଲ୍‌ରେ ତଥା ଇନିଂସର ଅନ୍ତିମ ଡେଲିଭରିରେ ତାଙ୍କ ଅପରାଜିତ ଶତକ (୧୦୦ରନ) ହାସଲ କରିଥିଲେ। ପଛରେ ବ୍ୟାଟିଂ କରିଥିବା ବାଂଲାଦେଶର ଟପ୍‌ ଅର୍ଡରରେ ବିପର୍ଯ୍ୟୟ ଘଟାଇଥିଲେ ମ୍ୟାଟ୍‌ ହେନ୍‌ରୀ। ସେ ତାଙ୍କ ପ୍ରଥମ ୪ ଓଭରରେ ମାତ୍ର ୧୩ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଟ୍ରେଣ୍ଟ ବୋଲ୍ଟ ଥାର୍ଡମ୍ୟାନ ଅଞ୍ଚଳରେ ଲିଟନ ଦାସଙ୍କ ଏକ ଦର୍ଶନୀୟ କ୍ୟାଚ ନେବା ପରେ ଭ୍ରମଣକାରୀ ଦଳର ସ୍କୋର ୨୬ ରନରେ ୩ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ଦଳ ପରେ ୪୩ ଓଭରରେ ୧୫୪ ସ୍କୋରରେ ଅଲଆଉଟ ହୋଇଯାଇଥିଲା। ବାଂଲାଦେଶ ପାଇଁ ମହମୁଦୁଲ୍ଲା ଏକ ଲମ୍ବା ଇନିଂସ ଖେଳିଥିଲେ। ସେ ୭୬ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ଦଳ ତରଫରୁ ଜିମି ନିଶାମ ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ ଶ୍ରେଷ୍ଠ ବୋଲିଂ ସହ ୨୭ ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡର ଆରମ୍ଭ ମଧ୍ୟ ଭଲ ନ ଥିଲା। ଦଳ ୧୧ତମ ଓଭରରେ ୫୭ରନ ସ୍କୋରରେ ୩ ଉଇକେଟ ହରାଇ ସାରିଥିଲା। ମାତ୍ର କନଓ୍ବେ ୧୧୦ ବଲ୍‌ର ଏକ ଇନିଂସ ଖେଳି ନ୍ୟୁଜିଲାଣ୍ଡ ଇନିଂସରେ ସୁଧାର ଆଣିଥିଲେ। ଡେଭନ କନଓ୍ବେ ଉଭୟ ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ : ୫୦ ଓଭରରେ ୩୧୮/୬ (କନଓ୍ବେ-୧୨୬, ଡେରିଲ ମିଚେଲ-୧୦୦*, ମାର୍ଟିନ ଗୁପ୍‌ଟିଲ-୨୬; ରୁବେଲ ହୁସେନ-୩/୭୦)
ବାଂଲାଦେଶ : ୪୨.୪ ଓଭରରେ ୧୫୪/ ଅଲଆଉଟ, (ମହମୁଦୁଲ୍ଲା-୭୬*, ଲିିଟନ ଦାସ-୨୧, ମୁସ୍‌ଫିକର ରହିମ-୨୧, ଜେମ୍ସ ନିଶାନ-୫/୨୭, ମ୍ୟାଟ ହେନ୍‌ରୀ-୪/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri